ଚର୍ଚ୍ଚାରେ ଗୋଲ୍ଡ ପାନ, ଦାମ ୬୦୦ ଟଙ୍କା


ଗୋଲ୍ଡ ପାନ
ପାନ ଓ ଗୁଆ ଭାରତୀୟ ସଂସ୍କୃତିର ଏକ ଜରୁରୀ ଅଂଶ ରହିଛି। ଗଳି ଗଳିରେ ସାଧାରଣତଃ ପାନ ଦୋକାନ ଦେଖିବାକୁ ମିଳିଥାଏ। ଏହି ନିଆରା ମାଉଥ ଫ୍ରେଶନରକୁ ନେଇ ଅନେକ ଗୀତ ବି ଲେଖାହୋଇଛି। କାଫେର ପ୍ରଚଳନ ଆରମ୍ଭ ହେବା ପୂର୍ବରୁ ପାନ ଦୋକାନ ଲୋକଙ୍କ ପସନ୍ଦର ହ୍ୟାଙ୍ଗଆଉଟ ସ୍ଥାନ ଥିଲା। ଯଦିଓ ଅନେକ ବର୍ଷ ଧରି ପାନବାଲାମାନେ ପାନର ସ୍ବାଦ ବଢ଼ାଇବା ଲାଗି ଅନେକପ୍ରକାରର ପରୀକ୍ଷାନିରୀକ୍ଷା କରୁଛନ୍ତି। କିଛି ବର୍ଷ ପୂର୍ବରୁ ଫାୟାର ପାନ ଛାଇ ଯାଇଥିଲା। ଏବେ ଗୋଲ୍ଡ ପାନ ଚର୍ଚ୍ଚାରେ ରହିଛି।

ଏହି ସ୍ବାଦିଷ୍ଟ ମିଠା ପାନକୁ ଲୋକେ ବହୁତ ପସନ୍ଦ କରୁଛନ୍ତି। ଏହି ପାନରେ ଶୁଖିଲା ଖଜୁର, ମିଠା ନଡ଼ିଆ, ଗୁଜୁରାତି ଗୁଣ୍ଡ, ଲବଙ୍ଗ, ଚେରୀ, ମିଠା ଚଟଣୀ, ମୁଲେଠୀ, ଗୁଲକନ୍ଦ, ଚକୋଲେଟ ଓ ଗୋଲ୍ଡ ୱାର୍କ ସହିତ ପ୍ରସ୍ତୁତ କରାଯାଉଛି। ଏହାକୁ ସିଲଭର ୱାର୍କ ନୁହେଁ, ବରଂ ଶୁଦ୍ଧ ସୁନାର ୱାର୍କ ସହିତ ଦିଆଯାଉଛି। କନ୍ନଟପ୍ଲେସସ୍ଥିତ ଦିଲ୍ଲୀର ପ୍ରଥମ ପ୍ରିମିଅମ ପାନ ପାର୍ଲର ‘ୟାମୁସ ପାନ ଶପ’ରେ ଆପଣ ଏହି ସ୍ପେସାଲ ପାନର ମଜା ଉଠାଇପାରିବେ। ସୂଚନାଯୋଗ୍ୟ ଯେ ଏହି ପାନର ଦାମ ପାଖାପାଖି ୬୦୦ ଟଙ୍କା। ଯଦିଓ ଏହାର ଦାମ ବିଭିନ୍ନ ସ୍ଥାନରେ ଅଲଗା ଅଲଗା ହୋଇପାରେ।

ଏଥିରେ କେଣସି ଦ୍ବିମତ ନାହିଁ ଯେ ଯଦି ଆପଣ ଗୋଲ୍ଡ ପସନ୍ଦ କରୁଛନ୍ତି, ତେବେ ଏହି ପାନ ଆପଣଙ୍କୁ ବହୁତ ଶସ୍ତା ଲାଗିବ। ୟାମୁସ ପାନ ପାର୍ଲର ଅନେକ ପ୍ରକାରର ପାନ ପାଇଁ ଜଣାଶୁଣା। ଏଠାରେ ୧୦୦ରୁ ଅଧିକ ପାନର ଭେରାଇଟି ମିଳିଥାଏ। ଏଠାରେ ସବୁଠାରୁ ଲୋକପ୍ରିୟ ପାନ ହେଉଛି କିଟକ୍ୟାଟ ପାନ, ଫାୟାର ପାନ ଓ ସ୍ବିସ ଚକୋଲେଟ ପାନ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ