ପାଟି ସୁଆଦ
ସନ୍ଧ୍ୟା ଚା’ ସହିତ ସ୍ପାଇସି ଲଙ୍କା ବଜ୍ଜି

ଲଙ୍କା ବଜ୍ଜି
ସନ୍ଧ୍ୟାରେ ଚା’ କିମ୍ବା କଫି ସହିତ କିଛି ନା କିଛି ସ୍ପାଇସି ଖାଇବାକୁ ଇଚ୍ଛା ହୋଇଥାଏ। ତେଣୁ ସନ୍ଧ୍ୟାରେ ଚିରାଚରିତ ପକୁଡ଼ି ଖାଇ ବୋର ହୋଇଯାଇଥିଲେ ସ୍ପାଇସି ଲଙ୍କା ବଜ୍ଜି ତିଆରି କରିପାରିବେ। ଏହି ରେସିପି ଘରେ ସହଜରେ ତିଆରି କରାଯାଇ ପାରିଥାଏ। ଏଥିପାଇଁ ବିଶେଷ କିଛି ଜିନିଷର ଆବଶ୍ୟକତା ପଡ଼ି ନ ଥାଏ। ସନ୍ଧ୍ୟା ସମୟରେ ଚା’ କିମ୍ବା କଫି ସହିତ ଲଙ୍କା ବଜ୍ଜିକୁ ସ୍ନାକସ ଭାବେ ସେବନ କରିପାରିବେ।
କ’ଣ ଦରକାର
୩ କପ ଅଟା, ୭ଟି ଲମ୍ବା କ୍ୟାପସିକମ, ୩ ବଡ଼ ଚାମଚ ଚାଉଳ ଗୁଣ୍ଡ, ୩ ବଡ଼ ଚାମଚ ରିଫାଇନ ତେଲ, ଆବଶ୍ୟକ ଅନୁସାରେ ପାଣି, ୧ ଛୋଟ ଚାମଚ ଜୁଆଣୀ, ୨ ଚାମଚ ଲଙ୍କା ଗୁଣ୍ଡ, ଆବଶ୍ୟକ ଅନୁସାରେ ଲୁଣ, ଦରକାର ଅନୁସାରେ ହଳଦୀ ଗୁଣ୍ଡ, ଆବଶ୍ୟକ ଅନୁସାରେ ହେଙ୍ଗୁ।
ପ୍ରସ୍ତୁତି ପ୍ରଣାଳୀ
ଏକ ପାତ୍ରରେ ବେସନ, ଚାଉଳ ଗୁଣ୍ଡ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ହେଙ୍ଗୁ ଓ ସ୍ବାଦାନୁସାରେ ଲୁଣ ପକାଇ ଭଲ ଭାବେ ମିଶାନ୍ତୁ। ଏହି ମିଶ୍ରଣରେ ଅଧ ଚାମଚ ତେଲ ମିଶାନ୍ତୁ। ଏଥିରେ ପାଣି ମିଶାଇ ଗାଢ଼ ପେଷ୍ଟ ତିଆରି କରନ୍ତୁ। ଏବେ ଆପଣଙ୍କ ବଜ୍ଜି ପେଷ୍ଟ ପ୍ରସ୍ତୁତ ହୋଇଗଲା। ଏହାପରେ କ୍ୟାପସିକମକୁ ମଝିରୁ କାଟି ଏହା ଉପରେ ହାଲୁକା ଲଙ୍କା ଗୁଣ୍ଡ ଲଗାନ୍ତୁ। ଏପରି କରିବା ଦ୍ବାରା ବଜ୍ଜି ଅଧିକ ସ୍ପାଇସି ଓ ସ୍ବାଦିଷ୍ଟ ଲାଗିବ। କଡ଼େଇରେ ତେଲ ଗରମ କରନ୍ତୁ। କ୍ୟାପସିକମକୁ ବଜ୍ଜି ପେଷ୍ଟରେ ବୁଡ଼ାଇ ତେଲରେ ଭଲ ଭାବେ ଛାଣନ୍ତୁ। ହାଲୁକା ବ୍ରାଉନ ହେବା ଯାଏ ଏହାକୁ ଛାଣନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କ ଚିଲି ବଜ୍ଜି ବା ଲଙ୍କା ବଜ୍ଜି। ଏହାକୁ ନିଜ ପସନ୍ଦର ଚଟଣୀ କିମ୍ବା ସସ ସହିତ ଗରମ ଗରମ ପରଷନ୍ତୁ।
ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ