ମନୋରଞ୍ଜନ
ଭିକ୍କିଙ୍କ ପରେ କ୍ୟାଟ୍ରିନା ହେଲେ କୋରୋନା ପଜିଟିଭ

ଭିକ୍କି କୌଶଲଙ୍କ ସହ କ୍ୟାଟ୍ରିନା କୈଫ
ଦେଶରେ କୋରୋନା ଭାଇରସ ମାମଲା ବଢ଼ିବା ସହ ବଲିଉଡରେ ପ୍ରତ୍ୟେକ ଦିନ କୋରୋନାର ନୂଆ ମାମଲା ସାମ୍ନାକୁ ଆସିବାରେ ଲାଗିଛି। ବଳିଉଡ ଅଭିନେତା ଭିକ୍କି କୌଶଲଙ୍କ ପରେ ଏବେ ତାଙ୍କର କଥିତ ଗାର୍ଲଫ୍ରେଣ୍ଡ କ୍ୟାଟ୍ରିନା କୈଫ ମଧ୍ୟ କୋରୋନା ସଂକ୍ରମିତ ହୋଇଛନ୍ତି। କ୍ୟାଟ୍ରିନା ଏହାର ସୂଚନା ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି। ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକେ ତୁରନ୍ତ କୋଭିଡ ପରୀକ୍ଷା କରାଇବାକୁ ସେ ଲୋକଙ୍କୁ ଅନୁରୋଧ କରିଛନ୍ତି।
କ୍ୟାଟ୍ରିନା ଲେଖିଛନ୍ତି ଯେ ତାଙ୍କର କୋଭିଡ ରିପୋର୍ଟ ପଜିଟିଭ ଆସିଛି। ଏଣୁ ନିଜକୁ ଆଇସୋଲେଟ କରି ଏବେ ସେ ହୋମ କ୍ବାରେଣ୍ଟାଇନରେ ଅଛନ୍ତି। ସେ ସମସ୍ତ ପ୍ରୋଟୋକଲ୍ସ ପାଳନ କରୁଛନ୍ତି। ଏଥିସହିତ ଡାକ୍ତରଙ୍କ ପରାମର୍ଶ ମାନୁଛନ୍ତି। ତେଣୁ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି, ସେମାନେ ନିଜର କୋରୋନା ପରୀକ୍ଷା କରାଇ ନିଅନ୍ତୁ। ଆପଣମାନଙ୍କ ପ୍ରେମ ଓ ସମର୍ଥନ ପାଇଁ ଧନ୍ୟବାଦ। ଆପଣମାନେ ସମସ୍ତେ ନିଜର ଧ୍ୟାନ ରଖନ୍ତୁ ଓ ସୁରକ୍ଷିତ ରହନ୍ତୁ ବୋଲି କ୍ୟାଟ୍ରିନା ଲେଖିଛନ୍ତି।
ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ