ଲାଇଫ ଷ୍ଟାଇଲ
ଲେମ୍ବୁ ଚୋପାରେ ତ୍ବଚା ଚମକାନ୍ତୁ

ପ୍ରତୀକାତ୍ମକ ଫଟୋ
ଶୀତଦିନ ଧିରେ ଧିରେ ଶେଷ ହେବାରେ ଲାଗିଛି। ଏବେ ଖୁବଶୀଘ୍ର ଗରମ ଦିନ ଆରମ୍ଭ ହୋଇଯିବ ଓ ଚୈଳୀୟ ତ୍ବଚା ସମସ୍ୟା ବଢ଼ିବାରେ ଲାଗିବ। ବ୍ରଣ ସମସ୍ୟା ବଢ଼ିବାରେ ଲାଗିବ। ବ୍ରଣ ହେବା କାରଣରୁ ଏହାର ଦାଗ ମଧ୍ୟ ପଡ଼ିଯାଏ। ତେଣୁ ଚେହେରାର ସୌନ୍ଦର୍ଯ୍ୟ ଖରାପ ହୋଇଯାଏ। ତେଣୁ ଝିଅମାନେ ଅନେକ ଉତ୍ପାଦ ବ୍ୟବହାର କରିଥାନ୍ତି। ତେଣୁ ଲେମ୍ବୁ ରସ ବ୍ୟବହାର କରି ଆପଣ ତ୍ବଚାରେ ଚମକ ଆଣିପାରିବେ।
ଲେମ୍ବୁ ସ୍କ୍ରବ
ପ୍ରଥମେ ଲେମ୍ବୁରୁ ଚୋପା ଛଡ଼ାଇ ପାଉଡର କରନ୍ତୁ। ଏଥିରେ ଚିନି ମିଶାନ୍ତୁ। ଏହାକୁ ଲଗାଇବା ପୂର୍ବରୁ ଆପଣ ଚେହେରାକୁ ଭଲ ଭାବେ ଧୋଇଦିଅନ୍ତୁ। ଏହି ସ୍କ୍ରବକୁ ଚେହେରାରେ ଲଗାଇ ୧୫ ମିନିଟ ଯାଏ ଭଲ ଭାବେ ମାଲିସ କରନ୍ତୁ। ଏବେ ଚେହେରାକୁ ଧୋଇ ଦିଅନ୍ତୁ। ଏହି ସ୍କ୍ରବ ବ୍ୟବହାର କରିବା ଫଳରେ ତ୍ବଚା ଏକଦମ ଫ୍ରେଶ ହୋଇଯିବା ସହ ଗ୍ଲୋ ମଧ୍ୟ କରିବ।
ଫେସପ୍ୟାକ
ଲେମ୍ବୁ ଚୋପା ପାଉଡରରେ ୧ ଚାମଚ ବେସନ ମିଶାନ୍ତୁ। ଏବେ ଏଥିରେ ଗୋଲାପ ଜଳ ମିଶାନ୍ତୁ। ଏହାକୁ ଭଲ ଭାବେ ପେଷ୍ଟ କରନ୍ତୁ। ଏହାକୁ ୨୦ ମିନିଟ ଯାଏ ଚେହେରାରେ ଲଗାଇ ଧୋଇ ଦିଅନ୍ତୁ। ଏହାର ଫରକ ଆପଣ ନିଜେ ଦେଖିପାରିବେ।
ଫାଇଦା
ବୟସ ବଢ଼ିବା ସହିତ ତ୍ବଚାରେ ଭାଙ୍ଗ ପଡ଼ିବାରେ ଲାଗିଥାଏ। ଏହାଫଳରେ ଦାଗ ହେବାରେ ଲାଗିଥାଏ। ଲେମ୍ବୁ ଏକ ଉତ୍ତମ ଆଣ୍ଟିଅକ୍ସିଡାଣ୍ଟ। ଯାହା ତ୍ବଚାରୁ ଭାଙ୍ଗପଡ଼ିବା କମ କରିଥାଏ। ଲେମ୍ବୁ ବ୍ୟବହାର କରି ବ୍ରଣ ଓ ବ୍ଲାକହେଡସ ଭଳି ସମସ୍ୟାରୁ ମଧ୍ୟ ମୁକ୍ତି ପାଇପାରିବେ। ଲେମ୍ବୁରେ ଭିଟାମିନ ସି ଥିବାରୁ ଏହା ତ୍ବଚାକୁ ସୁସ୍ଥ ଓ ଚମକଦାର ରଖିଥାଏ।
ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ