ଭାରତର ଟି-ଗାର୍ଡେନରେ ବୁଲିବାର ମଜା ନିଅନ୍ତୁ


ପ୍ରତୀକାତ୍ମକ ଫଟୋ
ଅଧିକାଂଶ ଲୋକ ଚା’ ପିଇବାକୁ ପସନ୍ଦ କରନ୍ତି। ସେମାନଙ୍କୁ ଚା’ର ମହକ ବହୁତ ପସନ୍ଦ। ଯଦି ଆପଣ ମଧ୍ୟ ଚା’ ସେବନ କରିବାକୁ ପସନ୍ଦ କରନ୍ତି, ତେବେ ଏଠାରେ ଭାରତର କେତେକ ସୁନ୍ଦର ଚା’ ବଗିଚା ସମ୍ପର୍କରେ ସୂଚନା ଦିଆଯାଇଛି। ଏଠାରେ ବୁଲିବା ସହିତ ଆପଣ ପ୍ରକୃତିର ସୌନ୍ଦର୍ଯ୍ୟ ଉପଭୋଗ କରିପାରିବେ।

ଜୋରହାଟ, ଆସାମ
ଜୋରହାଟ ଆସାମର ଏକ ଜିଲା, ଯାହା ବିଶ୍ବରେ ଚା’ର ରାଜଧାନୀ ଭାବେ ପରିଚିତ। ଏହା ଭାରତର ସବୁଠାରୁ ବଡ଼ ଚା’ ଉତ୍ପାଦକ ରାଜ୍ୟ। ଏଠାରେ ବ୍ରହ୍ମପୁତ୍ର ଉପତ୍ୟକାର ଅଧିକାଂଶ ସ୍ଥାନରେ ଆସାମିୟା ଚା’ ଚାଷ କରାଯାଏ।

ପାଲମପୁର
ପାଲମପୁରରେ ୧୯ଶ ଶତାବ୍ଦୀରେ ଟି-ଗାର୍ଡେନରେ ସ୍ଥାପନା କରାଯାଇଥିଲା। ପାଲମପୁରରେ ସରକାରୀ ଚା’ କାରଖାନା ପର୍ଯ୍ୟଟକଙ୍କୁ ସ୍ବାଗତ କରିଥାଏ। କାରଖାନାରେ ବୁଲିବାର ସୁଯୋଗ ମଧ୍ୟ ଦେଇଥାଏ।

ଦାଜିର୍ଲିଂ
ଦାଜିର୍ଲିଂ ଭାରତର ସବୁଠୁ ଲୋକପ୍ରିୟ ଶୈଳନିବାସ ସହିତ ପ୍ରମୁଖ ଟି-ଗାର୍ଡେନ କ୍ଷେତ୍ର ମଧ୍ୟରେ ଅନ୍ୟତମ। ଏଠାରେ ଚାରିଆଡ଼େ ଚା’ ବଗିଚା ରହିଛି। ଏଠାର ହାଲୁକା ରଙ୍ଗର ଚା’ ଏହାର ବିଶେଷତ୍ବ। ଏଥିରୁ ଫୁଲର ମହକ ମଧ୍ୟ ହୋଇଥାଏ। ଦାଜିର୍ଲିଂରେ ଭାରତର ମୋଟ ଚା’ର ପାଖାପାଖି ୨୫ ପ୍ରତିଶତ ଉତ୍ପାଦନ ହୋଇଥାଏ।

କୋଲୁକ୍କୁମାଲେ
ତାମିଲନାଡ଼ୁରେ ଅବସ୍ଥିତ କୋଲୁକ୍କୁମାଲେ ଚା’ ଇଷ୍ଟେଟକୁ ବିଶ୍ବର ସବୁଠାରୁ ଉଚ୍ଚା ଚା’ ବଗିଚା ବୋଲି କୁହାଯାଏ। ଏଠାର ଚା’ ଏହାର ନିଆରା ସ୍ବାଦ ଓ ସୁଗନ୍ଧ ପାଇଁ ଜଣାଶୁଣା। ଏହା ମୁନ୍ନାର ସହର ଠାରୁ ପାଖାପାଖି ୩୨ କିମି ଦୂରରେ ଅବସ୍ଥିତ। ଏଠାରେ ବୁଲିବା ଫଳରେ ଆପଣଙ୍କୁ ଶାନ୍ତି ଓ ଖୁସି ଅନୁଭବ ହେବ।

ନୀଳଗିରି ପାହାଡ଼
ଭାରତରେ ନୀଳଗିରି ପାହାଡ଼ରେ ୧୦୦ ବର୍ଷ ହେଲାଣି ଚା’ ଉତ୍ପାଦନ କରାଯାଉଛି। ନୀଳଗିରି ପାହାଡ଼ ଉପରେ ଅନେକ ପ୍ରକାରର ଚା’ ଗଛ ରହିଛି। ଏହାର ବାସ୍ନା ବହୁତ ଭଲ। ନୀଳଗିରି ପାଖରେ କୁନୁର ମଧ୍ୟ ରହିଛି, ଯେଉଁଠି ପର୍ଯ୍ୟଟକମାନେ ଟି-ଗାର୍ଡେନର ମଜା ନେଇ ପାରିବେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ