ସାଇମା ଶାଇନିଂ: ଜମ୍ମୁ-କଶ୍ମୀରର ପ୍ରଥମ ମହିଳା ପାୱାର ଲିଫ୍ଟର


ସାଇମା ଉବେଦ
ଭାରତୀୟ ସମାଜରେ ମହିଳାଙ୍କୁ ସବୁବେଳେ ଦୁର୍ବଳ ବୋଲି କୁହାଯାଏ। ବିଶେଷକରି ୱେଟ ଲିଫ୍ଟିଙ୍ଗ କ୍ଷେତ୍ର ପାଇଁ ଲୋକେ ମହିଳାଙ୍କୁ ଯୋଗ ବୋଲି ଭାବନ୍ତି ନାହିଁ। କିନ୍ତୁ ଦୁନିଆର ଏମିତି ଅନେକ ମହିଳା ଅଛନ୍ତି, ଯେଉଁମାନେ ଭାରୋତ୍ତୋଳନରେ ନିଜ ନାମ କରିଛନ୍ତି। ସେହିପରି ଏବେ ଏହି ତାଲିକାରେ ସାଇମା ଉବେଦଙ୍କ ନାମ ଯୋଡ଼ି ହୋଇଯାଇଛି। ସେ ପାଲଟିଛନ୍ତି ଜମ୍ମୁ-କଶ୍ମୀରର ପ୍ରଥମ ମହିଳା ପାୱାର ଲିଫ୍ଟର।

ପାୱାର ଲିଫ୍ଟିଙ୍ଗରେ ରାଜ୍ୟର ପ୍ରଥମ ମହିଳା
ଗତବର୍ଷ ଡିସେମ୍ବରରେ ନିକଟରେ ଶ୍ରୀନଗରରେ ପାୱାର ଲିଫ୍ଟିଙ୍ଗ ଆସୋସିଏସନ ଦ୍ବାରା ପ୍ରଥମ ଥର ପାଇଁ ପାୱାର ଲିଫ୍ଟିଙ୍ଗ, ବେଞ୍ଚପ୍ରେସ ଓ ଡେଡ ଲିଫ୍ଟିଙ୍ଗ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ଏଥିରେ ଅଂଶଗ୍ରହଣ କରିଥିବା ସାଇମା ଉବେଦ ସ୍ବର୍ଣ୍ଣପଦକ ହାସଲ କରିଛନ୍ତି। ସେ ଏହି ପ୍ରତିଯୋଗିତାରେ ୨୫୫ କିଲୋର ଓଜନ ଉଠାଇ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି।

ପତି ଦେଇଥିଲେ ପାୱାର ଲିଫ୍ଟଂ ତାଲିମ
ପିଲାଟି ଦନରୁ ପାୱାର ଲିଫ୍ଟର ହେବାକୁ ଚିନ୍ତା କରିଥିବା ସାଇମାଙ୍କ ଅଭିଳାଷ ଏବେ ପୂରଣ ହୋଇଛି। ସାଇମାଙ୍କ ପତି ଉବେଜ ହାଫିଜ ମଧ୍ୟ ଜଣେ ପାୱାର ଲିଫ୍ଟର। ଯିଏ କେବଳ ସାଇମାଙ୍କୁ ପ୍ରଶିକ୍ଷଣ ଦେଇ ନ ଥିଲେ ବରଂ ଗୋଲ୍ଡ ମେଡାଲ ଜିତିବାରେ ମଧ୍ୟ ତାଙ୍କୁ ସାହାଯ୍ୟ କରିଥିଲେ। ଜିମ ଯିବା ଆରମ୍ଭ କରିବାବେଳେ ତାଙ୍କ ଓଜନ ବହୁତ ଅଧିକ ଥିଲା। ଏଣୁ ଓଜନ କମ କରିବାରେ ତାଙ୍କ ପତି ତାଙ୍କୁ ସାହାଯ୍ୟ କରିଥିଲେ।

ମହିଳାଙ୍କ ପାଇଁ ପାଲଟିବାକୁ ଚାହୁଥିଲେ ଉଦାହରଣ
ସୂଚନାଯୋଗ୍ୟ ଯେ ଶ୍ରୀନଗରର ସାଇମା ଗଭର୍ଣ୍ଣମେଣ୍ଟ କଲେଜ ଫର ୱିମେନରେ ହୋମ ସାଇନ୍ସରେ ସେ ଡିଗ୍ରୀପ୍ରାପ୍ତ। ସେ ଏବେ ମହିଳାଙ୍କ ପାଇଁ ଜଣେ ପ୍ରଶିକ୍ଷକ ଭାବେ କାମ କରୁଛନ୍ତି। ସେ ମହିଳାଙ୍କ ପାଇଁ ଉଦାହରଣ ପାଲଟିବାକୁ ଚାହୁଥିଲେ। କିନ୍ତୁ ସମାଜ ଡରରେ ସେ ନିଜର ଏହି ସ୍ବପ୍ନକୁ ପୂରଣ କରିପାରୁ ନ ଥିଲେ।

ଗର୍ଭଧାରଣରେ ଆସିଥିଲା ସମସ୍ୟା
ବାହାଘର ପରେ ତାଙ୍କୁ କେତେକ ସ୍ବାସ୍ଥ୍ୟଗତ ସମସ୍ୟାର ସାମ୍ନା କରିବାକୁ ପଡ଼ିଥିଲା। ଯାହାଫଳରେ ଗର୍ଭଧାରଣରେ ସମସ୍ୟା ହୋଇଥିଲା। କିନ୍ତୁ ଏଥିରୁ ଖୁବଶୀଘ୍ର ରିକଭରି ହୋଇଯାଇଥିଲେ ଓ ସେ ଜଣେ ପିଲାର ମା’ ମଧ୍ୟ ପାଲଟିଥିଲେ। ଏହାର କିଛି ଦିନ ପରେ ତାଙ୍କର ମେରୁଦଣ୍ଡରେ ସମସ୍ୟା ହୋଇଥିଲା। କିନ୍ତୁ ଏହାକୁ ସେ ତାଙ୍କ କ୍ୟାରିଅରରେ ବାଧା ସୃଷ୍ଟି କରିବାକୁ ଦେଇ ନ ଥିଲେ ଓ ନିଜ ଲକ୍ଷ୍ୟକୁ ପ୍ରାପ୍ତ କରିଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ