ଦଳ ନୁହେଁ, ଦେଶ ସବୁବେଳେ ଊର୍ଦ୍ଧ୍ବରେ: ମୋଦୀ


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜେପିର ୪୧ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଭିଡିଓ କନଫରେନ୍ସିଂ ଜରିଆରେ ଦଳୀୟ କର୍ମୀ ଓ ନେତାଙ୍କୁ ସମ୍ବୋଧିତ କରୁଛନ୍ତି
ଭାରତୀୟ ଜନତା ପାର୍ଟି (ବିଜେପି)ର ୪୧ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଭିଡିଓ କନଫରେନ୍ସିଂ ଜରିଆରେ ଦଳୀୟ କର୍ମୀ ଓ ନେତାଙ୍କୁ ସମ୍ବୋଧିତ କରିଛନ୍ତି। ମଙ୍ଗଳବାର ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ଭୋଟ୍ ଗ୍ରହଣ ଜାରି ରହିଥିବାବେଳେ ମୋଦୀ ତାଙ୍କର ସମ୍ଭାଷଣରେ କହିଥିଲେ, ଦଳ ଅପେକ୍ଷା ଦେଶ ସବୁବେଳେ ଊର୍ଦ୍ଧ୍ବରେ। ତେଣୁ ସବୁ କର୍ମୀ ପ୍ରଥମେ ରାଷ୍ଟ୍ରର ସ୍ବାର୍ଥ ସମ୍ପର୍କରେ ଚିନ୍ତା କରିବା ସହ ପରେ ଦଳ କଥା ଭାବିବା ଉଚିତ। ୧୯୫୧ରେ ସ୍ବର୍ଗତ ଶ୍ୟାମାପ୍ରସାଦ ମୁଖାର୍ଜୀ ଭାରତୀୟ ଜନ ସଂଘ ନାମରେ ଏକ ଦଳ ଗଠନ କରିଥିଲେ। ପରବର୍ତ୍ତୀ ସମୟରେ ଅର୍ଥାତ ୧୯୮୦ ଏପ୍ରିଲ ୬ରେ ଭାରତୀୟ ଜନତା ପାର୍ଟି ବିଧିବଦ୍ଧ ଭାବେ ରାଜନେତିକ ଦଳର ମାନ୍ୟତା ପାଇଲା। ଏହି ଅବସରରେ ବିଜେପିର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ମଧ୍ୟ ଦଳୀୟ କର୍ମୀଙ୍କୁ ସମ୍ବୋଧିତ କରିଥିଲେ।

କାର୍ଯ୍ୟକ୍ରମ ଆରମ୍ଭରେ ମୋଦୀ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ସହ ଦୀନ୍ ଦୟାଲ୍ ଉପାଧ୍ୟାୟ, କୁଶାଭାଉ ଠାକରେ, ରାଜମାତା ସିନ୍ଦିଆ ଓ ଅଟଳ ବିହାରୀ ବାଜପେୟୀଙ୍କ ଅବଦାନକୁ ମନେପକାଇବା ସହ ସେମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସେହିପରି ନଡ୍ଡା ତାଙ୍କ ଅଭିଭାଷଣରେ କହିଥିଲେ ଯେ ମୋଦୀଙ୍କ ବଳିଷ୍ଠ ନେତୃତ୍ବରେ ୩୦୩ ଜଣ ସାଂସଦ ଲୋକସଭା ପାଇଁ ନିର୍ବାଚିତ ହୋଇଥିବା ବେଳେ ବିଜେପି ଦେଶର ୧୨ଟି ରାଜ୍ୟରେ ଶାସନ କ୍ଷମତା ହାସଲ କରିଛି।ଏହି ଅବସରରେ ମୋଦୀ ବିଜେପି ନେତୃତ୍ବାଧୀନ ଏନଡିଏ ସରକାରର ସଫଳତାର ହିସାବ ଦେଇଥିଲେ। ପ୍ରଥମେ କେନ୍ଦ୍ର ସରକାର ସମ୍ବିଧାନରୁ ବିବାଦୀୟ ୩୭୦ ଧାରା ହଟାଇ ଜମ୍ମୁ-କଶ୍ମୀରକୁ ଭାରତର ଅନ୍ୟତମ କେନ୍ଦ୍ରଶାସିତ ଅଞ୍ଚଳର ମାନ୍ୟତା ଦେଇଛି। ଏହାଛଡ଼ା ପ୍ରଥମ ଥର ପାଇଁ ଲଦାଖ ମଧ୍ୟ ଏକ ସ୍ବତନ୍ତ୍ର କେନ୍ଦ୍ରଶାସିତ ଅଞ୍ଚଳର ପରିଚୟ ପାଇଛି। ସେହିପରି ବିଜେପି କର୍ମୀମାନେ ଏକ ଉନ୍ନତ ଦେଶ ଗଠନ ପାଇଁ କିପରି ଭାବେ ଦୃଢ଼ ମନୋବଳ ଓ କଠିନ ପରିଶ୍ରମ କରିଛନ୍ତି, ତାହା ମଧ୍ୟ ମୋଦୀ କହିବା ସହ ସେମାନଙ୍କୁ ଧନ୍ୟବାଦ ଦେଇଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ