ଆମେରିକାର ଆମନ୍ତ୍ରଣ ନ ପାଇ ଇମ୍ରାନ ଖପ୍ପା


ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ
ଆମେରିକା ଉପରେ ଖପ୍ପା ହୋଇଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। କାରଣ ବିଶ୍ୱ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ ପାଇଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ପାକିସ୍ତାନକୁ ଆମନ୍ତ୍ରଣ କରିନାହାନ୍ତି। ଏହି ସମ୍ମିଳନୀ ଏପ୍ରିଲ ୨୨-୨୩ରୁ ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ହେବ। ଆମେରିକାର ଏଭଳି ପଦକ୍ଷେପକୁ ନେଇ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ସୋସାଲ ମିଡିଆରେ ଆମେରିକା ପ୍ରଶାସନ ବିରୋଧରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏଥିସହିତ ପାକିସ୍ତାନରେ ପରିବେଶ ସୁରକ୍ଷା ପାଇଁ କରାଯାଇଥିବା କାର୍ଯ୍ୟ ବିଷୟରେ ମଧ୍ୟ ଇମ୍ରାନ ଅବଗତ କରାଇଛନ୍ତି।

ଇମ୍ରାନ ଖାନ ସୋସାଲ ମିଡିଆରେ ଦୁଃଖ ପ୍ରକାଶ କରି କହିଛନ୍ତି ଯେ ତାଙ୍କ ସରକାର ସବୁଜ ପାକିସ୍ତାନ ଗଠନ ପାଇଁ ଉଦ୍ୟମ କରିଆସୁଥିବା ବେଳେ ବିଶ୍ବ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀରେ ପାକିସ୍ତାନକୁ ଆମନ୍ତ୍ରଣ କରା ନଯିବା ତାଙ୍କୁ ବ୍ୟଥିତ କରିଛି। ସୂଚନାଯୋଗ୍ୟ, ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ୪୦ ଜଣ ବିଶ୍ୱ ନେତାଙ୍କୁ ନିମନ୍ତ୍ରଣ କରିଛନ୍ତି। ଏହି ଶିଖର ସମ୍ମିଳନୀର ଉଦ୍ଦେଶ୍ୟ ହେଉଛି ଜଳବାୟୁ ପରିବର୍ତ୍ତନକୁ ମୁକାବିଲା କରିବା ପାଇଁ ଠୋସ ପଦକ୍ଷେପ ଗ୍ରହଣ କରିବାର ଗୁରୁ ଦାୟିତ୍ବ ବହନ କରିବା। ଏହି ସମ୍ମିଳନୀ ପାଇଁ ପାକିସ୍ତାନକୁ ଏପର୍ଯ୍ୟନ୍ତ ଆମନ୍ତ୍ରଣ କରାଯାଇ ନ ଥିବା ଜଣାପଡ଼ିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ