ଜଷ୍ଟିସ ଏନଭି ରମନା ପ୍ରଧାନ ବିଚାରପତି ନିଯୁକ୍ତ: ଏପ୍ରିଲ ୨୪ରେ ଶପଥ


ଜଷ୍ଟିସ ଏନଭି ରମନା (ଫାଇଲ ଫଟୋ)
ନୂଆଦିଲ୍ଲୀ: ଜଷ୍ଟିସ ଏନଭି ରମନା ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ନିଯୁକ୍ତ ହୋଇଛନ୍ତି। ରାଷ୍ଟ୍ରପତି ରାମନାଥ କୋଭିନ୍ଦ ଜଷ୍ଟିସ ରମନାଙ୍କୁ ସୁପ୍ରିମକୋର୍ଟର ୪୮ତମ ପ୍ରଧାନ ବିଚାରପତି ଭାବେ ନିଯୁକ୍ତି ପ୍ରଦାନ କରିଛନ୍ତି। ଏନେଇ ନିଯୁକ୍ତି ପତ୍ର ବିଧିବଦ୍ଧ ଭାବେ ଆଇନ ମନ୍ତ୍ରାଳୟ ସଚିବଙ୍କ ଜରିଆରେ ଜଷ୍ଟିସ ରମନାଙ୍କୁ ନିଯୁକ୍ତି ପତ୍ର ଦିଆଯାଇଛି। ଏପ୍ରିଲ ୨୩ରେ ଜଷ୍ଟିସ ଏସ ଏ ବୋବଡେ ପ୍ରଧାନ ବିଚାରପତି ପଦରୁ ଅବସର ନେବେ। ଏପ୍ରିଲ ୨୪ ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜଷ୍ଟିସ ରମନାଙ୍କୁ ପ୍ରଧାନ ବିଚାରପତି ପଦ ପାଇଁ ଶପଇ ପାଠ କରାଇବେ।

ବିଧି ବ୍ୟବସ୍ଥା ଅନୁସାରେ ଅବସର ନେବାକୁ ଯାଉଥିବା ପ୍ରଧାନ ବିଚାରପତି ଜଷ୍ଟିସ ବୋବଡେ ଜଷ୍ଟିସ ରମନାଙ୍କ ନାମ ସୁପାରିସ କରିଥିଲେ। ଜଷ୍ଟିସ ବୋବଡେଙ୍କ ପ୍ରସ୍ତାବକୁ ଆଇନ ମନ୍ତ୍ରାଳୟ ଅନୁମୋଦନ କରିବା ପରେ ନିଯୁକ୍ତି ପ୍ରକ୍ରିୟା ଶେଷ ହୋଇଛି। ଏଠାରେ ସୂଚନାଯୋଗ୍ୟ ଯେ ଜଷ୍ଟିସ ରମନା ଆନ୍ଧ୍ର ପ୍ରଦେଶର ପୋନାଭରମରେ ୧୯୫୭ ଅଗଷ୍ଟ ୨୭ରେ ଜନ୍ମ ଗ୍ରହଣ କରିଥିଲେ। ପ୍ରଥମେ ସାମ୍ବାଦିକତା ଓ ପରେ ଆଇନର ଛାତ୍ର ହୋଇ ପରବର୍ତ୍ତୀ ଅବସ୍ଥାରେ ବିଚାରପତି ପଦକୁ ଉନ୍ନୀତ ହୋଇଥିଲେ। ସେ ସୁପ୍ରିମକୋର୍ଟର ବିଚାରପତି ହେବା ପୂର୍ବରୁ ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ଓ ଆନ୍ଧ୍ର ପ୍ରଦେଶ ହାଇକୋର୍ଟର କାମଚଳା ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ ସମ୍ପାଦନ କରିଥିଲେ। ଜଷ୍ଟିସ ରମନା ୨୦୨୨ ଅଗଷ୍ଟ ୨୬ ତାରିଖ ପର୍ଯ୍ୟନ୍ତ ପ୍ରଧାନ ବିଚାରପତି ପଦରେ ରହି ଅବସର ନେବେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ