ଫ୍ୟାଶନ
ବ୍ଲାକ ଏଣ୍ଡ ହ୍ବାଇଟ ଲୁକରେ ଝଲସିଲେ ଡାଏନା

ଡାଏନା ପେଣ୍ଟି
ବଲିଉଡ ଅଭିନେତ୍ରୀ ଡାଏନା ପେଣ୍ଟି ନିଜ ସୁନ୍ଦର ଅଭିନୟ ସହିତ ନିଜ ଷ୍ଟାଇଲିଶ ଲୁକକୁ ନେଇ ଚର୍ଚ୍ଚାରେ ଥାଆନ୍ତି। ରେଡ କାର୍ପେଟସରୁ ଆରମ୍ଭ କରି ଏୟାରପୋର୍ଟ ଲୁକ୍ସ ପର୍ଯ୍ୟନ୍ତ ଡାଏନା ସବୁବେଳେ ଏଭଳି କପଡ଼ା ପିନ୍ଧୁଥିବା ନଜର ଆସିଥାନ୍ତି।
ଶୁକ୍ରବାର ସନ୍ଧ୍ୟାରେ ଡାଏନାଙ୍କୁ ଏଭଳି ସୁନ୍ଦର ଲୁକରେ ଦେଖିବାକୁ ମିଳିଥିଲା। ଡାଏନା ମୁମ୍ବାଇ ବିମାନବନ୍ଦରରେ କୁଲ ଏଣ୍ଡ କମ୍ଫର୍ଟେବଲ ପୋଷାକରେ ନଜର ଆସିଥିଲେ। ଏହି ସମୟରେ ସେ ଥ୍ରି ପିସ ସେପାରେଟସ ସେଟ ଚୟନ କରିଥିଲେ। ନିଜର ଲୁକ ପାଇଁ ଡାଏନା ବ୍ଲାକ କ୍ରପ ଟପ ସହିତ ମ୍ୟାଚିଂ କରି ଆଙ୍କଲ ଲେନଥ ସ୍କର୍ଟ ପିନ୍ଧିଥିଲେ। ଯାହା ପ୍ରିଣ୍ଟ ଅନ ପ୍ରିଣ୍ଟ ପ୍ୟାଟର୍ଣ୍ଣ ସହିତ ସିଲ୍କ ଫ୍ୟାବ୍ରିକରେ ତିଆରି ହୋଇଥିଲା।
ଡାଏନାଙ୍କ ଏହି ଆଉଟଫିଟ ବେଶ କ୍ଲାସି ଥିଲା। ଏହି ଲୁକକୁ ଆହୁରି ଏଲିଗାଣ୍ଟ କରିବା ଲାଗି ହ୍ବାଇଟ କଷ୍ଟମାଇଜଡ ଜ୍ୟାକେଟ ପିନ୍ଧିଥିଲେ। ନିଜ ଆଉଟଫିଟ ସହିତ ଡାଏନା ନିଜ ମେକଅପ ଉପରେ ଧ୍ୟାନ ଦେଇଥିଲେ। ଯାହା ତାଙ୍କୁ ବେଶ ଷ୍ଟାଇଲିଶ ଓ ଏଲିଗାଣ୍ଟ ଲୁକ ଦେଉଥିଲା। ଡାଏନାଙ୍କ ଏହି ଲୁକରୁ କାହାରି ବି ନଜର ହଟୁ ନ ଥିଲା।
ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ