ବିଶ୍ବର ଏହି କ୍ଷୁଦ୍ରତମ ମରୁଭୂମିରେ ପଡ଼ିଥାଏ ବରଫ


କାରାକ୍ରସ ମରୁଭୂମି
ମରୁଭୂମି ନାମ ନେବା ମାତ୍ରେ ମନରେ ବାଲୁକା ହିଁ ବାଲୁକା ନଜର ଆସିଥାଏ। ଦୂର ଦୂରାନ୍ତ ଯାଏ କେବଳ ବାଲି ଥିବା ସହିତ ପାଣି ଓ ସବୁଜିମାର କୌଣସି ନାଁ ଗନ୍ଧ ନ ଥାଏ। ସୂଚନାଯୋଗ୍ୟ ଯେ ପୃଥିବୀର ଏକ ତୃତୀୟାଂଶ ସ୍ଥାନରେ ମରୁଭୂମି ରହିଛି। ସାହାରା, ଥର ଭଳି ବଡ଼ ମରୁଭୂମି ସମ୍ପର୍କରେ ତ ସମସ୍ତେ ଜାଣନ୍ତି। କିନ୍ତୁ ଆପଣ ବିଶ୍ବର ସବୁଠାରୁ ଛୋଟ ମରୁଭୂମି ସମ୍ପର୍କରେ ଜାଣିଛନ୍ତି କି? ଚାଲନ୍ତୁ ଜାଣିବା ଏହି ମରୁଭୂମି ସମ୍ପର୍କରେ।

କାନାଡ଼ାର ୟୁକୋନ ରାଜ୍ୟରେ ଅବସ୍ଥିତ କାରାକ୍ରସ ମରୁଭୂମି ବିଶ୍ବର ସବୁଠାରୁ ଛୋଟ ମରୁଭୂମି। ମାତ୍ର ଏକ ବର୍ଗ ମାଇଲର ଏହି ମରୁଭୂମିକୁ ଆପଣ ପାଦରେ ମଧ୍ୟ ମାପି ପାରିବେ। ଏହା ପାଖରେ ଥିବା କାରକ୍ରସ ଗାଁଟି ପାଖାପାଖି ୪୫୦୦ ବର୍ଷ ପୂର୍ବେ ସ୍ଥାପନ ହୋଇଥିଲା। ଏଠାରେ ମୋଟ ୩୦୧ ଲୋକ ରହିଥାନ୍ତି। ସ୍ଥାନୀୟ ନିବାସୀଙ୍କ କହିବାନୁସାରେ ଏହି ଛୋଟ ମରୁଭୂମି ଏବେ ବି ରହସ୍ୟମୟ। ଏହା ବହୁତ ଉଚ୍ଚ ସ୍ଥାନରେ ଅବସ୍ଥିତ। ଏକଦା ଏଠାରେ କାରିବୁ ନାମକ ଜଙ୍ଗଲି ଜନଜାତି ରହୁଥିଲେ। ଏହି ଜନଜାତି ହ୍ରଦକୁ ଡେଇଁ ଆରପଟକୁ ଯିବା ଆସିବା କରୁଥିଲେ। ତେଣୁ କାରିବୁ ଓ କ୍ରସିଂ ଶବ୍ଦକୁ ମିଶାଇ ଏହାର ନାମ କାରକ୍ରସ ରଖାଯାଇଛି। ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି ଶୀତଦିନେ ଏଠାରେ ଖୁବ ବରଫ ପଡ଼ିଥାଏ। ବାଲି ଉପରେ ଜମି ରହିଥିବା ବରଫର ମଜା ନେବା ଲାଗି ଅନେକ ସଂଖ୍ୟାରେ ପର୍ଯ୍ୟଟକଙ୍କ ଭିଡ଼ ଏଠାରେ ଲାଗିଥାଏ। ପୂରା ବରଫ ଅଞ୍ଚଳରେ ଏକ ଛୋଟ ମରୁଭୂମି କିପରି ତିଆରି ହୋଇଛି, ତାହାକୁ ନେଇ ମଧ୍ୟ ବୈଜ୍ଞାନିକମାନେ ଚିନ୍ତାରେ ଅଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ