ବାଦ ବିବାଦ
ବ୍ରିଟେନରେ ‘କିଲ୍ ଦି ବିଲ୍’ ବିକ୍ଷୋଭ ଜାରି: ୧୦୭ ଗିରଫ

କେନ୍ଦ୍ରୀୟ ଲଣ୍ଡନରେ 'କିଲ୍ ଦି ବିଲ୍' ବିକ୍ଷୋଭ
କେନ୍ଦ୍ରୀୟ ଲଣ୍ଡନରେ ଶନିବାର 'କିଲ୍ ଦି ବିଲ୍' ବିକ୍ଷୋଭ ଚାଲିଥିବା ବେଳେ ପୋଲିସ ସହ ଆନ୍ଦୋଳନକାରୀଙ୍କର ସଂଘର୍ଷ ହୋଇଥିଲା। ଏହି ଘଟଣାରେ ୧୦୭ ଜଣଙ୍କୁ ଗିରଫ କରାଯାଇଛି। ମେଟ୍ରୋପଲିଟାନ ପୋଲିସ ଅଧିକାରୀମାନେ ବିକ୍ଷୋଭକାରୀଙ୍କୁ ଘଉଡ଼ାଇବା ପାଇଁ ଉଦ୍ୟମ କରୁଥିବାବେଳେ ସେମାନଙ୍କ ଉପରକୁ ପ୍ରୋଜେକ୍ଟାଇଲ୍ ନିକ୍ଷେପ କରାଯାଇଥିଲା। ଏଥିରେ ୧୦ ପୋଲିସ ଅଧିକାରୀ ମଧ୍ୟ ଆହତ ହୋଇଛନ୍ତି। ସାଙ୍ଗରେ ଧାରୁଆ ଅସ୍ତ୍ର ନେଇଥିବା ଜଣେ ମହିଳାଙ୍କୁ ଗିରଫ କରାଯାଇଛି।
ସୂଚନାଯୋଗ୍ୟ ଯେ ବ୍ରିଟେନର ନୂଆ ପୋଲିସ ଓ ଅପରାଧ ବିଲ୍କୁ ବିରୋଧ କରାଯାଉଛି। କେନ୍ଦ୍ରୀୟ ଲଣ୍ଡନ ସମେତ ବର୍ମିଂହାମ, ଲିଭରପୁଲ, ମାଞ୍ଚେଷ୍ଟର, ବ୍ରିଷ୍ଟଲ, ନ୍ୟୁକାଷ୍ଟଲ, ବ୍ରାଇଟନ ଆଦି ବିଭିନ୍ନ ସ୍ଥାନରେ ତଥାକଥିତ 'କିଲ୍ ଦି ବିଲ୍' ଆନ୍ଦୋଳନ ଜାରି ରହିଛି।
ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ