ବିଜନେସ ୱିମ୍ୟାନ କଙ୍ଗନା


କଙ୍ଗନା ରାନାୱତ କ୍ୟାଫେ ସ୍ଥାନ ଦେଖୁଛନ୍ତି
ଅଭିନେତ୍ରୀ କଙ୍ଗନା ରାନାୱତ ନିଜ ହୋମଟାଉନ ମନାଲିରେ କ୍ୟାଫେ ଓ ରେସ୍ତୋରାଁ ଖୋଲି ଫୁଡ ଏଣ୍ଡ ବେଭରେଜ ବିଜନେସରେ ପାଦ ରଖିବାକୁ ଯାଉଛନ୍ତି। ମଙ୍ଗଳବାର କଙ୍ଗନା କ୍ୟାଫେ ଯେଉଁ ସ୍ଥାନରେ ଆରମ୍ଭ କରିବେ, ତାହାର ଫଟୋ ଶେୟାର କରିଛନ୍ତି। ସିନେମା ବ୍ୟତୀତ ଖାଦ୍ୟକୁ ନେଇ ତାଙ୍କର କେତେ ଆବେଗ ରହିଛି କଙ୍ଗନା ନିଜେ କହିଛନ୍ତି।

କଙ୍ଗନା କହିଛନ୍ତି ଯେ ତାଙ୍କ ନୂଆ ଡ୍ରିମ ଭେଞ୍ଚରକୁ ପ୍ରଶଂସକଙ୍କ ସହ ଶେୟାର କରୁଛନ୍ତି। ଏହା ଦ୍ବାରା ସେ ଅନ୍ୟମାନଙ୍କ ସହିତ ଅଧିକ ନିକଟତର ହୋଇପାରିବେ। ଫିଲ୍ମ ବ୍ୟତୀତ ତାଙ୍କର ଦ୍ବିତୀୟ ପ୍ୟାଶନ ହେଉଛି ଖାଦ୍ୟ ବୋଲି କଙ୍ଗନା ଲେଖିଛନ୍ତି। କଙ୍ଗନା ଆହୁରି ମଧ୍ୟ ଲେଖିଛନ୍ତି ଯେ ଫୁଡ ଏଣ୍ଡ ବେଭରେଜ ଇଣ୍ଡଷ୍ଟ୍ରୀରେ ଏକ ଛୋଟ ଆରମ୍ଭ କରି ମନାଲିରେ ସେ ତାଙ୍କର ପ୍ରଥମ କ୍ୟାଫେ ଓ ରେସ୍ତୋରାଁ ନିର୍ମାଣ କରୁଛନ୍ତି। ଏଭଳି କାମ କରିବା ଲାଗି ତାଙ୍କ ଟିମକୁ ଧନ୍ୟବାଦ ବୋଲି କଙ୍ଗନା ଲେଖିଛନ୍ତି। ନିକଟରେ କଙ୍ଗନା ସୋସାଲ ମିଡିଆ ଜରିଆରେ ନିଜର ଏହି ନୂଆ ଭେଞ୍ଚରକୁ ନେଇ ଇସାରା କରିଥିଲେ। କିନ୍ତୁ ସେ ଏ ସମ୍ପର୍କରେ ଅଧିକ କିଛି ସୂଚନା ଦେଇ ନ ଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ