ଦାନ୍ତକୁ ଏମିତି କରନ୍ତୁ ମଜବୁତ


ପ୍ରତୀକାତ୍ମକ ଫଟୋ
ସ୍ବାସ୍ଥ୍ୟ ଏବଂ ଫିଟନେସ ଉପରେ ଚର୍ଚ୍ଚା କରିବା ସମୟରେ ପୁଷ୍ଟିକର ଭୋଜନ ଓ ପ୍ରଭାବୀ ବ୍ୟାୟାମ ଉପରେ ଜୋର ଦିଆଯାଏ। କିନ୍ତୁ ଏହି ସମୟରେ ଲୋକେ ଦାନ୍ତର ସ୍ବାସ୍ଥ୍ୟ ସମ୍ପର୍କରେ ଭୁଲି ଯାଆନ୍ତି। ଦାୟିତ୍ବହୀନତା ପାଇଁ ଦାନ୍ତରେ ଛିଦ୍ର, ମାଢ଼ିରେ ରୋଗ, ଭଙ୍ଗା ଦାନ୍ତ, ସମ୍ବେଦନଶୀଳ ଦାନ୍ତ ଲାଗି ଦାନ୍ତର କ୍ଷତି ହୋଇପାରେ। ଏହାର ଚିକିତ୍ସା ଜଟିଳ ହେବା ସହିତ ଠିକ ହେବାରେ ସମୟ ଲାଗିଥାଏ। ତେଣୁ ଏହାକୁ ପୂର୍ବରୁ ରୋକିବା ଉଚିତ। ବୟସ ବଢ଼ିବା, ବ୍ୟାକ୍ଟେରିଆ ଯୋଗୁଁ ଦାନ୍ତ ମଇଳା, ଅନିୟନ୍ତ୍ରିତ ଜୀବନଶୈଳୀ କାରଣରୁ ଲୋକଙ୍କ ଦାନ୍ତ ଢିଲା ହୋଇଯାଇଥାଏ। ଡାକ୍ତରଙ୍କ ବ୍ୟତୀତ ଆପଣ ମଧ୍ୟ କେତେକ ଘରୋଇ ଉପାୟ ଆପଣାଇ ଦାନ୍ତକୁ ମଜବୁତ କରିପାରିବେ।

ଅଁଳା ଗୁଣ୍ଡ
ଅଁଳା ପାଉଡର ଦାନ୍ତକୁ ମଜବୁତ କରିବାରେ ସାହାଯ୍ୟ କରିଥାଏ। ଏହାକୁ ନିୟମିତ ଭାବେ ବ୍ୟବହାର କରିବା ଦ୍ବାରା ଟିସ୍ୟୁ ଠିକ ହୋଇଥାଏ ଓ ପୁଣିଥରେ ଏହା ସୃଷ୍ଟି ହୋଇଥାଏ। ଏହାଫଳରେ ଦାନ୍ତ ମଜବୁତ ହୋଇଥାଏ। ଏକ ଛୋଟ ଗିନାରେ ଏକ ଚାମଚ ଅଁଳା ପାଉଡର ଓ ୨ ଚାମଚ ପାଣି ମିଶାନ୍ତୁ। ଏହି ଗାଢ଼ ପେଷ୍ଟକୁ ଆଙ୍ଗୁଠିରେ ନେଇ ନିଜ ଦାନ୍ତ ଓ ମାଢ଼ିକୁ ମାଲିସ କରନ୍ତୁ। ଦିନରେ ଥରେ ଏହି ପ୍ରକ୍ରିୟା ଆପଣାନ୍ତୁ।

କ୍ୟାଲସିୟମ ଓ ଭିଟାମିନ ’ଡି ସପ୍ଲିମେଣ୍ଟସ
ଦାନ୍ତକୁ ଅକ୍ଷୁଣ୍ଣ ରଖିବାରେ କ୍ୟାଲସିୟମ ଓ ଭିଟାମିନ ’ଡି’ ର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ବୟସ ବଢ଼ିବା ସହିତ ଆପଣ ଯଦି କମ କ୍ୟାଲସିୟମ ଓ ଭିଟାମିନ ’ଡିଯୁକ୍ତ ଖାଦ୍ୟ ଖାଉଛନ୍ତି, ତେବେ ଆପଣଙ୍କ ହାଡ଼ ଓ ଦାନ୍ତ ଉପରେ ଏହାର ପ୍ରଭାବ ଦେଖିବାକୁ ମିଳିଥାଏ। ନିଜ ଦାନ୍ତର ସ୍ବାସ୍ଥ୍ୟକୁ ଭଲ ରଖିବା ଲାଗି ପ୍ରତ୍ୟେକ ଦିନ ପ୍ରତ୍ୟେକ ଦିନ ଡାଏଟରେ ଡାକ୍ତରଙ୍କ ପରାମର୍ଶରେ କ୍ୟାଲସିୟମ ଓ ଭିଟାମିନ ’ଡି ସପ୍ଲିମେଣ୍ଟ ଯୋଗ କରନ୍ତୁ।

ରସୁଣ

ଭାରତୀୟ ଘରେ ଖାଦ୍ୟର ସ୍ବାଦ ବଢ଼ାଇବା ଲାଗି ରସୁଣର ବ୍ୟବହାର କରାଯାଇଥାଏ। ରସୁଣ ଦାନ୍ତକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ଏଥିରେ ମଜୁବୁତ ଆଣ୍ଟି ମାଇକ୍ରୋବିୟନ ତତ୍ତ୍ବ ରହିଛି। ଯଦି ଆପଣଙ୍କ ଢିଲା ଦାନ୍ତ କାରଣ ବ୍ୟାକ୍ଟେରିଆ ଆକ୍ରମଣ, ତେବେ ରସୁଣ ଏହା ସହିତ ଲଢ଼ିବାରେ ସାହାଯ୍ୟ କରିବ। ଦିନରେ ୨ରୁ ୩ ଥର ଏହି ଉପାୟ ଆପଣାନ୍ତୁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ