ପାଟି ସୁଆଦ
ସ୍ବାସ୍ଥ୍ୟକର ମସୁର ଡାଲି ସୁପ୍

ପ୍ରତୀକାତ୍ମକ ଫଟୋ
ସୁପ୍ ସ୍ବାସ୍ଥ୍ୟ ପାଇଁ ବହୁତ ଉପକାରୀ। ଏଥିରେ ବ୍ୟବହାର ହେଉଥିବା ମସଲା ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସହାୟତା କରେ। ଚାଲନ୍ତୁ ଜାଣିବା ମସୁର ଡାଲି ସୁପ୍ ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ। ଏଥିରେ ରହିଛି ଭରପୂର ପ୍ରୋଟିନ୍।
କ’ଣ ଦରକାର
୨ ଟେବଲସ୍ପୁନ୍ ଅଲିଭ୍ ଅଏଲ, ୪ଟି କଟା ପିଆଜ, ୨ ଚାମଚ ଜିରା ଗୁଣ୍ଡ, ୨ ଚାମଚ ଧନିଆ ଗୁଣ୍ଡ, ୨ କୋଲା କଟା ରସୁଣ, ୨ଟି ସିଝା ଆଳୁ, ୧ ଟେବୁଲ୍ସ୍ପୁନ୍ ପାଉଡର ଭେଜିଟେବଲ ଷ୍ଟକ୍, ୨ କପ୍ ଭିଜା ମସୁରୀ ଡାଲି, ଏକ ଚତୁର୍ଥାଂଶ କପ୍ ଧନିଆ, ୧ ଟେବଲସ୍ପୁନ୍ କଖାରୁ ମଞ୍ଜି।
ପ୍ରସ୍ତୁତି ପ୍ରଣାଳୀ
ପ୍ରଥମେ ପ୍ୟାନ୍ରେ ତେଲ ଗରମ କରି ଏଥିରେ ପିଆଜ ଭାଜନ୍ତୁ। ଏହା ଗୋଲ୍ଡେନ୍ ବ୍ରାଉନ୍ ହୋଇଗଲା ପରେ ଏହାକୁ ଏକ ପାତ୍ରକୁ ବାହାର କରନ୍ତୁ। ଏବେ ସେହି ପ୍ୟାନ୍ରେ ଜିରା ଗୁଣ୍ଡ, ଧନିଆ ଗୁଣ୍ଡ ଓ ରସୁଣ ପକାଇ ୧ ମିନିଟ୍ ପାଇ ଭାଜନ୍ତୁ। ସିଝା ଆଳୁକୁ କାଟି ଦିଅନ୍ତୁ। ମସଲାରେ ଆଳୁ ଓ ଭେଜିଟେବଲ ଷ୍ଟକ୍ ପକାଇ ୧୦ ମିନିଟ୍ ଯାଏ ଗୋଳାନ୍ତୁ। ଆଳୁ ଭଲ ଭାବେ ମିଶିଗଲା ପରେ ଏଥିରେ ମସୁର ଡାଲି ପକାନ୍ତୁ। ଏହା ଭଲ ଭାବେ ନ ସିଝିଲା ଯାଏ ରାନ୍ଧନ୍ତୁ। ଆବଶ୍ୟକ ଅନୁସାରେ ପାଣି ଦେଇ ସିଝାନ୍ତୁ। ଏହା ସିଝିଗଲା ପରେ ଏହାକୁ ଗ୍ରାଇଣ୍ଡିଂ କରି ଦିଅନ୍ତୁ। ଏବେ ଏହି ସୁପ୍କୁ ଏକ ଗିନାକୁ ବାହାର କରି ଭଜା ହୋଇ ରହିଥିବା ପିଆଜ ଏବଂ ଧନିଆ ପତ୍ରରେ ସଜାଇ ଗରମ ଗରମ ପରଷନ୍ତୁ।
ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ