ରୁପି ହଟାଇବା ଲାଗି ଘରୋଇ ଉପଚାର


ପ୍ରତୀକାତ୍ମକ ଫଟୋ
ଶୀତଦିନେ କେଶରେ ରୁପି ହେବା ଏକ ସାଧାରଣ କଥା। ଯେତେପ୍ରକାରର ଶାମ୍ପୁ ଏବଂ ତେଲ ବ୍ୟବହାର କଲେ ମଧ୍ୟ ଏହା ହଟିବାର ନାଁ ନେଉନାହିଁ। ରୁପି ଝଡ଼ିବା ଫଳରେ ଅନେକ ସମୟରେ ଲଜ୍ଜିତ ହେବାକୁ ମଧ୍ୟ ପଡ଼ୁଛି। ତେଣୁ ଏଥିରୁ ମୁକ୍ତି ପାଇବା ଲାଗି କେଶରେ ଘରୋଇ ମାସ୍କ ବ୍ୟବହାର କରନ୍ତୁ। ଚାଲନ୍ତୁ ଜାଣିବା ରୁପି ହଟାଇବା ଲାଗି ଘରୋଇ ଉପଚାର କେମିତି କରିବେ।

ମନ୍ଦାର ଫୁଲ
୫ରୁ ୬ଟି ମନ୍ଦାର ଫୁଲକୁ ସିଝାନ୍ତୁ। ଏହା ସିଝିଗଲା ପରେ ଏହାକୁ ପେଶି ଗାଢ଼ ପେଷ୍ଟ ତିଆରି କରନ୍ତୁ। ଏହି ପେଷ୍ଟରେ ୩ ଚାମଚ ନଡ଼ିଆ ତେଲ ଗରମ କରି ମିଶାନ୍ତୁ। ଏବେ ଏହି ମିଶ୍ରଣକୁ ଧିରେ ଧିରେ ତାଳୁରେ ମାଲିସ୍‌ କରନ୍ତୁ। ଦୁଇଘଣ୍ଟା ପରେ ମୁଣ୍ଡ ଧୋଇ ଦିଅନ୍ତୁ। ଏହି ପେଷ୍ଟରେ ପ୍ରଚୁର ମାତ୍ରାରେ ଭିଟାମିନ୍‌ ସି ଏବଂ ଆମିନୋ ଏସିଡ୍‌ ରହିଛି। ଯାହାଫଳରେ ରୁପି ଦୂର ହେବା ସହ କେଶ ମଜବୁତ ରହେ।

ମେଥି
ଅଧ କପ୍‌ ଦହି, ଦୁଇ ଚାମଚ ମେଥି, ଦୁଇଟି ଅଁଳା, ୪ଟି ଭୃସଙ୍ଗ ପତ୍ରକୁ ମିଶାଇ ରାତି ସାରା ଛାଡ଼ି ଦିଅନ୍ତୁ। ସକାଳୁ ଏହି ମିଶ୍ରଣକୁ ଗ୍ରାଇଣ୍ଡିଂ କରନ୍ତୁ। ଏହି ମିଶ୍ରଣକୁ ହାତରେ କେଶ ମୂଳରେ ଲଗାନ୍ତୁ। ୨ ଘଣ୍ଟା ପରେ ହାଲୁକା ଗରମ ପାଣିରେ କେଶ ଧୁଅନ୍ତୁ।

ଓଟ୍‌ମିଲ୍‌
ଅଧ କପ୍‌ ଓଟ୍‌ମିଲ୍‌, ୩ ଚାମଚ ହାଲୁକା ଗରମ କ୍ଷୀର ଏବଂ ୧ ଚାମଚ ବାଦାମ ତେଲକୁ ମିଶାଇ ପେଷ୍ଟ ତିଆରି କରନ୍ତୁ। ଏହାକୁ ତାଳୁରେ ଗୋଲାକାର ଭାବେ ଲଗାନ୍ତୁ। ଘଣ୍ଟେ ପରେ ହାଲୁକା ଗରମ ପାଣିରେ ମୁଣ୍ଡ ଧୁଅନ୍ତୁ। ଏହା ରୁପି ସମସ୍ୟା ଦୂର କରିବା ସହ କେଶ ବଢ଼ିବାରେ ସହାୟତା କରେ।

ଅଣ୍ଡା
ଅଣ୍ଡାର ଧଳା ଅଂଶରେ ଦୁଇ ଚାମଚ ଅଲିଭ ଅଏଲ ମିଶାନ୍ତୁ। ଏହାକୁ ଭଲ ଭାବେ ଫେଣ୍ଟି ତାଳୁରେ ମାଲିସ୍‌ କରନ୍ତୁ। ୩୦ ମିନିଟ୍‌ ପର୍ଯ୍ୟନ୍ତ ଏହାକୁ ମାଲିସ କରି ଧୋଇ ଦିଅନ୍ତୁ। ଏହାଦ୍ବାରା କେଶ ମୁଲାୟମ ହେବା ସହ ରୁପି ଛାଡ଼ିଯିବ।

ଲେମ୍ବୁ
ଏକ କପ୍‌ ଦହିରେ ଦୁଇ ଚାମଚ ଲେମ୍ବୁ ରସ ଏବଂ ୧ ଚାମଚ ମହୁ ମିଶାନ୍ତୁ। ଏହି ପେଷ୍ଟକୁ ଭଲ ଭାବେ ଗୋଳାଇ କେଶରେ ଲଗାନ୍ତୁ। ୧ ଘଣ୍ଟା ପରେ ନଖ ଉଷୁମ ପାଣିରେ ମୁଣ୍ଡ ଧୁଅନ୍ତୁ। ଦହି ଏବଂ ଲେମ୍ବୁ ରୁପି ଦୂର କରିବା ସହ ମହୁ କେଶକୁ ମଏଶ୍ଚରାଇଜ୍‌ କରିଥାଏ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ