ମନୋରଞ୍ଜନ
୧୦୦ କୋଟି ସମ୍ପତ୍ତିର ମାଲିକାଣୀ କିମ, ଫୋର୍ବସ ବିଲିଅନେୟର୍ସ ତାଲିକାରେ ସାମିଲ

କିମ କାର୍ଦାଶିଆନ (ଫାଇଲ୍ ଫଟୋ)
ଆମେରିକାର ମଡେଲ ତଥା ବିଜନେସଓ୍ୱିମେନ୍ କିମ କାର୍ଦାଶିଆନ ୧୦୦ କୋଟି ସମ୍ପତ୍ତିର ମାଲିକାଣୀ ପାଲଟିଛନ୍ତି। ଫୋର୍ବସ ମୁତାବକ କିମ ଏବେ ଭାରତୀୟ ମୁଦ୍ରାରେ ୧୦୦ କୋଟି ଟଙ୍କାର ସମ୍ପତ୍ତି ଥିବା ସେଲିବ୍ରିଟି ପାଲିଟିଛନ୍ତି। କିମ ଅଫିସିଆଲି ବିଲିଅନେୟର ପାଲଟିଛନ୍ତି। ଗତ ବର୍ଷ ଅକ୍ଟୋବର ମାସରେ ତାଙ୍କର ମୋଟ ସମ୍ପତି ୭୮୦ ମିଲିୟନ ଡଲାର ଥିଲା ଯାହା ଚଳିତ ବର୍ଷ ବୃଦ୍ଧି ଘଟି ବିଲିୟନ୍ସରେ ପହଞ୍ଚିଛି।
କିମ ପ୍ରଥମ ଥର ପାଇଁ ବିଲିଅନେୟର ତାଲିକାରେ ନିଜ ନାମ ସାମିଲ କରିଛନ୍ତି। ଫୋର୍ବସ ମାଗାଜିନ ମୁତାବକ ଟିଭି ଶୋ’, ବିଜ୍ଞାପନ ଡିଲ୍ସ ବ୍ୟତୀତ କିମଙ୍କର ଦୁଇଟି ବଡ଼ ବ୍ୟବସାୟ ରହିଛି। ଏହା ତାଙ୍କୁ ବିଲିଅନେୟର କରିବାରେ ସାହାଯ୍ୟ କରିଛି। ସୂଚନାଯୋଗ୍ୟ ଯେ ବୋଲ୍ଡ ଅନ୍ଦାଜ ପାଇଁ ଜଣାଶୁଣା କିମଙ୍କର ସୋସାଲ ମିଡିଆରେ କୋଟି କୋଟି ଫଲୋଅର୍ସ ଅଛନ୍ତି।
ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ