ମଲାଇକାଙ୍କ ଠାରୁ ଜାଣନ୍ତୁ ନୌକାସନର ଫାଇଦା


ନୌକାସନ କରୁଛନ୍ତି ମଲାଇକା
ବଲିଉଡର ସୁନ୍ଦର ଓ ବୋଲ୍ଡ ଅଭିନେତ୍ରୀ ଭାବେ ଜଣାଶୁଣା ମଲାଇକା ଅରୋରା ବେଶ ଫିଟନେସ ଫ୍ରିକ। ମଲାଇକା ଯଦିଓ ବଡ଼ ଓ ଛୋଟ ପରଦାରୁ ଗାୟବ ହୋଇଯାଇଛନ୍ତି, କିନ୍ତୁ ଆଜି ବି ଫିଟନେସ ଓ ବୋଲ୍ଡ ଅବତାରକୁ ନେଇ ଚର୍ଚ୍ଚାରେ ରହିଛନ୍ତି।

ମଲାଇକା ନିଜକୁ ଫିଟ ରଖିବା ଲାଗି ନିୟମିତ ଭାବେ ଯୋଗାଭ୍ୟାସ ଓ ବ୍ୟାୟାମ କରିଥାନ୍ତି। ମଲାଇକା ସୋସାଲ ମିଡିଆରେ ମଧ୍ୟ ନିଜ ଯୋଗାଭ୍ୟାସ ଓ ବ୍ୟାୟାମକୁ ନେଇ ଲଗାତର ଚର୍ଚ୍ଚାରେ ରହିଥାନ୍ତି। ମଲାଇକା ସୋସାଲ ମିଡିଆରେ ଏକ ସାପ୍ତାହିକ ପୋଷ୍ଟ ଚଲାଉଛନ୍ତି। ଯେଉଁଠି ସେ ମୁଭ ଅଫ ଦ ୱିକ ପୋଷ୍ଟ ଶେୟାର କରିଛନ୍ତି। ମଲାଇକା ନୌକାସନା ଯୋଗ ମୁଦ୍ରା ଶେୟାର କରି ଏହା କରିବାର ଉପାୟ ଓ ଫାଇଦା ସମ୍ପର୍କରେ କହିଛନ୍ତି।

ଓଜନ କମ କରିଥାଏ
ନୌକାସନ ଯୋଗ କେବଳ ଓଜନକୁ ଦ୍ରୁତ ବେଗରେ କମ କରିବାରେ ସହାୟକ ହୋଇ ନ ଥାଏ, ବରଂ ଏହା ଶରୀରକୁ ଉତ୍ତମ ଗଢ଼ଣ ଦେଇଥାଏ। ନିୟମିତ ଏହାର ଅଭ୍ୟାସ କରିବା ଫଳରେ ମାଂସପେଶୀ ମଜବୁତ ହୋଇଥାଏ, କାନ୍ଧରେ ଯନ୍ତ୍ରଣା, ପିଠିରେ ଯନ୍ତ୍ରଣା ଆଦି ସମସ୍ୟାରୁ ମୁକ୍ତି ମିଳିଥାଏ।

ଚାପ ଦୂର କରେ, ଅବସାଦରୁ ଦୂରେଇ ରଖେ
ନୌକାସନ ଚାପ ଦୂର କରିବାରେ ସାହାଯ୍ୟ କରିଥାଏ। ଏହା ମନକୁ ଶାନ୍ତ ରଖିଥାଏ ଓ ଅବସାଦ ସମସ୍ୟାରୁ ମଧ୍ୟ ଦୂରେଇ ରଖିଥାଏ। ଏହା ଆପଣଙ୍କ ମୁଡକୁ ଉତ୍ତମ ରଖିବାରେ ସାହାଯ୍ୟ କରିବା ସହିତ ମାଂସପେଶୀକୁ ମଜବୁତ କରିଥାଏ।

ପେଟର ଚର୍ବି କମ କରେ
ନୌକାସନ ପେଟର ଚର୍ବିକୁ କମ କରିବା ସହିତ ଅତିରିକ୍ତ ଚର୍ବି  ହ୍ରାସ କରିବାରେ ସାହାଯ୍ୟ କରିଥାଏ। ଏହା ପେଟର ଚର୍ବି ବର୍ଣ୍ଣ କରିବାର ସବୁ ଠାରୁ ସହଜ ଉପାୟ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ