ଶୀତଳା ମା’ଙ୍କ ଓଲିୟା ପ୍ରସାଦ ରେସିପି ଜାଣନ୍ତୁ


ଓଲିୟା ପ୍ରସାଦ
୩ ଏପ୍ରିଲରେ ଶୀତଳା ସପ୍ତମୀ ବ୍ରତ। ଶୀତଳା ମା’ଙ୍କୁ ଓଲିୟା ଭୋଗ ଲଗାଯାଇଥାଏ। ଶୀତଳା ମା’ଙ୍କ ବ୍ରତର ପ୍ରସାଦ ଛଠ ରାତିରେ ହିଁ ତିଆରି କରି ରଖାଯାଏ। ଏହାପର ଦିନ ପୂଜା କରିବା ପରେ ମା’ଙ୍କୁ ଏହି ପ୍ରସାଦ ଅର୍ପଣ କରାଯାଇଥାଏ। ଶୀତଳା ମା’ଙ୍କ ପୂଜା ପରେ ଚୁଲି ଲଗାଯାଇ ନ ଥାଏ। ପୌରାଣିକ ମତରେ ମା’ ଶୀତଳା ମିଳିମିଳା ଓ ଅନ୍ୟ ସଂକ୍ରାମକ ରୋଗରୁ ଭକ୍ତଙ୍କୁ ରକ୍ଷା କରିଥାନ୍ତି। ଶୀତଳା ମାତାଙ୍କୁ ସବୁବେଳେ ବାସି ଭୋଜନ ଭୋଗ ଲଗାଯାଇଥାଏ। ଚାଲନ୍ତୁ ଜାଣିବା ଓଲିୟାର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ।

କ’ଣ ଦରକାର
୧ କପ ସିଝା ଭାତ, ୧କପ ଦହି, ୨ରୁ ୩ ଚାମଚ ଚିନି, ୨ରୁ ୩ ଚାମଚ ଗୁଜୁରାତି ଗୁଣ୍ଡ।

ପ୍ରସ୍ତୁତି ପ୍ରଣାଳୀ
ଓଲିୟା ତିଆରି ପାଇଁ ସର୍ବପ୍ରଥମେ ପ୍ରେସରକୁକରରେ ଚାଉଳ ପକାଇ ପାଣି ଦିଅନ୍ତୁ। ଦୁଇରୁ ୪ଟି ହ୍ବିସଲ ଆସିବା ପରେ ଧିମା ଆଞ୍ଚରେ ଏହାକୁ ଭଲ ଭାବେ ସିଝାନ୍ତୁ। ଏହାପରେ ପ୍ରେସରକୁକରରୁ ଭାତ ବାହାର କରି ଥଣ୍ଡା ହେବାକୁ ଛାଡ଼ି ଦିଅନ୍ତୁ। ଏକ ପାତ୍ରରେ ଦହି ନିଅନ୍ତୁ ଓ ଏହାକୁ ଚାମଚରେ ଭଲ ଭାବେ ଫେଣ୍ଟନ୍ତୁ। ଏବେ ଏଥିରେ ଭାତ ପକାନ୍ତୁ। ଚାଉଳକୁ ଦହିରେ ଭଲ ଭାବେ ମିଶାନ୍ତୁ। ଆପଣ ଚାହିଲେ ଏହାକୁ ଗ୍ରାଇଣ୍ଡରରେ ଗ୍ରାଇଣ୍ଡିଂ କରନ୍ତୁ। ଏଥିରେ ଗୁଜୁରାତି ଗୁଣ୍ଡ ଓ ଚିନି ମିଶାଇ ପୁଣିଥରେ ଗ୍ରାଇଣ୍ଡିଂ କରନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଓଲିୟା। ଏହାକୁ ଶୀତଳା ମା’ଙ୍କ ବ୍ରତରେ ପ୍ରସାଦ ଲଗାଇବାକୁ ସାଇତି ରଖନ୍ତୁ ଓ ପରେ ସେବନ କରନ୍ତୁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ