ଏୟାର ଫ୍ରାୟର ଖାଦ୍ୟର ଫାଇଦା ଜାଣନ୍ତୁ


ପ୍ରତୀକାତ୍ମକ ଫଟୋ
ଆଜିକାଲି ଖାଦ୍ୟ ରାନ୍ଧିବା ଲାଗି ଏୟାର ଫ୍ରାୟରର ବ୍ୟବହାର ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଏୟାର ଫ୍ରାୟର ଓଭାନ ଭଳି ହୋଇଥାଏ। କିନ୍ତୁ ଏଥିରେ ନିଆଁରେ ନୁହେଁ, ବରଂ ଗରମ ହାୱାରେ ଖାଦ୍ୟ ରନ୍ଧା ଯାଇଥାଏ। ଓଭାନରେ ଖାଦ୍ୟ ରାନ୍ଧିବା ପାଇଁ ବହୁତ ତେଲ ଦରକାର ହେଉଥିବାବେଳେ ଏୟାର ଫ୍ରାୟରରେ ବିନା ତେଲ କିମ୍ବା ଅଳ୍ପ ତେଲରେ ଖାଦ୍ୟ ରୋଷେଇ କରାଯାଇପାରେ। ଏଥିରେ ଯେଉଁ ଖାଦ୍ୟ ରୋଷେଇ ହୋଇଥାଏ, ଏହା ବହୁତ କ୍ରିସପି ଓ ପ୍ରାକୃତିକ ଭାବେ ସ୍ବାଦିଷ୍ଟ ହୋଇଥାଏ। ଏହି କାରଣରୁ ଏୟାର ଫ୍ରାୟର ଆଜିକାଲି ବହୁତ ଲୋକପ୍ରିୟ ହେବାରେ ଲାଗିଛି। ଏଥିରେ ପନିପରିବା, ମାଂସ ଓ ବେକରି ଆଇଟମକୁ ରୋଷ୍ଟ କରାଯାଇପାରିବ।

ଓଜନ କମିବାରେ କରେ ସାହାଯ୍ୟ
ଏବେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ଏୟାର ଫ୍ରାୟରରେ ତିଆରି ହୋଇଥିବା ଖାଦ୍ୟ ଖାଇବା ଦ୍ବାରା ସତରେ କ’ଣ ଓଜନ କମ ହୋଇଥାଏ। କାରଣ ଏଥିରେ ବିନା ତେଲରେ ଖାଦ୍ୟ ରୋଷେଇ ହୋଇଥାଏ। ଏଥିପାଇଁ ଏଥିରେ ବହୁତ କମ ଫ୍ୟାଟ ରହିଛି। ତେଣୁ ଏହା ସ୍ବାସ୍ଥ୍ୟକର ହୋଇଥାଏ। ଫ୍ୟାଟ ନ ଥିବାରୁ ଓ କ୍ୟାଲୋରୀ କମ ହେବା କାରଣରୁ ନିଶ୍ଚିତ ଭାବେ ଓଜନ ନିୟନ୍ତ୍ରଣରେ ରହିଥାଏ। ଏଥିରେ ରୋଷେଇ କରିବାର ଫଳାଫଳ ଓଭାନଠାରୁ ବହୁତ ଭଲ। ଏୟାର ଫ୍ରାୟରରେ କୌଣସି ବି ପ୍ରକାରର ଧୁଆଁ ସୃଷ୍ଟି ହୋଇ ନ ଥାଏ। ଏୟାର ଫ୍ରାୟରରେ ଖାଦ୍ୟ ରୋଷେଇ କରିବା ଫଳରେ ରୋଷେଇଘର ତାପମାତ୍ରା ମଧ୍ୟ ଠିକ ରହିଥାଏ।

କୋଲେଷ୍ଟ୍ରଲ ନିୟନ୍ତ୍ରଣରେ ରହିଥାଏ
ବିନା ତେଲରେ ରୋଷେଇ ହେଉଥିବା କାରଣରୁ ଏୟାର ଫ୍ରାୟରରେ ରୋଷେଇ ଖାଦ୍ୟରେ ଲିପିଡ ପ୍ରୋଫାଇଲ ନିୟନ୍ତ୍ରିତ ରହିଥାଏ। ଏହାଦ୍ବାରା ଶରୀରରେ ଗୁଡ କୋଲେଷ୍ଟ୍ରଲ ଠିକ ରହିଥାଏ ଓ ବ୍ୟାଡ କୋଲେଷ୍ଟ୍ରଲ କମ କରିଥାଏ।

କ୍ଷତିକାରକ କମ୍ପାଉଣ୍ଡ ସୃଷ୍ଟି ହୋଇ ନ ଥାଏ
ଓଭାନ କିମ୍ବା କଡ଼େଇରେ ଡିପ ଫ୍ରାଏ କ କରିବା ଦ୍ବାରା ଏକ୍ରାଇଲାମାଇଡ ଭଳି ବିପଦପୂର୍ଣ୍ଣ ରାସାୟନିକ ପଦାର୍ଥ ସୃଷ୍ଟି ହୋଇଥାଏ। ଏହା କାର୍ବୋହାଇଡ୍ରେଟକୁ ଖରାପ କରିଦିଏ। ଗବେଷଣା ଅନୁସାରେ ଏକ୍ରାଇଲାମାଇଡରେ କ୍ୟାନସର ସୃଷ୍ଟିକାରୀ ଉପାଦାନ ରହିଛି। ଏୟାର ଫ୍ରାୟରରେ ଏକ୍ରାଇଲାମାଇଡ ସୃଷ୍ଟି ହେବାର ଆଶଙ୍କା ଡିପ ଫ୍ରାଏ କରିବା ତୁଳନାରେ ୯୦ ପ୍ରତିଶତ ପର୍ଯ୍ୟନ୍ତ କମ ହୋଇଥାଏ।

ଅନେକ ପ୍ରକାରର ଜିନିଷ ରନ୍ଧାଯାଇ ପାରିବ
ଏୟାର ଫ୍ରାୟରରେ ଅନେକ ପ୍ରକାରର ଜିନିଷ ତିଆରି କରାଯାଇ ପାରିବ। ପନିପରିବା, ମାଂସର ଅନେକ ଭେରାଇଟି ସହିତ ଏଥିରେ ବେକରିର ଅନେକ ଆଇଟମ ତିଆରି କରାଯାଇପାରିବ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ