ପ୍ଲାଟଫର୍ମ ସ୍ନିକର୍ସ ଦେବ କମ୍ଫର୍ଟ ସହ ଷ୍ଟାଇଲିଶ୍‌ ଲୁକ୍‌


ପ୍ରତୀକାତ୍ମକ ଫଟୋ
ନିଜ ପତି କିମ୍ବା ପ୍ରେମିକଙ୍କ ଉଚ୍ଚତା ସହିତ ନିଜକୁ କିଭଳି ଭାବେ ମ୍ୟାଚ୍‌ କରିବେ, ଏହି ସମସ୍ୟା କମ୍‌ ଉଚ୍ଚତାର ଝିଅଙ୍କ ପାଖରେ ସବୁବେଳେ ଦେଖାଯାଇଥାଏ। ଏଭଳି କ୍ଷେତ୍ରରେ ଝିଅମାନେ ସାଧାରଣତଃ ହାଇ ହିଲ୍‌ ପସନ୍ଦ କରିଥାନ୍ତି। ମାତ୍ର ଏହାକୁ ସବୁବେଳେ ବ୍ୟବହାର କରିବା ଦ୍ବାରା ଗୋଇଠି ଦରଜ ଭଳି ସମସ୍ୟା ଦେଖାଯାଇଥାଏ। ସେହିପରି ଶୀତଦିନେ ପାଦକୁ କଭର କରିବା ଭଳି ଜୋତା ପିନ୍ଧିବାକୁ ପଡ଼ିଥାଏ। ତେଣୁ ଏହି ସବୁ ସମସ୍ୟାକୁ ଦୃଷ୍ଟିରେ ରଖି ଏବେ ବଜାରରେ ମିଳୁଛି ପ୍ଲାଟଫର୍ମ ହିଲ୍‌ ଯୁକ୍ତ ସ୍ନିକର୍ସ।

ଏକଦା ପ୍ଲାଟଫର୍ମ ହିଲ୍‌ର ପ୍ରଚଳନ ଜୋରଦାର ଥିଲା। ଏବେ କଲେଜ୍‌ ପଢ଼ୁଆ ଝିଅ ଏବଂ ଅଫିସ୍‌ ଯାଉଥିବା ଯୁବତୀ ନିଜ କମ୍ଫର୍ଟ ଏବଂ ଲୁକ୍‌ ହିସାବରେ ପ୍ଲାଟଫର୍ମ ସ୍ନିକର୍ସ ବ୍ୟବହାର କରିବାକୁ ଅଧିକ ପସନ୍ଦ କରୁଛନ୍ତି। ତେଣୁ ଏହାର ଚାହିଦାକୁ ଦୃଷ୍ଟିରେ ରଖି ବଜାରରେ ବିଭିନ୍ନ ଡିଜାଇନ୍‌ର ପ୍ଲାଟଫର୍ମ ସ୍ନିକର୍ସ ମିଳୁଛି।

କେବଳ କଲେଜ ପଢ଼ୁଆ ଝିଅ କିମ୍ବା ଅଫିସ୍‌ ଯାଉଥିବା ଯୁବତୀ ନୁହନ୍ତି ଗୃହିଣୀମାନେ ମଧ୍ୟ ଏହି ପ୍ଲାଟଫର୍ମ ସ୍ନିକର୍ସକୁ ଅଧିକ ପସନ୍ଦ କରୁଛନ୍ତି। ଷ୍ଟାଇଲିଶ ଲୁକ୍‌ ସହ କମ୍ଫର୍ଟ ଏବଂ ନିଜ ଉଚ୍ଚତାକୁ ଦୃଷ୍ଟିରେ ରଖି ଏହା ଅଧିକ କିଣୁଛନ୍ତି। ଶୀତ ଦିନେ ଥଣ୍ଡାରୁ ରକ୍ଷା କରିବା ସହ ଷ୍ଟାଇଲିଶ୍‌ ଏବଂ ଉଚ୍ଚା ଦେଖାଯିବା ଭଳି ଚାହିଦାକୁ ଏହି ପ୍ଲାଟଫର୍ମ ସ୍ନିକର୍ସ ପୂରା କରୁଛି। କାଜୁଆଲ ପୋଷାକ ଏବଂ ଟ୍ରାଉଜର ସହ ଏହାକୁ ମ୍ୟାଚ୍‌ କରି ପିନ୍ଧି ପାରିବେ।

ଫଙ୍କି କଲର, କଳା ଓ ଧଳା ରଙ୍ଗର ପ୍ଲାଟଫର୍ମ ସ୍ନିକର୍ସ ଏବେ ଚାହିଦାରେ ରହିଛି। ଯଦି ଆପଣ ମଲ୍ଟି କଲରର କିଛି ପୋଷାକ ପିନ୍ଧୁଛନ୍ତି ତେବେ ଗୋଟିଏ ରଙ୍ଗର ପ୍ଲାଟଫର୍ମ ସ୍ନିକର୍ସ ପିନ୍ଧିପାରିବେ। ଏହି ଜୋତାରେ ଦୁଇଟି ରଙ୍ଗଯୁକ୍ତ ସୋଲ୍‌କୁ ମଧ୍ୟ ଅନେକେ ପସନ୍ଦ କରୁଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ