ଉପଯୋଗୀ ଟିପ୍ସ
ଏହି ସ୍ମାର୍ଟ ଟ୍ରିକସ ଆପଣାଇ ଖରାଦିନେ କିଚେନ ରଖନ୍ତୁ ଥଣ୍ଡା

ପ୍ରତୀକାତ୍ମକ ଫଟୋ
ମହିଳାମାନେ ଅଧିକ ସମୟ କିଚେନରେ ବିତାଇ ଥାନ୍ତି। ଖରାଦିନେ ରୋଷେଇ କରିବା ଅଧିକ କଷ୍ଟକର ହୋଇଥାଏ। ଏପରିସ୍ଥଳେ କିଚେନରେ କେତେକ ପରିବର୍ତ୍ତନ କରି ଖରାଦିନେ ମଧ୍ୟ ରୋଷେଇ ଘର ଥଣ୍ଡା ରଖିପାରିବେ। ଚାଲନ୍ତୁ ଜାଣିବା ଏହି ଟିପ୍ସ ସମ୍ପର୍କରେ।
ହାଲୁକା ରଙ୍ଗ ଚୟନ କରନ୍ତୁ
ଖରାଦିନେ ରୋଷେଇ ଘର କାନ୍ଥକୁ ହାଲୁକା ରଙ୍ଗ ଦିଅନ୍ତୁ। ଲାଲ, କଳା କିମ୍ବା ଗ୍ରେ ବଦଳରେ ଧଳା, ସବୁଜ କିମ୍ବା ହାଲୁକା ନୀଳ ରଙ୍ଗ ଚୟନ କରନ୍ତୁ।
ଗୋଟିଏ ପାର୍ଶ୍ବରେ ବାଲକୋନି ତିଆରି କରନ୍ତୁ
ରୋଷେଇ ଘରେ ସ୍ଥାନ ଥିଲେ ଏଠାରେ ବାଲକୋନି ତିଆରି କରିପାରିବେ। ଏହାବ୍ୟତୀତ ଏଠାରେ ଛୋଟ ଛୋଟ ଗଛ ଲଗାନ୍ତୁ। ଏହାଫଳରେ ରୋଷେଇ ଘର ସୁନ୍ଦର ଦେଖାଯିବା ସହିତ ଥଣ୍ଡା ମଧ୍ୟ ରହିବ।
ଚିମନି ଓ ଝରକା ନିହାତି ରଖନ୍ତୁ
ଛୁଙ୍କ କରିବା ସମୟରେ ସବୁଠାରୁ ଅଧିକ ଧୂଆଁ ଓ ଗରମ ହୋଇଥାଏ। ଏଥିରୁ ରକ୍ଷା ପାଇବା ପାଇଁ କିଚେନର ଝରକା ଖୋଲା ରଖନ୍ତୁ। ରୋଷେଇ ଘରେ ଝରକା ନ ଥିଲେ ଏଠାରେ ଚିମନି ଲଗାନ୍ତୁ। ଏହା ଫଳରେ ରୋଷେଇ ଘରର ଗରମ ଓ ଧୂଆଁ ସିଧା ବାହାରକୁ ଚାଲିଯିବ।
କୁଲର କିମ୍ବା ପଙ୍ଖା ଲଗାନ୍ତୁ
ରୋଷେଇ ଘର ଝରକାରେ କୁଲର ମଧ୍ୟ ଲଗାଇ ପାରିବେ। ପଙ୍ଖା ଲଗାଇବା ଫଳରେ ମଧ୍ୟ କମ ଗରମ ଅନୁଭବ ହୋଇଥାଏ। କିଚେନରେ ଏଗଜଷ୍ଟ ଫ୍ୟାନ ମଧ୍ୟ ଲଗାଇପାରିବେ।
ଫ୍ରିଜ ଓ ଡାଇନିଂ ଟେବଲ କିଚେନରୁ ବାହାର କରନ୍ତୁ
ଅଧିକାଂଶ ଲୋକେ କିଚେନରେ ଫ୍ରିଜ ଓ ଡାଇନିଂ ଟେବଲ ରଖିଥାନ୍ତି। କିନ୍ତୁ ଖରାଦିନେ ଏହାକୁ କିଚେନରେ ହଟାଇ ଦିଅନ୍ତୁ। ଏହାଦ୍ବାରା କିଚେନ ଥଣ୍ଡା ରହିବା ସହିତ ଅଧିକ ସ୍ଥାନ ମଧ୍ୟ ମିଳିଯିବ।
ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ