ନିଜ ଅଧିକାର ସମ୍ପର୍କରେ ବିବାହିତ ମହିଳା ଜାଣିବା ଜରୁରୀ


ପ୍ରତୀକାତ୍ମକ ଫଟୋ
ବିବାହ ଏକ ନିବିଡ଼ ସମ୍ପର୍କ। ଏହା ସମାଜରେ ଲୋକଙ୍କୁ ଓ ପରିବାରକୁ ପରସ୍ପରଙ୍କ ସହ ବାନ୍ଧି ରଖିଥାଏ। ଅନେକ ଲୋକ ବୈବାହିକ ଜୀବନକୁ ସଫଳ ଭାବେ ବଞ୍ଚିଥାନ୍ତି। ସେହିପରି ବହୁତ ଲୋକଙ୍କ ପାଇଁ ଏହା ଭୟଙ୍କର ଓ କଠିନ ପରିସ୍ଥିତି ସୃଷ୍ଟି କରିଥାଏ। ଏମିତି ଅନେକ ମାମଲା ଦେଖିବାକୁ ମିଳିଥାଏ, ଯେଉଁଥିରେ ମହିଳାମାନେ ବର୍ଷ ବର୍ଷ ଧରି ଅତ୍ୟାଚାର ସହିବାରେ ଲାଗିଥାନ୍ତି। କାରଣ ସେମାନେ ସେମାନଙ୍କ ଅଧିକାର ବିଷୟରେ ଜାଣି ନ ଥାନ୍ତି। ତେଣୁ ମହିଳାଙ୍କ ହିତ ପାଇଁ ତିଆରି କରାଯାଇଥିବା କେତେ ଭାରତୀୟ ଆଇନଗତ ଅଧିକାର ସମ୍ପର୍କରେ ସୂଚନା ଦିଆଯାଇଛି।

ପତିଙ୍କ ଘରେ ରହିବାର ଅଧିକାର
ଜଣେ ପତ୍ନୀଙ୍କୁ ନିଜର ବୈବାହିକ ଘର ବା ଶାଶୁଘରେ ରହିବାର ପୂରା ଅଧିକାର ରହିଛି। ପରିସ୍ଥିତି ଯାହା ବି ହେଉ ନା କାହିଁକି ପତିଙ୍କ ମୃତ୍ୟୁ ପରେ ମଧ୍ୟ ପତ୍ନୀ ନିଜ ଶ୍ବଶୂରଘରେ ରହିପାରିବେ। ଛାଡ଼ପତ୍ର ପର୍ଯ୍ୟନ୍ତ କଥା ଗଲେ ମଧ୍ୟ କୌଣସି ଉଚିତ ସ୍ଥାନ ନ ମିଳିବା ଯାଏ ପତ୍ନୀ ତାଙ୍କ ଶ୍ବଶୂରଘରେ ରହିପାରିବେ। ଯଦି ମହିଳା ସେହି ଘରେ ରହିବାକୁ ଚାହୁଛନ୍ତି, ତେବେ ଏହା ମଧ୍ୟ ତାଙ୍କର ଆଇନଗତ ଅଧିକାର।

ଛାଡ଼ପତ୍ର ଅଧିକାର
ହିନ୍ଦୁ ମ୍ୟାରେଜ ଆକ୍ଟ ସେକ୍ସନ ୧୩, ୧୯୯୫ ଅନ୍ତର୍ଗତ ଜଣେ ମହିଳା ନିଜ ପତିଙ୍କ ସହମତି ବିନା ମଧ୍ୟ ଛାଡ଼ପତ୍ର ନେବାର ଅଧିକାର ରହିଛି। ଯଦି ତାଙ୍କ ସହିତ ପତି ବିଶ୍ବାସଘାତକତା କରିଛନ୍ତି, ସେହି ମହିଳାଙ୍କ ସହିତ ନିର୍ଦ୍ଦୟତା କିମ୍ବା ଶାରୀରିକ ଓ ମାନସିକ ଅତ୍ୟାଚାର ଆଦି କରୁଛନ୍ତି, ତେବେ ମଧ୍ୟ ତାଙ୍କର ଛାଡ଼ପତ୍ର ନେବାର ଅଧିକାର ରହିଛି। ଏଥିସହିତ ମହିଳାମାନେ ନିଜ ପତିଙ୍କ ଠାରୁ ଭରଣପୋଷଣ ମଧ୍ୟ ଦାବି କରିପାରିବେ। ଭାରତୀୟ ପିଙ୍ଗଳ କୋଡ ସେକ୍ସନ ୧୨୫ ଅଧୀନରେ ଜଣେ ପତ୍ନୀ ନିଜ ପାଇଁ ତଥା ନିଜ ପିଲାଙ୍କ ପାଇଁ ପତିଙ୍କ ଠାରୁ ଆର୍ଥିକ ଭରଣପୋଷଣ ଦାବି କରିପାରିବେ।

ସ୍ତ୍ରୀ ଧନ ଅଧିକାର
ହିନ୍ଦୁ ସକ୍ସେସନ ଆକ୍ଟ ୧୯୫୬ ସେକ୍ସନ ୧୪ ଓ ହିନ୍ଦୁ ମ୍ୟାରେଜ ଆକ୍ଟ ୧୯୫୫ ସେକ୍ସନ ୨୭ ଅନ୍ତର୍ଗତ ଜଣେ ମହିଳା ସ୍ତ୍ରୀ ଧନକୁ ଅଧିକାରପୂର୍ବକ ଓ ମାଲିକାନା ହକ ସହିତ ଦାବି କରିପାରିବେ। ତାଙ୍କର ଏହି ଅଧିକାର କ୍ଷୁଣ୍ଣ ହେଲେ ‘ଦ ପ୍ରୋଟେକ୍ସନ ଅଫ ୱିମେନ ଏଗନେଷ୍ଟ ଡୋମେଷ୍ଟିକ ଭାଓଲେନ୍ସ’ ଆକ୍ଟ ରେ ସେକ୍ସନ ୧୯-ଏ ଅନ୍ତର୍ଗତ ଅଭିଯୋଗ କରିପାରିବେ।

ପିଲାଙ୍କ କଷ୍ଟଡି ଅଧିକାର
ନିଜ ପିଲାଙ୍କ କଷ୍ଟଡ଼ି ପାଇଁ ଦାବି କରିବାର ପୂର୍ଣ୍ଣ ଅଧିକାର ଜଣେ ମହିଳାଙ୍କ ପାଖରେ ରହିଛି। ବିଶେଷକରି ପିଲାର ବୟସ ୫ ବର୍ଷରୁ କମ ହୋଇଥିଲେ ପିଲାଙ୍କ କଷ୍ଟଡି ଦାବି କରିପାରିବେ। ଏଥିସହିତ ଯଦି ସେ ତାଙ୍କ ଶ୍ବଶୂରଘର ଛାଡ଼ି ଯାଉଛନ୍ତି, ତେବେ ମଧ୍ୟ ଏଭଳି ପରିସ୍ଥିତିରେ ସେ ବିନା କୌଣସି ଆଇନର ଆଧାରରେ ପିଲାଙ୍କୁ ନିଜ ସହିତ ନେଇ ପାରିବେ।

ଗର୍ଭପାତ ଅଧିକାର
ଜଣେ ମହିଳାଙ୍କ ପାଖରେ ନିଜ ଗର୍ଭରେ ବଢ଼ୁଥିବା ପିଲାକୁ ନଷ୍ଟ କରିବାର ଅଧିକାର ରହିଛି। ଏଥିପାଇଁ ତାଙ୍କୁ ନିଜ ପତି ଓ ଶାଶୁଘର ଲୋକଙ୍କ ସହମତିର ଆବଶ୍ୟକତା ନାହିଁ। ଦ ମେଡିକାଲ ଟର୍ମିନେସନ ଅଫ ପ୍ରେଗ୍ନାନ୍ସି ଆକ୍ଟ, ୧୯୭୧ ଅନ୍ତର୍ଗତ ଜଣେ ମହିଳା ଯେ କୌଣସି ସମୟରେ ଗର୍ଭପାତ କରିପାରିବେ। କିନ୍ତୁ ପ୍ରେଗ୍ନାନ୍ସି ସମୟ ୨୪ ସପ୍ତାହରୁ କମ ରହିବା ଜରୁରୀ। କେତେକ ସ୍ବତନ୍ତ୍ର ମାମଲାରେ ଜଣେ ମହିଳା ୨୪ ସପ୍ତାହ ପରେ ମଧ୍ୟ ଗର୍ଭପାତ କରିପାରିବେ।

ଘରୋଇ ହିଂସା ବିରୋଧରେ ରିପୋର୍ଟ କରିବାର ଅଧିକାର
ଘରୋଇ ହିଂସା ଆଇନ ୨୦୦୫ ଅନ୍ତର୍ଗତ ଜଣେ ମହିଳାଙ୍କ ପତି କିମ୍ବା ଶ୍ବଶୂରଘର ଲୋକ ଶାରୀରିକ, ମାନସିକ, ଭାବନାତ୍ମକ, ସେକ୍ସୁଆଲ ଓ ଆର୍ଥିକ ରୁପରେ ଅତ୍ୟାଚାର କିମ୍ବା ଶୋଷଣ କଲେ ଏହା ବିରୋଧରେ ଅଭିଯୋଗ କରିବାର ଅଧିକାର ଜଣେ ମହିଳାଙ୍କର ରହିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ