ଭାରତର ପ୍ରଥମ ଇଗଲୁ କାଫେର ମଜା ଲୁଟନ୍ତୁ


କଶ୍ମୀରର ଇଗଲୁ କାଫେ
ଜମ୍ମୁ-କଶ୍ମୀରର ସୌନ୍ଦର୍ଯ୍ୟ ଲାଗି ଏହାକୁ ଭୂସ୍ବର୍ଗ କୁହାଯାଏ। ବିଶେଷକରି ଶୀତଦିନେ ବରଫର ମଜା ନେବା ଲାଗି ଲୋକେ ଏଠାକୁ ବୁଲିବାକୁ ଆସିବାକୁ ପସନ୍ଦ କରନ୍ତି। କିନ୍ତୁ ଏଠାରେ ହେଉଥିବା ବରଫପାତ କଥା ହେଲେ ଚଳିତ ବର୍ଷ ଏଠାରେ ପଡ଼ିଥିବା ବରଫ ରେକର୍ଡ ଭାଙ୍ଗିଛି। କୁହାଯାଉଛି, ଅନେକ ବର୍ଷ ପରେ ଏଠାରେ ଅଧିକ ମାତ୍ରାରେ ବରଫ ପଡ଼ିଛି। ତେଣୁ ଏହାର ଫାଇଦା ଉଠାଇ ଗୁଲମାର୍ଗରେ କଶ୍ମୀରର ପ୍ରଥମ ଇଗଲୁ କାଫେ ତିଆରି କରାଯାଇଛି। କାନାଡ଼ା, ଫିନଲ୍ୟାଣ୍ଡ, ସ୍ବିଜରଲ୍ୟାଣ୍ଡ ଭଳି ବିଦେଶରେ ଇଗଲୁ ଦେଖିବାକୁ ମିଳୁଥିବାବେଳେ ଏବେ ଏହାକୁ ଦେଖିବା ଓ ବୁଲିବାର ମଜା ଭାରତରେ ମଧ୍ୟ ନେଇପାରିବେ।

ଯାତ୍ରୀମାନଙ୍କ ପାଇଁ ତିଆରି ହୋଇଛି
ଏହି କାଫେକୁ ଗୁଲମାର୍ଗର ବସୀମ ଶାହ ନାମକ ଜଣେ ହୋଟେଲ ମାଲିକ ପର୍ଯ୍ୟଟକ ଓ ସାଧାରଣ ଲୋକଙ୍କ ପାଇଁ ତିଆରି କରିଛନ୍ତି। ସୂଚନାଯୋଗ୍ୟ ଯେ ଏହା ସମ୍ପୂର୍ଣ୍ଣ ଭାବେ ବରଫରେ ତିଆରି। ଏହି କାଫେ ପାଖାପାଖି ୨୨ ଫୁଟ ଚଉଡ଼ା ଓ ୧୩ ଫୁଟ ଉଚ୍ଚା। ଏହାକୁ ମାତ୍ର ୧୫ ଦିନରେ ତିଆରି କରାଯାଇଥିଲା।

ଏକସଙ୍ଗେ ୧୬ ଜଣ ଚା’ ପିଇବେ
ଏହି କାଫେରେ ଏକାବେଳେ ପାଖାପାଖି ୧୬ ଜଣ ଲୋକ ବସି ଚା’ ପିଇବାର ମଜା ନେଇପାରିବେ। ଏଥିସହିତ ଏହି କାଫେରେ ଚେୟାର ଠାରୁ ଆରମ୍ଭ କରି ବେଞ୍ଚ ପର୍ଯ୍ୟନ୍ତ ସବୁକିଛି ବରଫରେ ତିଆରି। ଏଥିସହିତ କାଫେର ଡିଜାଇନ ପାରମ୍ପରିକ କଶ୍ମୀର କଳାକୁ ଧ୍ୟାନରେ ରଖି କରାଯାଇଛି। ଏପରିସ୍ଥଳେ ଲୋକେ ଗୁଲମାର୍ଗର ମନମୋହକ ପରିବେଶକୁ ଉପଭୋଗ କରିବା ସହିତ ବରଫର ମଜା ନେଇପାରିବେ।

ଏମିତି ଆସିଥିଲା ଆଇଡିଆ
ବରଫପାତ ସମୟରେ ଶ୍ରୀନଗରରେ ସେ ନିଜର ଘର ତିଆରି କରୁଥିଲେ। ସେତେବେଳେ ଇଗଲୁ କାଫେ ତିଆରି କରିବା ପରିକଳ୍ପନା ତାଙ୍କ ମୁଣ୍ଡକୁ ଜୁଟିଥିଲା। ଇଣ୍ଟରନେଟରୁ ଏହା ତିଆରି କରିବାର ଆଇଡିଆ ନେଇଥିବା ବସୀମ କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ