ଗଲ ବ୍ଲାଡର ଷ୍ଟୋନ ସର୍ଜରୀ ପରେ କେମିତି ନେବେ ଯତ୍ନ


ପ୍ରତୀକାତ୍ମକ ଫଟୋ
ଗଲ ବ୍ଲାଡର ବା ପିତ୍ତକୋଷରେ ପଥର ହେବା ଏକ ସାଧାରଣ ସମସ୍ୟା। ଯଦି ନିକଟରେ ଆପଣ ଗଲ ବ୍ଲାଡର ଷ୍ଟୋନ ବାହାର କରିବା ପାଇଁ ସର୍ଜରୀ କରିଛନ୍ତି, ତେବେ ନିଜ ଖାଦ୍ୟପେୟ ଉପରେ ବିଶେଷ ଯତ୍ନ ନେବାକୁ ପଡ଼ିବ। ଏହି ଷ୍ଟୋନ ବହୁତ ପୀଡ଼ାଦାୟକ ହୋଇଥାଏ। କୋଲେସିଷ୍ଟେକ୍ଟୋମି କରିବା ପରେ ଖାଦ୍ୟରେ କିଛି ପରିବର୍ତ୍ତନ କରିବା ଜରୁରୀ।

ଯଦିଓ ପାଚନ କ୍ରିୟାରେ ପିତ୍ତକୋଷର କୌଣସି ଭୂମିକା ନାହିଁ, କିନ୍ତୁ ସର୍ଜରୀ ପରେ ଗଲବ୍ଲାଡରର ବିଶେଷ ଯତ୍ନ ନେବାର ଆବଶ୍ୟକତା ରହିଛି। ଚର୍ବିଯୁକ୍ତ ଆହାର ସେବନ କରିବା ଦ୍ବାରା ଡାଏରିଆ, ପେଟ ଫୁଲିବା ଭଳି ସମସ୍ୟା ହୋଇପାରେ। ଚାଲନ୍ତୁ ଜାଣିବା ଗଲ ବ୍ଲାଡର ଷ୍ଟୋନ ଅପରେସନ ପରେ କ’ଣ ଖାଇବା ଉଚିତ, କ’ଣ ଖାଇବା ଉଚିତ ନୁହେଁ।

କମ ଚର୍ବିଯୁକ୍ତ ଖାଦ୍ୟ
ସର୍ଜରୀ ପରେ ଅଧିକ ଚର୍ବିଯୁକ୍ତ ଆହାର ସେବନ କରିବା ଦ୍ବାରା ହଜମ ହେବାରେ ସମସ୍ୟା ହୋଇଥାଏ। ତେଣୁ କମ ଚର୍ବିଯୁକ୍ତ ଖାଦ୍ୟ ପଦାର୍ଥ, ଡାଲି, ଶସ୍ୟ ଓ ଫଳ ସେବନ କରିବା ଉଚିତ। ଏହି ଖାଦ୍ୟ ପଦାର୍ଥରେ ସଲ୍ୟୁବଲ ଫାଇବର ରହିଛି। ଏହା ଡାଇରିଆ ସମସ୍ୟାରୁ ରକ୍ଷା କରିଥାଏ। ତେଣୁ ଡାଏଟରେ ବ୍ରୋକୋଲି, କନ୍ଦମୂଳ ସହିତ ଫାଇବର ଯୁକ୍ତ ପନିପରିବା ସାମିଲ କରିପାରିବେ। ଏଥିସହିତ ଅଧିକ ଖଟା ଫଳ ଖାଇବା ଠାରୁ ଦୂରେଇ ରହନ୍ତୁ।

ନରମ ଖାଦ୍ୟ
ସର୍ଜରୀ ପରେ ଡାକ୍ତର ଆପଣଙ୍କୁ ହାଲୁକା ଓ ନରମ ଖାଦ୍ୟ ସେବନ କରିବାକୁ ପରାମର୍ଶ ଦେଇଥାନ୍ତି। ଏହି ସମୟରେ ଆପଣଙ୍କୁ ଅଧିକ ମାତ୍ରାରେ ତରଳ ପଦାର୍ଥ ସେବନ କରିବା ଉଚିତ। ଏହାଦ୍ବାରା ହଜମ ଭଲ ଭାବେ ହୋଇଥାଏ। ଆପଣ ସିଝା ଆଳୁ, କଦଳୀ ଆଦି ସେବନ କରିବା ଉଚିତ। ଧିରେ ଧିରେ ନିଜ ଆହାର ପରିବର୍ତ୍ତନ କରିବା ଉଚିତ।

ମିଠା ଠାରୁ ଦୂରେଇ ରହନ୍ତୁ
ଯଦି ଆପଣଙ୍କୁ ଅଧିକ ମିଠା ଖାଇବା ପସନ୍ଦ, ତେବେ ସର୍ଜରୀ ପରେ ଏହାଠାରୁ ଦୂରେଇ ରହନ୍ତୁ। ଗଲ ବ୍ଲାଡର ଷ୍ଟୋନ ଅପରେସନ ପରେ ଆଇସକ୍ରିମ, ପେଷ୍ଟ୍ରି, କୁକିଜ ଓ ଡୋନଟସ ଆଦି ଖାଇବା ଠାରୁ ଦୂରେଇ ରହନ୍ତୁ। ସମ୍ପୂର୍ଣ୍ଣ ଠିକ ହେବା ଯାଏ ଏପରି କରନ୍ତୁ।

କଫିନ ଆଲକହଲ ଠାରୁ ଦୂରେଇ ରହନ୍ତୁ
ଗଲ ବ୍ଲାଡର ଷ୍ଟୋନ ଅପରେସନ ପରେ ସୋଡ଼ା, କଫିନ ଓ ଆଲକହଲ ଠାରୁ ଦରେଇ ରହନ୍ତୁ। ଏଥିସହିତ ଅଧିକ ମିଠା ଜୁସ ଓ ପେୟ ପଦାର୍ଥ ସେବନ କରିବା ଠାରୁ ଦୂରେଇ ରହନ୍ତୁ। ଏହା ବଦଳରେ ପିପରମିଣ୍ଟ ଚା’ ସେବନ କରିପାରିବେ। ଏଥିସହିତ ପର୍ଯ୍ୟାପ୍ତ ମାତ୍ରାରେ ପାଣି ପିଇବା ଦ୍ବାରା ଶୀଘ୍ର ଆରୋଗ୍ୟ ହେବାରେ ସାହାଯ୍ୟ ମିଳିଥାଏ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ