ଜାଣନ୍ତୁ ବେବି ପାଉଡରର ବହୁଳ ବ୍ୟବହାର


ପ୍ରତୀକାତ୍ମକ ଫଟୋ
ବେବି ପାଉଡର ନାମ ଶୁଣିଲା ମାତ୍ରେ ମନକୁ ନିଶ୍ଚିତ ଭାବେ ଆସିବ ପିଲାଙ୍କୁ ଲଗାଯାଉଥିବା ପାଉଡର। ମାତ୍ର ଏହି ବେବି ପାଉଡର ପିଲାଙ୍କୁ ଲଗାଇବା ବ୍ୟତୀତ ଆହୁରି ଅନେକ କାମରେ ଆସିବ। ଛୋଟ ଛୋଟ କାମରେ ମଧ୍ୟ ଆପଣ ଏହି ବେବି ପାଉଡର ଲଗାଇ ଅନେକ କାମ କରିପାରିବେ। ଏପରିକି ପାଦ ଦୁର୍ଗନ୍ଧରୁ ଆରମ୍ଭ କରି ତେଲ ଦାଗ ହଟାଇବା ପର୍ଯ୍ୟନ୍ତ ଅନେକ କାମ କରିବ ବେବି ପାଉଡର। ଚାଲନ୍ତୁ ଜାଣିବା ଏହି ବେବି ପାଉଡର ବ୍ୟବହାର କରି ଆଉ କ’ଣ ସବୁ କରିହେବ।

  • ଶାମ୍ପୁ କରିବାକୁ ସମୟ ନାହିଁ ଏବଂ କେଶ ତୈଳୀୟ ହୋଇଯାଇଛି ତେବେ ଆପଣ ପାନିଆରେ ଅଳ୍ପ ବେବି ପାଉଡର ପକାଇ ମୁଣ୍ଡ କୁଣ୍ଡାନ୍ତୁ। ପାଉଡର କେଶରୁ ତେଲ ଶୋଷି ନେଇ ଆପଣଙ୍କ କେଶକୁ ଚମକାଇବ।
  • ଯଦି ପାଦ ଝାଳେଇ ଦୁର୍ଗନ୍ଧ ହେଉଛି ତେବେ ଜୋତାରେ ଅଳ୍ପ ବେବି ପାଉଡର ସିଞ୍ଛନ୍ତୁ। ଏହାପରେ ଏହି ପାଦ ଦୁର୍ଗନ୍ଧ ସମସ୍ୟା ଦୂରେଇଯିବ।
  • ଶରୀରରୁ ଅଦରକାରୀ କେଶ ହଟାଇବା ଲାଗି ୱାକ୍ସିଂ ଏକ ଉପଯୁକ୍ତ ବିକଳ୍ପ। ମାତ୍ର ଅନେକ ସମୟରେ ଦେଖାଯାଏ ୱାକ୍ସିଂ ପରେ ଶରୀର ବହୁତ ଦରଜ ଲାଗିଥାଏ। ଏହି ଦରଜରୁ ମୁକ୍ତି ପାଇବା ଲାଗି ଆପଣ ବେବି ପାଉଡର ବ୍ୟବହାର କରିପାରିବେ।
  • ଗଳାରେ ପିନ୍ଧୁଥିବା ଚେନ୍‌ରେ ଗଣ୍ଠି ପଡ଼ିଗଲେ ଉକ୍ତ ସ୍ଥାନରେ ଟିକେ ବେବି ପାଉଡର ଲଗାନ୍ତୁ। ଆପଣଙ୍କ ଗହଣାରୁ ସହଜରେ ଗଣ୍ଠି ଖୋଲିଯିବ।
  • ଯଦି ମଏଶ୍ଚର ପାଇଁ ବହି ଓଦାଳିଆ ହୋଇଯାଏ, ତେବେ ଏହା ଭିତରେ ବେବି ପାଉଡର ପକାଇ ପେପର ବ୍ୟାଗ୍‌ରେ କିଛି ଦିନ ରଖି ଦିଅନ୍ତୁ। ଏହା ବହିରୁ ଆର୍ଦ୍ରତା ଶୋଷିନେବା ସହ ବହି ନଷ୍ଟ ହେବାରୁ ବଞ୍ଚିଯିବ।
  • ବେଡଶିଟ୍‌ ଓଦାଳିଆ କିମ୍ବା ଥଣ୍ଡା ଲାଗୁଥିଲେ ଏହା ଉପରେ ଅଳ୍ପ ବେବି ପାଉଡର ସିଞ୍ଛନ୍ତୁ। ଏହା ସବୁ ଆର୍ଦ୍ରତା ଶୋଷିନେବା ସହ ଆପଣ ଆରାମରେ ଶୋଇଯିବେ।
  • ଯଦି ରୋଷେଇ ଘରେ ପିମ୍ପୁଡ଼ି ହୋଇଯାଇଥାନ୍ତି, ତେବେ କବାଟ ଓ ଝରକା ପାଖରେ କିଛି ବେବି ପାଉଡର ଢାଳନ୍ତୁ। କିଛି ସମୟ ଭିତରେ ପିମ୍ପୁଡ଼ି ଚାଲିଯିବେ।
  • କପଡ଼ାରେ ତେଲ ଦାଗ ଲାଗିଗଲେ ଏହା ଉପରେ କିଛି ବେବି ପାଉଡର ସିଞ୍ଛନ୍ତୁ। ଏହାକୁ କିଛି ସମୟ ଛାଡ଼ି ଦେଇ ଧୋଇ ଦିଅନ୍ତୁ। ଦେଖିବେ ଦାଗ ଛାଡ଼ିଯିବ।
  • ତାସ ପତା ଲାଗିଯାଉଥିଲେ ଏହା ଉପରେ ବେବି ପାଉଡର ପକାନ୍ତୁ। ତାସ ଗୋଟି ଗୋଟି ହୋଇଯିବ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ