ବିଶ୍ଵ
ଇମ୍ରାନଙ୍କ ଦୁଷ୍କର୍ମ ମନ୍ତବ୍ୟ ପାଇଁ ହଲ୍ଲା ବୋଲ୍

ଇମ୍ରାନ ଖାନ (ଫାଇଲ ଫଟୋ)
ଇସଲାମାବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ କାହିଁକି ଦୁଷ୍କର୍ମ ବଢ଼ୁଛି ମନ୍ତବ୍ୟ ପାଇଁ ହଲ୍ଲା ବୋଲ ଆରମ୍ଭ ହୋଇଛି। ସଂକ୍ଷିପ୍ତ ପୋଷାକ ପରିଧାନ ଯୋଗୁ ମହିଳାମାନେ ଉତ୍ତେଜନା ସୃଷ୍ଟି କରୁଛନ୍ତି। ଏହା ଦୁଷ୍କର୍ମର ମୂଳ କାରଣ ବୋଲି ସେ କହିଛନ୍ତି। ମହିଳାମାନେ ପର୍ଦ୍ଦା ଦ୍ବାରା ଶରୀରକୁ ସମ୍ପୂର୍ଣ୍ଣ ଘୋଡାଇ ରଖିବା ଦରକାର। ଜଣେ ପ୍ରଧାନମନ୍ତ୍ରୀ ହୋଇ ଇମ୍ରାନ ଏକ ଟିଭି କାର୍ଯ୍ୟକ୍ରବରେ ଏପରି ମନ୍ତବ୍ୟ ଦେବାକୁ ନେଇ ପାକିସ୍ତାନରେ ହଲ୍ଲା ବୋଲ ଆରମ୍ଭ ହୋଇଛି। ଏହା ନାରୀ ସମାଜ ପ୍ରତି ଅପମାନ। ସେ କ୍ଷମା ମାଗନ୍ତୁ ବୋଲି ବିଭିନ୍ନ ସାମାଜିକ ସଂଗଠନ ଦାବି କରିଛନ୍ତି।
ଏହାକୁ ନେଇ ବିବାଦ ବଢ଼ିବା ପରେ ପାକିସ୍ତାନର ମାନବାଧିକାର କମିଶନ କହିଛନ୍ତି ଇମ୍ରାନଙ୍କ ମନ୍ତବ୍ୟ ସମସ୍ତଙ୍କୁ ଚକିତ କରିଛି। ଜନତାଙ୍କ ନେତା ଭାବରେ ଇମ୍ରାନ ଯାହା କହିଛନ୍ତି, ତାହା ଗ୍ରହଣୀୟ ନୁହେଁ। ଏଭଳି ମନ୍ତବ୍ୟ ଦେଇ ଇମ୍ରାନ୍ ନିଜର ଅଜ୍ଞତାକୁ ପରିପ୍ରକାଶ କରିଛନ୍ତି। ଏଥିସହ ସେ ଦେଇଥିବା ମନ୍ତବ୍ୟରେ ସେ ପରୋକ୍ଷରେ ପୀଡ଼ିତାଙ୍କୁ ଦୋଷୀ ବୋଲି କହୁଛନ୍ତି। ଦୁଷ୍କର୍ମ ପଛର କାରଣ ଛୋଟିଆ ଛୁଆ ବି ଜାଣିଛନ୍ତି, ହେଲେ ପ୍ରଧାନମନ୍ତ୍ରୀ ହୋଇ ଏଭଳି ଯୁକ୍ତି ରଖିବା ଗ୍ରହଣୀୟ ନୁହେଁ। ଏଥିପାଇଁ ସେ କ୍ଷମା ମାଗିବା ଦରକାର ବୋଲି କମିଶନ କହିଛନ୍ତି। ଅନ୍ୟପଟେ ଏହି ପ୍ରସଙ୍ଗରେ ସୋସାଲ ମିଡିଆରେ ଇମ୍ରାନଙ୍କୁ କଡ଼ା ସମାଲୋଚନା କରାଯାଇଛି।
ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ