ଗ୍ରୀନ ଶାଢ଼ିରେ ଅଦିତିଙ୍କ ରୟାଲ ଲୁକ


ଅତିଦିଙ୍କ ରୟାଲ ଶାଢ଼ି ଲୁକ
ବଲିଉଡ ଅଭିନେତ୍ରୀ ଅଦିତି ରାଓ ହୈଦରୀ ଉତ୍ତମ ଅଭିନୟ ସହିତ ନିଜର ଏଲିଗାଣ୍ଟ ଷ୍ଟାଇଲ ପାଇଁ ଜଣାଶୁଣା। ଅଦିତିଙ୍କ ଅନେକଗୁଡ଼ିଏ ରୟାଲ ଲୁକର ଫଟୋଶୁଟ ସୋସାଲ ମିଡିଆରେ ଭାଇରାଲ ହୋଇଛି। ଏଥିରେ ଏମିତି କୌଣସି ଲୁକ ନାହିଁ ଯାହା ଅଦିତି ଟ୍ରାଏ କରି ନାହାନ୍ତି। ନିକଟରେ ଅଦିତି ଗ୍ରୀନ ଶାଢ଼ିରେ ଫଟୋଶୁଟ କରାଇଥିଲେ। ଏହି ଫଟୋକୁ ପ୍ରଶଂସକମାନେ ବେଶ ପସନ୍ଦ କରୁଛନ୍ତି। ଗ୍ରୀଷ୍ମ ଋତୁରେ ଶାଢ଼ି ଲଭର୍ସଙ୍କ ପାଇଁ ଅଦିତିଙ୍କ ଏହି ଗ୍ରୀନ ଶାଢ଼ି ବିଲକୁଲ ପରଫେକ୍ଟ।

ଡିଜାଇନର ପୁନୀତ ବଲାନାଙ୍କ ସିଲ୍କ ଆରଗୋ ଶାଢ଼ି କଲେକ୍ସନରେ ଅଦିତି ବହୁତ ସୁନ୍ଦର ନଜର ଆସୁଥିଲେ। ଏହି ଶାଢ଼ି ମରୋଡୀ, ଡବକା ଓ ଗୋଲ୍ଡରେ ଡୋରୀ ୱାର୍କ କରାଯାଇଛି। ଶାଢ଼ିର ବର୍ଡରରେ ଟସଲେସ ୱାର୍କ କରାଯାଇଛି। ସେହିପରି ଟ୍ରାଡିସନାଲ ଲୁକରେ ଫ୍ୟୁଜନର ତଡ଼କା ଲଗାଇବା ପାଇଁ ଅଦିତି ବ୍ୟାକଲେସ ଷ୍ଟ୍ରିପ ବ୍ଲାଉଜ ସହିତ ଶାଢ଼ି ଟିମଅପ କରିଛନ୍ତି।

ଏଥିସହିତ ବଟନରେ ଫୁଲ ଲଗାଇ ଅଦିତି ନିଜ ଲୁକକୁ ବହୁତ କ୍ଲାସି କରିଦେଇଥିଲେ। ତାଙ୍କ ଆସେସରିଜ ଏମବିଜେ ବ୍ରାଣ୍ଡର ଥିଲା। ଡିଜାଇନର ପୁନୀତ ବଲାନାଙ୍କ ଏହି ଶାଢ଼ିର ଦାମ ୪୫,୦୦୦ ଟଙ୍କା। କାରଣ ଶାଢ଼ି ବହୁତ ସୁନ୍ଦର। ଅଦିତିଙ୍କ ଏହି ଶାଢ଼ି ଲୁକ ଦେଖି ଯେକେହି  ଏହି ଶାଢ଼ି କିଣିବାକୁ ଇଛା କରିବେ। ବିବାହ ଓ ଟ୍ରାଡିସନାଲ ଫଙ୍କସନ ପାଇଁ ଏହି ଶାଢ଼ି ପୂରାପୂରି ପରଫେକ୍ଟ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ