ରୁଦ୍ରଙ୍କ ପାଇଁ ଭର୍ଚୁଆଲ୍‌ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ


ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (ଫାଇଲ୍‌ ଫଟୋ)
ପିପିଲି ଉପନିର୍ବାଚନ ପାଇଁ ସରଗରମ ହୋଇଛି ମାହୋଲ୍। ପ୍ରମୁଖ ରାଜନୈତିକ ଦଳମାନେ ନିଜ ନିଜ ପ୍ରାର୍ଥୀଙ୍କ ଲାଗି ଜୋରଦାର୍‌ ପ୍ରଚାର ଆରମ୍ଭ କରିଦେଇଛନ୍ତି। ଏଥିସହ ତିନି ପ୍ରମୁଖ ଦଳର ପ୍ରାର୍ଥୀମାନେ ଷ୍ଟାର ପ୍ରଚାରକଙ୍କୁ ସାଙ୍ଗରେ ଧରି ଭୋଟର୍‌ଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା ଜାରି ରଖିଛନ୍ତି। ନିଜ ନିଜ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ହାତେଇବାକୁ ସବୁ ଦଳର ନେତା ଓ କର୍ମୀ ପିପିଲିରେ ଡେରା ପକାଇଛନ୍ତି। ତେବେ ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଜେଡିର ମୁଖ୍ୟ ଷ୍ଟାର୍‌ ପ୍ରଚାରକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପିପିଲି ପ୍ରଚାର ମଇଦାନକୁ ଓହ୍ଲାଇବାକୁ  ଯାଉଥିବା ଗତ ଦୁଇଦିନ ତଳେ ବଜେଡି ପର୍ଯ୍ୟବେକ୍ଷକ ପ୍ରତାପ ଦେବ ସୂଚନା ଦେଇଥିଲେ। ମୁଖ୍ୟମନ୍ତ୍ରୀ ପିପିଲି ଯିବା ନେଇ ଚର୍ଚ୍ଚା ହେଉଥିବା ବେଳେ କୋରୋନା ସଂକ୍ରମଣ ବୃଦ୍ଧି କାରଣରୁ ମୁଖ୍ୟମନ୍ତ୍ରୀ ଭର୍ଚୁଆଲ୍‌ ମାଧ୍ୟମରେ ପ୍ରଚାର କରିବେ। ଏନେଇ ସୂଚନା ଦେଇଛନ୍ତି ବିଜେଡି ବିଧାୟକ ଉମା ସାମନ୍ତରାୟ।

ଜିଲ୍ଲା ପରିଷଦ ଜୋନ୍‌ ଅନୁଯାୟୀ ପ୍ରଚାର ହେବ। ସମସ୍ତ ସ୍ଥାନରେ ଏଲ୍‌ଇଡି ବ୍ୟବସ୍ଥା ହେବ। କେଉଁ ତାରିଖରେ ପ୍ରଚାର କରିବେ ତାହା ଆଜି ସନ୍ଧ୍ୟାରେ ଚୂଡ଼ାନ୍ତ ହେବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ପୂର୍ବରୁ ଦଳର ନମ୍ୱର ଓ୍ୱାନ୍‌ ଷ୍ଟାର୍‌ ପ୍ରଚାରକ ନବୀନ ପଟ୍ଟନାୟକ ପିପିଲି ଯିବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ କୋରୋନା କାରଣରୁ ଭର୍ଚୁଆଲ ମାଧ୍ୟମରେ ପ୍ରଚାର କରିବେ ବୋଲି ଅନୁମାନ କରାଯାଉଛି। ଅପରପକ୍ଷରେ ଉପନିର୍ବାଚନ ପାଇଁ ଏବେ ଜମିଛି ପିପିଲି ପ୍ରଚାର। ସବୁ ଦଳ ପ୍ରାର୍ଥୀ ଓ ନେତା ଘର ଘର ବୁଲି ଲୋକଙ୍କୁ ନିଜ ଆଡକୁ ଆକୃଷ୍ଟ କରିବା ପାଇଁ ଚେଷ୍ଟା କରୁଛନ୍ତି। ଭର୍ଚୁଆଲ ମାଧ୍ୟମରେ ଖୋଦ୍ ମୁଖ୍ୟମନ୍ତ୍ରୀ ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀଙ୍କ ପାଇଁ କ୍ୟାମ୍ପେନିଂ କରିବେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ