ଏହି କାରଣରୁ ପତିପତ୍ନୀଙ୍କ ମଧ୍ୟରେ ବଢ଼ୁଛି ଦୂରତା


ପ୍ରତିକାତ୍ମକ ଫଟୋ
ବାହାଘର ଏକ ସୁନ୍ଦର ସମ୍ପର୍କ। କିନ୍ତୁ ଆଜିକାଲି ପତିପତ୍ନୀଙ୍କ ସମ୍ପର୍କରେ ଏତେମାତ୍ରାରେ ନକାରାତ୍ମକତା ଆସିଯାଇଛି ଯେ ସେମାନେ ପରସ୍ପରଙ୍କ ସହ କଥା ହେବାକୁ ମଧ୍ୟ ଠିକ ଭାବୁ ନାହାନ୍ତି। କାରଣ ଆଜିକାଲି ଜୀବନଶୈଳୀ କାରଣରୁ ଲୋକେ ନିଜ ସମ୍ପର୍କୀୟ ଓ ବନ୍ଧୁଙ୍କ ଠାରୁ କମ ଓ ସୋସାଲ ମିଡିଆକୁ ଅଧିକ ଗୁରୁତ୍ବ ଦେଉଛନ୍ତି। ବାହାଘରର କିଛି ବର୍ଷ ବିତିଗଲା ପରେ ଲୋକେ ପରସ୍ପରଙ୍କ ଭାବନାକୁ ବ୍ୟକ୍ତ କରିବା ଶକ୍ତି ହରାଇ ସାରିଛନ୍ତି। ଚାଲନ୍ତୁ ଜାଣିବା ପତିପତ୍ନୀଙ୍କ ମଧ୍ୟରେ କାହିଁକି ଦୂରତା ବଢ଼ିଥାଏ।

ଇଣ୍ଟରନେଟର ମାତ୍ରାଧିକ ବ୍ୟବହାର
ଇଣ୍ଟରନେଟର ମାତ୍ରାଧିକ ବ୍ୟବହାର ସମ୍ପର୍କରେ ଦୂରତା ବଢ଼ାଉଛି। ବିଶେଷକରି ପତିପତ୍ନୀଙ୍କ ସହ ଅଧିକ ଦୂରତା ବଢ଼ିବାରେ ଲାଗିଛି। ପୂର୍ବରୁ କାମରୁ ଘରକୁ ଫେରିବା ପରେ ଦମ୍ପତିମାନେ ପରସ୍ପର ସହ କଥା ହେଉଥିଲେ। କିନ୍ତୁ ଆଜିକାଲି ଇଣ୍ଟରନେଟ ବ୍ୟବହାର ପ୍ରଥମ ବିକଳ୍ପ ପାଲଟିଛି। ରାତିରେ ଶୋଇବା ପୂର୍ବରୁ ଦମ୍ପତି ପରସ୍ପର ସହ ଆଲୋଚନା କରିବା ବଦଳରେ ମୋବାଇଲ ଫୋନରେ ଲାଗି ରହୁଛନ୍ତି। ଏହା ସେମାନଙ୍କ ମଧ୍ୟରେ ଫାଟ ସୃଷ୍ଟି କରୁଛି।

ପରିବାର ଠାରୁ ଆଗରେ କାମ
ସଫଳତା ପାଇବା ଚକ୍କରରେ ପୁରୁଷମାନେ ସାରା ଦିନ ଅଫିସରେ କାମ କରିବାରେ ଲାଗିଛନ୍ତି। ସେହିପରି ଆଜିକାଲି ମହିଳାମାନେ ମଧ୍ୟ କ୍ୟାରିଅରକୁ ନେଇ ପ୍ରାଧାନ୍ୟ ଦେଉଛନ୍ତି। ଏପରିସ୍ଥଳେ ସେମାନେ କାମ ସହିତ ବୁଝାମଣା କରିବାକୁ ପ୍ରସ୍ତୁତ ନୁହନ୍ତି। ଏପରିକି ଅଫିସରୁ ଘରକୁ ଫେରିବା ପରେ ମଧ୍ୟ ସେମାନଙ୍କ ମସ୍ତିଷ୍କରେ କାମ ସହିତ ଜଡ଼ିତ କଥା ରହୁଛି। ଏହା ପତିପତ୍ନୀଙ୍କ ସମ୍ପର୍କରେ ଦୂରତାର ସବୁଠାରୁ ବଡ଼ କାରଣ।

ମା’ ବାପା ହେବା ପରେ ଶେଷ ହୋଇଯାଉଛି ରୋମାନ୍ସ
ଅଧିକାଂଶ ଭାରତୀୟ ଦମ୍ପତି ମାତା ପିତା ହେବା ପରେ ଦାୟିତ୍ବବୋଧରେ ଏତେ ଛନ୍ଦି ହୋଇପଡ଼ୁଛନ୍ତି ଯେ ପରସ୍ପରଙ୍କୁ ସମୟ ଦେଇପାରୁ ନାହାନ୍ତି। ଫଳରେ ସମ୍ପର୍କରେ ରୋମାନ୍ସ ଗାଏବ ହୋଇଯାଉଛି। ଏହି କାରଣରୁ ଦମ୍ପତିଙ୍କ ମଧ୍ୟରେ ଚିଡ଼ଚିଡ଼ାପଣ ସୃଷ୍ଟି ହୋଇଥାଏ।

ପ୍ରେମ ଜାହିର ନ କରିବା
ପ୍ରେମ ଦେଖାଇବା ଲାଗି ଏହା ଜଣାଇବା ମଧ୍ୟ ଉଚିତ। କିନ୍ତୁ ଦାୟିତ୍ବ ଜଣଙ୍କର ନୁହେଁ। ସାଧାରଣତଃ ପତି ନିଜ ପ୍ରେମ ଜାହିର କରିପାରନ୍ତି ନାହିଁ। କିନ୍ତୁ ପତ୍ନୀ ଭାବନ୍ତି ପ୍ରେମ ନିବେଦନ କେବଳ ପୁରୁଷମାନେ ହିଁ କରିପାରିବେ। ତେଣୁ ସମ୍ପର୍କ ବଞ୍ଚାଇ ରଖିବା ଲାଗି ପରସ୍ପରଙ୍କୁ ନିଜର ପ୍ରେମ ଜାହିର କରିବା ଉଚିତ।

ଏକାନ୍ତରେ ସମୟ ନ ମିଳିବା
ଏବେ ବାହାଘର ପରେ ଦମ୍ପତିକୁ ଏକାନ୍ତରେ ସମୟ ମିଳି ପାରୁନି। ପୂରା ସମୟ ଘର ଓ ପରିବାର ମଧ୍ୟରେ ଛନ୍ଦି ହୋଇ ରହିବା କାରଣରୁ ଉଭୟେ ପରସ୍ପରଙ୍କୁ ନା ତ ବିଶେଷ ଭାବେ ସମୟ ଦେଇ ପାରୁଛନ୍ତି ନା ନିଜ ମନର କଥା କହିପାରୁଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ