ଫ୍ରାନ୍ସ ବୁଲି ଯାଉଥିଲେ ଏଠାରେ ରହିବାକୁ ଭୁଲନ୍ତୁ ନାହିଁ


ଫ୍ରାନ୍ସର ବବଲ୍ସ ହୋଟେଲ (ଫାଇଲ୍ ଫଟୋ)
ବାହାରକୁ ଭ୍ରମଣ କରିବାକୁ ଗଲାବେଳେ ସେଠାକାର ହୋଟେଲ ଏବଂ ରେସ୍ତୋରାଁ ସମ୍ପର୍କରେ ସାଧାରଣତଃ ସମସ୍ତେ ବୁଝିଥାନ୍ତି। ଆଜି ଆମେ ଆପଣଙ୍କୁ ଏମିତି ଏକ ହୋଟେଲ ସମ୍ପର୍କରେ ଜଣାଉଛୁ ଯେଉଁଠି ରହିବା ପରେ ଆପଣ କିଛି ସମୟ ପାଇଁ ନିଜକୁ ଭୁଲିଯିବେ। ପ୍ରକୃତି କୋଳରେ କିଛି ସମୟରେ ହଜିଯିବେ। ଯଦି ଆପଣ ଫ୍ରାନ୍ସ ବୁଲି ଯାଉଛନ୍ତି ଏହି ହୋଟେଲରେ ନିଶ୍ଚିତ ଭାବେ ରହନ୍ତୁ। ପାଣି ଫୋଟକା (ବବଲ୍ସ) ଆକାରରେ ନିର୍ମିତ ହୋଇଥିବା ଏହି ହୋଟେଲରେ ରହିଛି ସବୁପ୍ରକାର ସୁବିଧା। ଫ୍ରାନ୍ସର ଏହି ଇକୋଫ୍ରେଣ୍ଡଲି ହୋଟେଲକୁ ବୋର୍ଡେକ୍ସ ଏବଂ ସେଣ୍ଟ ଏମିଲିଅନ୍‌ ଜଙ୍ଗଲରେ ନିର୍ମାଣ କରାଯାଇଛି। ଚାଲନ୍ତୁ ଜାଣିବା ଏହି ହୋଟେଲ ସମ୍ପର୍କରେ କିଛି ରୋଚକ ତଥ୍ୟ।   

ପାଣି ଫୋଟକା ଆକୃତିରେ ତିଆରି ହୋଇଥିବା ଏହି ହୋଟେଲରେ ଆପଣ ସମ୍ପୂର୍ଣ୍ଣ ଜଙ୍ଗଲର ମଜା ନେଇ ପାରିବେ। ପର୍ଯ୍ୟଟକ ଏଠାରେ ରୋମାଞ୍ଚ ସହିତ ରୋମାନ୍ସର ମଜା ମଧ୍ୟ ନେଇ ପାରିବେ। ଜଙ୍ଗଲ ଭିତରେ ଅଲଗା ଅଲଗା ସ୍ଥାନରେ ନିର୍ମିତ ହୋଇଥିବା ଏହି ଛୋଟ ଛୋଟ ହୋଟେଲରେ ଆପଣ ଆରାମରେ ଛୁଟି ବିତାଇପାରିବେ। ଧଳା କାଠ ଚଟାଣରେ ପ୍ରସ୍ତୁତ ଏହି ହୋଟେଲରେ ସବୁ ପ୍ରକାର ସୁବିଧା ସୁଯୋଗ ରହିଛି। ଏହାବ୍ୟତୀତ ବରଫପାତରୁ ରକ୍ଷା ପାଇବା ପାଇଁ ଏହାକୁ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ କରାଯାଇଛି। ଏହାଭିତରେ ରହି ଆପଣ ବରଫପାତର ମଜା ନେଇପାରିବେ।

ଏହି ହୋଟେଲ ଭିତରେ ପର୍ଯ୍ୟଟକଙ୍କ ପାଇଁ ବେଡ୍‌, ଶାୱର, ଟଏଲେଟ୍‌, ବିଜୁଳି ଏବଂ ଜାକୁଜି ଆଦି ରହିଛି। ଏହାବ୍ୟତୀତ ଆପଣ ଏଠାରେ ଟ୍ରାନ୍ସପାରେଣ୍ଟ କିମ୍ବା ସେମି ଟ୍ରାନ୍ସପାରେଣ୍ଟ ଟେଣ୍ଟ ବାଛି ପାରିବେ। ଏଠାରେ ଆପଣଙ୍କ ମନ ପସନ୍ଦର ଖାଦ୍ୟ ଅର୍ଡର କରିପାରିବେ। ଯାହା ଆପଣଙ୍କୁ ଟେଣ୍ଟରେ ପହଞ୍ଚାଯାଇ ଦିଆଯିବ। ନିଜ ସାଥୀଙ୍କ ସହ ରୋମାଣ୍ଟିକ ସମୟ ବିତାଇବାକୁ ଚାହୁଥିଲେ ଏହା ହେଉଛି ସବୁଠାରୁ ଉପଯୁକ୍ତ ବିକଳ୍ପ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ