ଖାଆନ୍ତୁ ଓ ଖୁଆନ୍ତୁ ବ୍ରେଡ ରସମଲାଇ


ବ୍ରେଡ ରସମଲାଇ

ଯଦି ଆପଣ ଖାଇବା ପରେ ମିଠା ଖାଇବାକୁ ପସନ୍ଦ କରନ୍ତି, ତେବେ ଏହି ରେସିପି ଆପଣଙ୍କ ପାଇଁ ପରଫେକ୍ଟ। ମିଠା ଖାଇବାକୁ ପସନ୍ଦ କରୁଥିବା ଲୋକଙ୍କୁ ରସମଲାଇ ବହୁତ ପସନ୍ଦ। ଏହି ରସମଲାଇ ତିଆରି କରିବା ଲାଗି ଆପଣଙ୍କୁ ପନୀର କିମ୍ବା ଛେନାର ଆବଶ୍ୟକ ନାହିଁ। ବରଂ ସହଜରେ ମିଳୁଥିବା ବ୍ରେଡରୁ ଏହା ତିଆରି କରାଯାଇ ପାରିବ। ଏହା ବଜାରରେ ମିଳୁଥିବା ରସମଲାଇର ସ୍ବାଦଠାରୁ କୌଣସି ଗୁଣରେ କମ ନୁହେଁ। ତେବେ ଚାଲନ୍ତୁ ଜାଣିବା ବ୍ରେଡ ରସମଲାଇର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ।

କ’ଣ ଦରକାର
୮ ଖଣ୍ଡ ବ୍ରେଡ, ୨ ଗ୍ଲାସ କ୍ଷୀର, କଣ୍ଡେନ୍ସଡ ମିଲ୍କ, ଚିନି, ଛାଣିବା ପାଇଁ ଦେଶୀ ଘିଅ, କାଜୁ, ବାଦାମ, ପିସ୍ତା, ଚେରି, କେସର, ଗୁଜୁରାତି।

ପ୍ରସ୍ତୁତି ପ୍ରଣାଳୀ
ବ୍ରେଡ ରସମଲାଇ ତିଆରି କରିବା ଲାଗି ପ୍ରଥମେ କ୍ଷୀରକୁ ଫୁଟାଇ ଏଥିରେ କେସର ପକାଇ ଘୋଡ଼ାଇ ରଖନ୍ତୁ। ୨ରୁ ୩ ମିନିଟ ପରେ କ୍ଷୀରରେ କେସରର ରଙ୍ଗ ଆସିଯିବ। ଏହାପରେ ପୁଣି ଥରେ କ୍ଷୀର ଫୁଟାନ୍ତୁ। ଏବେ ଏଥିରେ କାଜୁ, ପିସ୍ତା, ବାଦାମ, ଚେରି ପକାଇ କ୍ଷୀରକୁ ଧିମା ଆଞ୍ଚରେ ଫୁଟାଇବା ସହିତ ଏଥିରେ କଣ୍ଡେନ୍ସଡ ମିଲ୍କ ମିଶାନ୍ତୁ। ଏହାପରେ ଚିନି ପକାଇ ଭଲ ଭାବେ ଫୁଟାନ୍ତୁ। ଏବେ ବ୍ରେଡକୁ ଗିନା କିମ୍ବା ଗ୍ଲାସରେ ଗୋଲ କରି କାଟନ୍ତୁ। କଡ଼ାଇରେ ଦେଶୀ ଘିଅ ଗରମ କରି ବ୍ରେଡ ଗୋଲ୍ଡେନ ହେବା ଯାଏ ସେକନ୍ତୁ। ଏବେ ଛଣା ବ୍ରେଡକୁ କ୍ଷୀରରେ ପକାଇ ଥଣ୍ଡା ହେବା ପାଇଁ ଫ୍ରିଜରେ ରଖନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ବ୍ରେଡ ରସମଲାଇ। ଏହାକୁ ଥଣ୍ଡା ଥଣ୍ଡା ପରଷନ୍ତୁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ