ଡ୍ରଗ୍ସ ମାମଲାରେ ଗିରଫ ଏଜାଜ କୋରୋନା ପଜିଟିଭ, ଏନସିବି ଅଫିସରଙ୍କ ହେବ ପରୀକ୍ଷା


ଏଜାଜ ଖାନ
ଡ୍ରଗ୍ସ ମାମଲାରେ ଗିରଫ ଅଭିନେତା ଏଜାଜ ଖାନ କୋରୋନା ପଜିଟିଭ ହୋଇଛନ୍ତି। ଏନସିବି ପୋଲିସ ହେପାଜତରେ ଏଜାଜ କୋରୋନା ପଜିଟିଭ ହୋଇଛନ୍ତି। ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ଏଜାଜଙ୍କୁ ପଚରାଉଚୁରା କରୁଥିବା ନାର୍କୋଟିକ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଟିମର ମଧ୍ୟ କୋରୋନା ପରୀକ୍ଷା ହେବ। ଏଜାଜଙ୍କ ଦୁଇଦିନ ପୂର୍ବରୁ କୋରୋନା ପରୀକ୍ଷା ହୋଇଥିଲା। ୪ ତାରିଖରେ ତାଙ୍କର କୋରୋନା ରିପୋର୍ଟ ପଜିଟିଭ ଆସିଥିଲା।

ସୂଚନାଯୋଗ୍ୟ ଯେ କିଛି ଦିନ ପୂର୍ବରୁ ଡ୍ରଗ୍ସ ମାମଲାରେ ଏଜାଜଙ୍କୁ ଏନସିବି ଗିରଫ କରିଥିଲା। ପ୍ରଥମେ ତାଙ୍କୁ ୩ ଏପ୍ରିଲ ଯାଏ ପୋଲିସ ହେପାଜତରେ ରଖିବାର ଥିଲା, କିନ୍ତୁ ପରେ ଏହାକୁ ୫ ଏପ୍ରିଲକୁ ବଢ଼ାଇ ଦିଆଯାଇଥିଲା।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ