କମ୍‌ କ୍ୟାଲୋରୀଯୁକ୍ତ ବନ୍ଧାକୋବି ପରଟା


ବନ୍ଧାକୋବି ପରଟା
ବନ୍ଧାକୋବି ପରଟା ଉତ୍ତର ଭାରତର ପାରମ୍ପରିକ ଖାଦ୍ୟ ଅଟେ। ଧନିଆ ଚଟଣୀ, ଆଚାର ଏବଂ ଦହି ସହିତ ପରଷା ଯାଉଥିବା ଏହି ପରଟା ବହୁତ ସ୍ବାଦିଷ୍ଟ। ବନ୍ଧାକୋବି ପରଟା କେବଳ ସ୍ବାସ୍ଥ୍ୟକର ନୁହେଁ, ଏଥିରେ କମ୍‌ କ୍ୟାଲୋରୀ ମଧ୍ୟ ରହିଛି। ଏହାକୁ ବନାଇବାକୁ ହେଲେ ଗ୍ରେଟେଡ୍‌ ବନ୍ଧାକୋବି ସହିତ ଅଟା ଏବଂ ମସଲା ଦରକାର ପଡ଼େ। ଏହି ପରଟା ତିଆରିବା ମଧ୍ୟ ବହୁତ ସହଜ। ଚାଲନ୍ତୁ ଜାଣିବା ବନ୍ଧାକୋବି ପରଟା ତିଆରି କରିବାର ଉପାୟ।

କ’ଣ ଦରକାର
୧ କପ୍‌ ଗ୍ରେଟେଡ୍‌ ବନ୍ଧାକୋବି, ୩ ଟେବଲସ୍ପୁନ୍‌ ଅଦା-ରସୁଣ-ଲଙ୍କା  ପେଷ୍ଟ, ୨ ଟେବଲସ୍ପୁନ୍‌ ଜିରା ଗୁଣ୍ଡ, ୨ ଟେବଲସ୍ପୁନ୍‌ ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ୧ କପ ଅଟା, ୨ କପ୍‌ ପାଣି, ୧ ଟେବଲସ୍ପୁନ୍‌ ତେଲ।

ପ୍ରସ୍ତୁତି ପ୍ରଣାଳୀ
ଏକ ବଡ଼ ପାତ୍ରରେ ଗ୍ରେଡେଟ୍‌ ବନ୍ଧାକୋବି ରଖନ୍ତୁ। ଏଥିରେ ଅଦା-ରସୁଣ ଓ ଲଙ୍କା ପେଷ୍ଟ, ଜିରା ଗୁଣ୍ଡ, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ ପକାଇ ଭଲ ଭାବେ ମିଶ୍ରଣ କରନ୍ତୁ। ଏବେ ଏଥିରେ ଅଟା ପକାନ୍ତୁ। ଆବଶ୍ୟକ ଅନୁସାରେ ପାଣି ଦେଇ ଭଲ ଭାବେ ଚକଟନ୍ତୁ। ଏହା ନରମ ହେବା ପାଇଁ ଏକ କପଡ଼ାରେ ଘୋଡ଼ାଇ ୧୦ ମିନିଟ୍‌ ଯାଏ ରଖି ଦିଅନ୍ତୁ। ୧୦ ମିନିଟ୍‌ ପରେ ଅଟା ଗୁଳା ତିଆରି କରି ବେଲନ୍ତୁ। ଏବେ ତାୱା ଗରମ କରି ପରଟା ସେକନ୍ତୁ। ଦୁଇ ପଟ ଭଲ ଭାବେ ସେକି ହୋଇଗଲା ପରେ ଏହା ଉପରେ ତେଲ ଦେଇ ଭଲ ଭାବେ ସେକନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା କମ୍‌ କ୍ୟାଲୋରୀ ଯୁକ୍ତ ବନ୍ଧାକୋବି ପରଟା। ପ୍ଲେଟ୍‌କୁ ବାହାର କରି ଚଟଣୀ କିମ୍ବା ଆଚାର ସହ ଗରମ ଗରମ ପରଷନ୍ତୁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ