ଉତ୍ତମ ସ୍ବାସ୍ଥ୍ୟ
ପାଟି ଭିତର ଛାଲକୁ ଠିକ୍ କରିଦେବ ଗୁଜୁରାତି

ପ୍ରତୀକାତ୍ମକ ଫଟୋ
ପାଟି ଭିତରେ ହେଉଥିବା ଛୋଟ ଛୋଟ ଘା’ ବା ଛାଲ ଶୁଣିବାକୁ ସାଧାରଣ କଥା ହୋଇପାରେ। ମାତ୍ର ଏହା ଯେଉଁଭଳି ଭାବେ କଷ୍ଟ ଦିଏ, ତାହା ସହିବା କଷ୍ଟକର। ସାଧାରଣତଃ ଗାଲର ଭିତର ପଟେ, ଓଠ ଭିତର ତ୍ବଚା ଏବଂ ଜିଭରେ ଏହି ଘା’ ହୋଇଥାଏ। କୌଣସି ଉପଚାର ନ କଲେ ମଧ୍ୟ ଏହା କିଛି ଦିନ ପରେ ଆପେ ଆପେ ଶୁଖିଯାଏ। ମାତ୍ର ଏହା ଯେତେବେଳେ ହୋଇଥାଏ, ଖାଇବା ତ ଦୂରର କଥା ପାଣି ପିଇବା ମଧ୍ୟ କାଠିକର ପାଠ ହୋଇଥାଏ। ତେବେ କିଛି ଘରୋଇ ଉପାୟରେ ମଧ୍ୟ ଆପଣ ଏହି ପାଟି ଭିତରେ ହେଉଥିବା ଘା’କୁ ଠିକ୍ କରିପାରିବେ। ତେବେ ଚାଲନ୍ତୁ ଜାଣିବା ଗୁଜୁରାତି ମାଧ୍ୟମରେ କିଭଳି ପାଟି ଭିତରେ ହେଉଥିବା ଘା’କୁ ଭଲ କରିହେବ।
ଗୁଜୁରାତି କେବଳ ଖାଦ୍ୟକୁ ସୁଗନ୍ଧିତ ଓ ସ୍ବାଦିଷ୍ଟ କରି ନ ଥାଏ, ଏହାର ଅନେକ ଗୁଡ଼ିଏ ଗୁଣ ମଧ୍ୟ ରହିଛି। ଏହା ହଜମ ଶକ୍ତି ବୃଦ୍ଧି କରିବା ସହ ଆରୋମାଥେରାପି ପାଇଁ ବ୍ୟବହାର ହେଉଥିବା ତେଲରେ ପ୍ରଚୁର ପରିମାଣର ଗୁଜୁରାତି ବ୍ୟବହାର କରାଯାଏ। ଗଳା ଦରଜ ହେଉଥିଲେ ସକାଳେ ଓ ରାତିରେ ଗୁଜୁରାତି ଚୋବାଇବା ପରେ ଗରମ ପାଣି ପିଇଲେ ଏହା ଠିକ୍ ହୋଇଯିବ।
ସେହିପରି ପାଟି ଭତରେ ଘା’ ହୋଇଥିଲେ ଗୁଜୁରାତିକୁ ଚୋବାଇ ଖାଇଲେ ମଧ୍ୟ ଆରାମ ମିଳିଥାଏ। ଏହାବ୍ୟତୀତ ଗୁଜୁରାତିକୁ ପେଶି ଏହି ଚୂର୍ଣ୍ଣରେ ମହୁ ମିଶାଇ ଏହି ପାଟି ଘା’ରେ ଲଗାନ୍ତୁ। ଦେଖିବେ ଖୁବ୍ଶୀଘ୍ର ଆରାମ ମିଳିବ। ଗୁଜୁରାତି ଚୂର୍ଣ୍ଣ ଲଗାଇବା ପରେ ଯେଉଁ ଲାଳ ବାହାରିବ, ତାହା ମୁହଁର ଦୁର୍ଗନ୍ଧକୁ ଦୂର କରିବା ସହ ପାଟି ଘା’ରୁ ମୁକ୍ତି ଦେବ।
ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ