ଗୋଲମରିଚରେ କଳା କରନ୍ତୁ ପାଚିଲା କେଶ


ପ୍ରତୀକାତ୍ମକ ଫଟୋ
ଗୋଲମରିଚ କେବଳ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ନୁହେଁ, ଏହା ରୋଗପ୍ରତିରୋଧକ ଶକ୍ତି ମଧ୍ୟ ବଢ଼ାଇଥାଏ। ଏହାଦ୍ବାରା ଭାଇରାଲ ସଂକ୍ରମଣରୁ ରକ୍ଷା ମିଳିଥାଏ। ଗୋଲମରିଚ କାଶ, ଥଣ୍ଡାରୁ ଦୂରେଇ ରଖିବା ସହିତ ପାଚନ କ୍ରିୟାରେ ମଧ୍ୟ ସହାୟକ ହୋଇଥାଏ। କେବଳ ସେତିକି ନୁହେଁ ଉଚ୍ଚ ରକ୍ତଚାପ ଥିବା ରୋଗୀଙ୍କ ପାଇଁ ମଧ୍ୟ ଏହା ବେଶ ଲାଭଦାୟକ। କିନ୍ତୁ ଆପଣ ଜାଣିଛନ୍ତି କି କେଶ ପାଇଁ ମଧ୍ୟ ଏହା ଫଳପ୍ରଦ? ଯଦି କେଶରେ ରୁପି ହୋଇଛି ଓ ପ୍ରବଳ ମାତ୍ରାରେ କେଶ ଝଡ଼ୁଛି, ତେବେ ଗୋଲମରିଚ ଏହି ସମସ୍ୟାରୁ ମୁକ୍ତି ଦେଇଥାଏ। ଏହାବ୍ୟତୀତ ପାଚିଲା କେଶକୁ କଳା କରିବା ପାଇଁ ମଧ୍ୟ ଏହା ସାହାଯ୍ୟ କରିପାରେ। ଚାଲନ୍ତୁ ଜାଣିବା କେଶ ପାଇଁ ଗୋଲମରିଚ କିପରି ଲାଭଦାୟକ।

ପାଚିଲା କେଶ ପାଇଁ
ଯଦି କେଶ ପାଚିବା ନେଇ ଚିନ୍ତାରେ ଅଛନ୍ତି, ତେବେ ଗୋଲମରିଚ ଗୁଣ୍ଡ ଓ ଦହିର ହେଆର ପ୍ୟାକ ବ୍ୟବହାର କରିପାରିବେ। ଅସମୟରେ କେଶ ପାଚିବାରୁ ଗୋଲମରିଚ ରକ୍ଷା କରିଥାଏ। କାରଣ ଏଥିରେ ଭରପୂର ମାତ୍ରାରେ କପର ରହିଛି। ଦହି କେଶକୁ ମଏଶ୍ଚରାଇଜ କରିଥାଏ ଓ ଭିଟାମିନ ସିର ଅଭାବ ମଧ୍ୟ ଦୂର କରିଥାଏ। ଏହି ହେଆର ପ୍ୟାକ ତିଆରି କରିବା ଲାଗି ଏକ ଗିନାରେ ୧ କପ ଦହିରେ ଦୁଇ ଚାମଚ ଗୋଲମରିଚ ଗୁଣ୍ଡ ଓ ଏକ ଚାମଚ ମହୁ ମିଶାନ୍ତୁ। ଏହାକୁ ଭଲ ଭାବେ ମିଶାଇ କେଶ ଓ କେଶ ମୂଳରେ ଲଗାନ୍ତୁ। ଅଧ ଘଣ୍ଟା ପରେ ଶାମ୍ପୁରେ କେଶ ଧୋଇ ଦିଅନ୍ତୁ।

ରୁପି ପାଇଁ
ଋତୁ ବଦଳିବା ସହିତ ରୁପି ସମସ୍ୟା ସୃଷ୍ଟି ହୋଇଥାଏ। ତେଣୁ ଗୋଲମରିଚ ଗୁଣ୍ଡରେ ଅଲିଭ ଅଏଲ ମିଶାଇ ମୁଣ୍ଡ ଓ କେଶ ମାଲିସ କରନ୍ତୁ। ଯଦି ଆପଣ ଏହି ଉପାୟ ସପ୍ତାହରେ ଦୁଇ ଥର ଆପଣାଉଛନ୍ତି, ତେବେ ରୁପିରୁ ମୁକ୍ତି ମିଳିପାରେ। କେଶରୁ ରୁପି ହଟାଇବା ଲାଗି ଏକ ଗିନାରେ ଏକ ଚାମଚ ଗୋଲମରିଚ ଗୁଣ୍ଡ ଓ ଏଥିରେ ଭର୍ଜିନ ଅଲିଭ ଅଏଲ ମିଶାନ୍ତୁ। ଏହାକୁ କେଶ ମୂଳରେ ଲଗାଇ ମାଲିସ କରନ୍ତୁ। ଏହାକୁ ଲଗାଇ ୧ ଘଣ୍ଟା କିମ୍ବା ପୂରା ରାତି ଛାଡ଼ି ଦିଅନ୍ତୁ। ପରଦିନ ଶାମ୍ପୁରେ କେଶ ଧୁଅନ୍ତୁ। ଏହା ରୁପି ରୋକିବାରେ ସାହାଯ୍ୟ କରେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ