ମୁଖ୍ୟ ଖବର
ଚୀନରେ ବସକୁ ଧକ୍କା ଦେଲା ଟ୍ରକ୍: ୧୧ ମୃତ, ୧୯ ଆାହତ

ଦୁର୍ଘଟଣା ପରେ ରାସ୍ତାରେ ଟ୍ରାଫିକ୍ ଜାମ୍
ବେଜିଂ: ପୂର୍ବୋତ୍ତର ଚୀନସ୍ଥିତ ଜିଆଙ୍ଗସୁ ପ୍ରଦେଶରେ ରବିବାର ଏକ ଯାତ୍ରୀବାହୀ ବସ୍ ଓ ଟ୍ରକ୍ ମଧ୍ୟରେ ଧକ୍କା ଲାଗି ୧୧ ଜଣଙ୍କର ପ୍ରାଣହାନି ଘଟିଛି। ସେହିପରି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୯ ଜଣ ଯାତ୍ରୀ ଆହତ ହୋଇଥିବା ମଧ୍ୟ ଜଣାପଡ଼ିଛି। ଦ୍ରୁତଗାମୀ ଟ୍ରକର ଡ୍ରାଇଭର ନିୟନ୍ତ୍ରଣ ହରାଇ ରୋଡ୍ ଡିଭାଇଡର୍ ଟପି ଅନ୍ୟ ପାର୍ଶ୍ବରୁ ଆସୁଥିବା ବସକୁ ଧକ୍କା ଦେଇଥିଲା। ସେହି ସମୟରେ ଦୁର୍ଘଟଣାଗ୍ରସ୍ତ ବସକୁ ଏଡ଼ାଇବାକୁ ଉଦ୍ୟମ କରି ପଛରୁ ଆସୁଥିବା ଅନ୍ୟ ଦୁଇଟି ଟ୍ରକ ମଧ୍ୟ ଓଲଟି ପଡିଥିବା ଜଣାପଡ଼ିଛି।
ସୋମବାର ଭୋର୍ ସମୟରେ ଏହି ଦୁର୍ଘଟଣା ଘଟିଛି। ଏହାର ତଦନ୍ତ ଆରମ୍ଭ କରିଥିବା ଚୀନର ସାଧାରଣ ସୁରକ୍ଷା ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ଯେ ଯାତ୍ରୀବାହୀ ବସଟି ଶାଙ୍ଘାଇରୁ ଜିଆଙ୍ଗସୁ ଅଭିମୁଖେ ଗସ୍ତ କରୁଥିଲା। ସୂଚନାଯୋଗ୍ୟ ଯେ ଚୀନରେ ଅଧିକାଂଶ ସମୟରେ ସଡ଼କ ଦୁର୍ଘଟଣା ଘଟିଚାଲିଛି। ଏହାର ମୁଖ୍ୟ କାରଣ ହେଉଛି, ଡ୍ରାଇଭରମାନେ ଦାୟିତ୍ବହୀନ ଗାଡ଼ି ଚାଳନା କରୁଛନ୍ତି। ତା’ଛଡ଼ା ବିପଜ୍ଜନକ ପାସିଂ, ରକ୍ଷଣାବେକ୍ଷଣ ଅଭାବଗ୍ରସ୍ତ ଯାନବାହନ ମଧ୍ୟ ଏହାର ଅନ୍ୟତମ କାରଣ। ଗତ ୨୦୧୯ରେ ଦେଶରେ ୨ ଲକ୍ଷ ୪୮ ହଜାର ସଡ଼କ ଦୁର୍ଘଟଣା ଘଟିଥିବା ବେଳେ ଏଥିରେ ପାଖାପାଖି ୬୩ ହଜାର ଲୋକଙ୍କ ଜୀବନ ଯାଇଥିଲା। ନ୍ୟାସନାଲ୍ ବ୍ୟୁରୋ ଅଫ୍ ଷ୍ଟାଟିଷ୍ଟିକ୍ସରୁ ଏହି ତଥ୍ୟ ମିଳିଛି।
ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ