ଆମେରିକାକୁ ରୁଷିଆର ଚ୍ୟାଲେଞ୍ଜ: ଠୁଳ କରୁଛି ମହାବିନାଶକ ଅସ୍ତ୍ରଶସ୍ତ୍ର


ଆର୍କଟିକ୍‌ ଅଞ୍ଚଳରେ ରୁଷିଆର ଅସ୍ତ୍ରଶସ୍ତ୍ର ଠୁଳ
ଆମେରିକା ସହିତ ବୃଦ୍ଧି ପାଉଥିବା ବିବାଦକୁ ଦୃଷ୍ଟିରେ ରଖି ରୁଷିଆ ଆର୍କଟିକ୍‌ ଅଞ୍ଚଳରେ ମହାବିନାଶକ ଅସ୍ତ୍ରଶସ୍ତ୍ର ଠୁଳ କରୁଛି। ଉପଗ୍ରହ ଦ୍ୱାରା ଉତ୍ତୋଳିତ ଫଟୋରୁ ଏହା ଜଣାପଡ଼ିଛି। ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ନିର୍ଦେଶରେ ଆର୍କଟିକ୍‌ର ବରଫ ତଳେ ଏସବୁକୁ ଲୁଚାଇ ରଖାଯାଇଛି। ଏଠାରେ ରୁଷିଆ ସ୍ବତନ୍ତ୍ର ମିଲିଟାରୀ ବେସ୍‌ ସ୍ଥାପନ କରିବା ଆରମ୍ଭ କରିଛି।
କିଛି ଦିନ ତଳେ ରୁଷିଆର ୩ଟି ବାଲିଷ୍ଟିକ୍‌ ମିସାଇଲ୍‌ ବୁଡ଼ାଜାହାଜ ଆର୍କିଟିକ୍‌ ଅଞ୍ଚଳରେ ପହଞ୍ଚିଥିଲା। ରୁଷିଆ ପାଖରେ ଥିବା ଆଣବିକ ବୋମା ଦ୍ୱାରା ସମୁଦ୍ରରେ ରେଡିଓ ଆକ୍ଟିଭ୍‌ ସୁନାମୀ ସୃଷ୍ଟି କରାଯାଇ ପାରିବ। ପ୍ରଥମ ଥର ପାଇଁ ରୁଷିଆ ଆର୍କଟିକ୍‌ ଅଞ୍ଚଳରେ ଯୁଦ୍ଧ ବିମାନ ମୁତୟନ କରିବାର ଯୋଜନା କରୁଛି। ୨୦୨୧ରେ ୨୦୦ରୁ ଅଧିକ କ୍ଷେପଣାସ୍ତ୍ର ପରୀକ୍ଷା କରିବା ଲାଗି ରୁଷିଆ ଅଣ୍ଟା ଭିଡ଼ିଛି। ଏପରି କରି ରୁଷିଆ ଆମେରିକାକୁ ଖୋଲାଖୋଲି ଆହ୍ବାନ ଜଣାଉଥିବା ଚର୍ଚ୍ଚା ହେଉଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ