ମିଲ୍କି ଫ୍ରୁଟ ଡ୍ରିଙ୍କସର ମଜା ନିଅନ୍ତୁ


ମିକ୍ସ ଫ୍ରୁଟ ଜୁସ
ଋତୁ ବଦଳିବାରେ ଲାଗିଛି। ଏପରିସ୍ଥଳେ କିଛି ଥଣ୍ଡା ଖାଇବାକୁ ଇଚ୍ଛା ହେଲେ ମିଲ୍କି ଫ୍ରୁଟ ଡ୍ରିଙ୍କସ ସେବନ କରିପାରିବେ। ଏହାଦ୍ବରା ଆପଣଙ୍କୁ ଥଣ୍ଡା ମିଳିବା ସହିତ ଫ୍ରେଶ ଅନୁଭବ ହୋଇଥାଏ।

କ’ଣ ଦରକାର
୧ ଗ୍ଲାସ କ୍ଷୀର, ୨ କପ ମିକ୍ସ ଫଳ, ୧ ଛୋଟ ଚାମଚ ବାଦାମ ପେଷ୍ଟ, ୨ ଚାମଚ ଘିଅ, ୨ ଚାମଚ ଚିନି, ୨ରୁ ୩ ଖଣ୍ଡ ବରଫ, ସଜାଇବା ଲାଗି ୨ ବଡ଼ ଚାମଚ କଟା ମିକ୍ସ ଫଳ।

ପ୍ରସ୍ତୁତି ପ୍ରଣାଳୀ
ପ୍ୟାନରେ ଘିଅ ଗରମ କରି ଫଳ ଭାଜନ୍ତୁ। ଏହାକୁ ଆଞ୍ଚରୁ ବାହାର କରି ଥଣ୍ଡା କରନ୍ତୁ। ଏବେ ବ୍ଲେଣ୍ଡରରେ ସମସ୍ତ ଜିନିଷ ପକାଇ ବ୍ଲେଣ୍ଡ କରନ୍ତୁ। ଗ୍ଲାସରେ ବରଫ ଓ କ୍ଷୀର ପକାଇ ମିଶ୍ରଣକୁ ଢାଳନ୍ତୁ। ଉପରେ ମିକ୍ସ ଫ୍ରୁଟ ପକାଇ ସର୍ଭ କରନ୍ତୁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ