ଉତ୍ତମ ସ୍ବାସ୍ଥ୍ୟ
ପେଟ ଦରଜକୁ ହାଲୁକାରେ ନିଅନ୍ତୁ ନାହିଁ, ହୋଇପାରେ ପିତ୍ତକୋଷ କର୍କଟ

ପ୍ରତୀକାତ୍ମକ ଫଟୋ
ଏମିତି ଅନେକ ରୋଗ ରହିଛି ଯାହା ଶରୀରରେ ଚୁପ୍ଚାପ ସୃଷ୍ଟି ହେବା ସହ ଧିରେ ଧିରେ ପ୍ରାଣଘାତୀ ହୋଇଥାଏ। ସେହିପରି ଏକ ପ୍ରାଣଘାତୀ ରୋଗ ହେଉଛି ପିତ୍ତକୋଷ କର୍କଟ ବା ଗଲବ୍ଲାଡର କ୍ୟାନ୍ସର। ପିତ୍ତକୋଷରେ ସୃଷ୍ଟି ହୋଇ ଆଖପାଖ ଅଞ୍ଚଳକୁ ମାଡ଼ିଗଲା ପରେ ଯାଇ ରୋଗୀ ଏହି ରୋଗ ସମ୍ପର୍କରେ ଜାଣିପାରିଥାନ୍ତି। ପ୍ରଥମେ ଏହାର ଲକ୍ଷଣ ରୋଗୀଙ୍କଠାରେ ଦେଖାଯାଇ ନ ଥାଏ। ପରେ ପରୀକ୍ଷା ନୀରିକ୍ଷା ପରେ ଏହି ପିତ୍ତକୋଷ କର୍କଟ ସମ୍ପର୍କରେ ଜଣାପଡ଼ିଥାଏ। ଅନେକ ସମୟରେ ପରୀକ୍ଷାରେ ମଧ୍ୟ ଏହା ଧରା ପଡ଼ି ନ ଥାଏ। ଅପରେସନ୍ କରିବା ସମୟରେ ସର୍ଜନ ଏ ସମ୍ପର୍କରେ ଜାଣିପାରି ଥାନ୍ତି। ତେଣୁ ପେଟ ଦରଜ କିମ୍ବା ଯନ୍ତ୍ରଣାକୁ ହାଲୁକାରେ ନିଅନ୍ତୁ ନାହିଁ। ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।
ପିତ୍ତକୋଷ କର୍କଟ ହେଲେ ପ୍ରଥମେ କିଛି ବି ଲକ୍ଷଣ ଦେଖା ଦେଇ ନ ଥାଏ। ପରେ ଅଳ୍ପ କିଛି ସାଧାରଣ ଲକ୍ଷଣ ଦେଖିବାକୁ ମିଳିଥାଏ। ଏଥିପାଇଁ ରୋଗୀ ଏବଂ ଡାକ୍ତର ଭ୍ରମରେ ପଡ଼ିଯାଆନ୍ତି। ଗ୍ୟାସ, ଭାରି ଭାରି ଲାଗିବ, ଦୁର୍ବଳ ଲାଗିବା, ଭୋକ ନ ହେବା ଏବଂ ଜଣ୍ଡିସ୍ ଭଳି ଲକ୍ଷଣ ଦେଖାଯିବା ଫଳରେ ରୋଗୀ ଡାକ୍ତରଙ୍କ ପାଖକୁ ଯାଇଥାନ୍ତି। ଏହା ପରେ ପିତ୍ତକୋଷ କର୍କଟ ହୋଇଥିବା ସମ୍ପର୍କରେ ଜଣାପଡ଼ିଥାଏ। ଉତ୍ତର ଭାରତରେ ସବୁଠାରୁ ଅଧିକ ପିତ୍ତକୋଷ କର୍କଟ ମାମଲା ଦେଖିବାକୁ ମିଳେ।
କର୍କଟ ରୋଗ ତୁଳନାରେ ଶରୀରରେ ଷ୍ଟୋନ୍ ହେବା ମାମଲା ଅତି ସାଧାରଣ। ତେବେ ଏହି ଷ୍ଟୋନ୍ ରୋକିବା ପାଇଁ କିଛି ପଦକ୍ଷେପ ନିଆଯାଇପାରିବ। ପ୍ରତ୍ୟହ ବ୍ୟାୟାମ କରି ଓଜନ ହ୍ରାସ କରିବା ଏବଂ ରିଫାଇନ୍ଡ୍ ଖାଦ୍ୟ ଗ୍ରହଣ କରି ଏହି ଷ୍ଟୋନ୍କୁ ରୋକାଯାଇପାରିବ। ଯଦି ଓଜନ ବୃଦ୍ଧି ହୋଇଯାଏ, ଏହାକୁ ହଠାତ୍ ହ୍ରାସ କରିବା ଦ୍ବାରା ପିତ୍ତକୋଷରେ ଷ୍ଟୋନ୍ ହେବାର ଆଶଙ୍କା ବୃଦ୍ଧି ପାଇଥାଏ। ତେଣୁ ଧିରେ ଧିରେ ଓଜନ ହ୍ରାସ କରିବା ଉଚିତ। ପିତ୍ତକୋଷରେ ଷ୍ଟୋନ୍ ଲକ୍ଷଣ ଦେଖାଯିବା ପରେ ଡାକ୍ତର ପିତ୍ତକୋଷ ବାହାର କରିବାକୁ ପରାମର୍ଶ ଦେଇଥାନ୍ତି।
ପିତ୍ତକୋଷ ବାହାର କରିବା ଦ୍ବାରା ବ୍ୟକ୍ତିକୁ ସବୁଦିନ ପାଇଁ ପିତ୍ତକୋଷ କର୍କଟରୁ ମୁକ୍ତି ମିଳି ଯାଇଥାଏ। ଯେତିକି ସଂଖ୍ୟକ ପିତ୍ତକୋଷ ଷ୍ଟୋନ୍ ମାମଲା ଦେଖିବାକୁ ମିଳିଥାଏ, ସେହି ତୁଳନାରେ ପିତ୍ତକୋଷ କର୍କଟ ମାମଲା ବହୁତ କମ୍ ଦେଖିବାକୁ ମିଳିଥାଏ। ତେଣୁ ସବୁ ପିତ୍ତକୋଷ ଷ୍ଟୋନ୍ ରୋଗୀଙ୍କ ପିତ୍ତକୋଷ ବାହାର କରାଯାଇ ନ ଥାଏ। ତେଣୁ ପେଟରେ ଦେଖାଯାଉଥିବା କୌଣସି ପ୍ରକାରର ଲକ୍ଷଣକୁ ଅଣଦେଖା କରନ୍ତୁ ନାହିଁ। ସନ୍ତୁଳିତ ଖାଦ୍ୟ ସେବନ ଓ ବ୍ୟାୟାମ କରିବା ଦ୍ବାରା ଏହି ପ୍ରାଣଘାତୀ ରୋଗରୁ ରକ୍ଷା ମିଳିପାରିବ। ଏ ସମ୍ପର୍କିତ କିଛି ବି ଲକ୍ଷଣ ଦେଖାଯିବା ମାତ୍ରେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।
ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ