ସୁନା ହେଲା ଶସ୍ତା, ରୁପା ମହଙ୍ଗା


ପ୍ରତୀକାତ୍ମକ ଫଟୋ
ଆଜି ସୁନାର ଦର ହ୍ରାସ ପାଇଥିବା ବେଳେ ରୁପାର ଦରରେ ବୃଦ୍ଧି ଘଟିଛି। ସୁନାର ମୂଲ୍ୟ ୧୦ ଗ୍ରାମ ପ୍ରତି ୨୦୦ ଟଙ୍କା ଶସ୍ତା ହୋଇଥିବାବେଳେ ରୁପାର କିଲୋ ପ୍ରତି ମୂଲ୍ୟରେ ୧,୦୦୦ ଟଙ୍କା ବୃଦ୍ଧି ଘଟିଛି। ଇଣ୍ଡିଆ ବୁଲିଅନ୍‌ ଏବଂ ଜୁଏଲର୍ସ ଆସୋସିଏସନ୍‌ ଲିମିଟେଡ୍‌ (ଆଇବିଜେଏ) ଅନୁଯାୟୀ, ସୁନା ମୂଲ୍ୟ ପ୍ରତି ୧୦ ଗ୍ରାମରେ ୨୦୦ ଟଙ୍କାରୁ ଅଧିକ ହ୍ରାସ ପାଇଛି। ଫେବ୍ରୁଆରୀ ୧୨ରେ ସୁନାର ଦର ୧୦ ଗ୍ରାମ ପ୍ରତି ୪୭,୫୨୮ ଟଙ୍କା ରହିଥିବା ବେଳେ ଫେବ୍ରୁଆରୀ ୧୫ରେ ଏହା ୪୭,୩୩୨ ଟଙ୍କାକୁ ହ୍ରାସ ପାଇଛି। ଆଇବିଜେର ତଥ୍ୟ ଅନୁଯାୟୀ ୨୨ କ୍ୟାରେଟ୍‌ ସୁନା ଦର ୧ ଗ୍ରାମ ପିଛା ୪,୫୭୨ ଟଙ୍କା ଏବଂ ୧୮ କ୍ୟାରେଟ୍‌ ସୁନା ୧ ଗ୍ରାମ ପିଛା ୩,୭୮୭ ଟଙ୍କା ରହିଛି।

ଶୁକ୍ରବାର ଦିନ ବ୍ୟବସାୟ ଆରମ୍ଭ ବେଳେ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୪୭,୫୨୮ ଟଙ୍କା ରହିଥିବା ବେଳେ ବ୍ୟବସାୟ ବନ୍ଦ ବେଳକୁ ସୁନା ୧୦ ଗ୍ରାମ ପିଛା ୪୭,୩୮୬ ଟଙ୍କା ହୋଇଯାଇଥିଲା। ମଲ୍‌ଟି କମୋଡିଟି ଏକ୍ସଚେଞ୍ଜ (ଏମ୍‌ସିଏକ୍ସ) ପ୍ଲାଟଫର୍ମରେ ଅପରାହ୍ନ ୨ଟା ୫୭ରେ ସୁନାର ଦର ୦.୧ ପ୍ରତିଶତ ହ୍ରାସ ପାଇବା ପରେ ୧୦ ଗ୍ରାମ ପ୍ରତି ମୂଲ୍ୟ ୪୭,୨୭୨ ଟଙ୍କା ହୋଇ ଯାଇଥିଲା। ସେହିପରି ଶୁକ୍ରବାର ୧ କିଲୋଗ୍ରାମ ରୁପାର ମୂଲ୍ୟ ୬୮,୪୦୫ ଟଙ୍କା ଥିବାବେଳେ ଆଜି ସେଥିରେ ବୃଦ୍ଧି ଘଟି ୧ କିଲୋଗ୍ରାମ ରୁପାର ଦର ୬୯,୪୨୬ ଟଙ୍କାକୁ ବୃଦ୍ଧି ପାଇଛି।

ଗତ ଏକ ସପ୍ତାହ ମଧ୍ୟରେ ସୁନା ଓ ରୁପାର ମୂଲ୍ୟ ବହୁତ ଅସ୍ଥିର ଥିଲା। ଆସନ୍ତା ସପ୍ତାହରେ ମଧ୍ୟ ସୁନା ଦର ଅସ୍ଥିର ରହିବ ବୋଲି ବଜାର ବିଶେଷଜ୍ଞମାନେ ଆଶା କରୁଛନ୍ତି। ଏହା ମୁଖ୍ୟତଃ ଡଲାରର ମୂଲ୍ୟରେ ଅବନତି ଏବଂ ଅନ୍ୟାନ୍ୟ ଅର୍ଥନୈତିକ କାରଣଗୁଡିକ ପାଇଁ ଘଟିଥିବା ବଜାର ବିଶେଷଜ୍ଞମାନେ କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ