ବାଦ ବିବାଦ
ଫାସ୍ଟ୍ୟାଗ୍କୁ ନେଇ ଟୋଲ୍ ଗେଟ୍ରେ ତୁମୁଳକାଣ୍ଡ

ସିସିଟିଭିରେ କଏଦ ହୋଇଥିବା ମାରପିଟ୍ର ଦୃଶ୍ୟ
ଫାସ୍ଟ୍ୟାଗ୍କୁ କେନ୍ଦ୍ରକରି ଗଞ୍ଜାମ ଜିଲ୍ଲା ଗୋରାପଲ୍ଲୀ ଟୋଲଗେଟ୍ରେ ହୋଇଛି ତୁମୁଳକାଣ୍ଡ। ଫାସ୍ଟ୍ୟାଗ୍ ନ ଥିବାରୁ ଦୁଇ ଗୁଣ ଟୋଲ୍ ଫି ମାଗିବାକୁ ନେଇ ହୋଇଛି ପାଟିତୁଣ୍ଡ। ହାତାହାତି ପର୍ଯ୍ୟନ୍ତ କଥା ଯାଇଛି। ହାତାହାତି ହୋଇଛନ୍ତି ଟୋଲଗେଟ୍ କର୍ମଚାରୀ ଓ ଗାଡ଼ିରେ ବସିଥିବା ଲୋକ।
ସୂଚନାଯୋଗ୍ୟ, ରବିବାର ବିଳମ୍ବିତ ରାତିରେ ବାଲୁଗାଁରୁ ବ୍ରହ୍ମପୁରକୁ ୬ଟି ଗାଡ଼ିରେ ବରଯାତ୍ରୀ ଯାଉଥିଲେ। ଗାଡିରେ ଫାସ୍ ଟ୍ୟାଗ୍ ନ ଥିବାରୁ ଖଲ୍ଲିକୋଟ ଗୁରାପଲ୍ଲୀ ଟୋଲ୍ ଗେଟ୍ କର୍ମଚାରୀ ଦୁଇ ଗୁଣା ଟୋଲ୍ ଫି’ ମାଗିଥିଲେ। ଏହାପରେ ବରଯାତ୍ରୀମାନେ ହଠାତ୍ ଆସି କର୍ମଚାରୀଙ୍କ ସହ ପାଟିତୁଣ୍ଡ କରିବା ସହ ମାର୍ପିଟ ମଧ୍ୟ କରିଥିଲେ। ମାରପିଟ୍ର ଭିଡିଓ ସିସିଟିଭିରେ କଏଦ ହୋଇଛି। ଏଥିରେ ଟୋଲ୍ ଗେଟ୍ର କିଛି କର୍ମଚାରୀ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ପୋଲିସ୍ ପହଞ୍ଚିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।
ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ