ବାଣିଜ୍ୟ ଓ ଅର୍ଥନୀତି
ସ୍କିଲିଂ ଦ ଗ୍ଲୋବାଲ୍ ୱାର୍କଫୋର୍ସ ଉପରେ ମତ ରଖିଲେ ଧର୍ମେନ୍ଦ୍ର

‘ଡାଭୋସ୍ ଏଜେଣ୍ଡା’ର ଆଲୋଚନାଚକ୍ର କାର୍ଯ୍ୟକ୍ରମରେ ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ/ଭୁବନେଶ୍ୱର: ବିଶ୍ୱବ୍ୟାପୀ ଦୃଶ୍ୟପଟ୍ଟକୁ ନଜରରେ ରଖି ମୋଦି ସରକାର ନୀତି ଏବଂ କ୍ରିୟାନ୍ୱୟନ ସ୍ତରରେ ସୁଯୋଗର ଲାଭ ଉଠାଇ ରିସ୍କିଲିଂ ଏବଂ ଅପ୍ ସ୍ଲିଲିଂ ଇକୋସିଷ୍ଟମ୍କୁ ସୁଦୃଢ଼ କରି ଅଧିକରୁ ଅଧିକ ମାନବସମ୍ବଳ ସୃଷ୍ଟି କରିବା ଉପରେ ପ୍ରଧାନ୍ୟ ଦେଉଛନ୍ତି। ଗୁରୁବାର ୱାର୍ଲଡ୍ ଇକୋନୋମିକ୍ ଫୋରମ ପକ୍ଷରୁ ଆୟୋଜିତ ‘ଡାଭୋସ୍ ଏଜେଣ୍ଡା’ର ଆଲୋଚନାଚକ୍ର କାର୍ଯ୍ୟକ୍ରମରେ ଭିଡ଼ିଓ କନଫରେନ୍ସିଂରେ ସାମିଲ୍ ହୋଇ ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
‘ସ୍କିଲିଂ ଦ ଗ୍ଲୋବାଲ୍ ୱାର୍କଫୋର୍ସ’ ଶୀର୍ଷକ ଉପରେ ଆୟୋଜିତ ଏହି ଆଲୋଚନାଚକ୍ରରେ ଧର୍ମେନ୍ଦ୍ର ଦେଶରେ ଥିବା ଉଚ୍ଚାଭିଳାଷୀ, ଜ୍ଞାନୀ, ଦକ୍ଷ ଏବଂ ରୋଜଗାରକ୍ଷମ ମାନବସମ୍ବଳ ଉପରେ ଆଲୋକପାତ କରିଛନ୍ତି। ଏଥିସହ ଭାରତ ଭବିଷ୍ୟତର ପିଢ଼ିକୁ ଆଗାମୀ ଦିନର କାର୍ଯ୍ୟ ଓ ରୂପରେଖ ପ୍ରସ୍ତୁତ କରିବା ଉପରେ ମଧ୍ୟ ଗୁରୁତ୍ବ ଦେଇଛନ୍ତି। ସେ କହିଛନ୍ତି, ଦକ୍ଷତା ବିକାଶ ଉପରେ ପ୍ରଧାନ୍ୟ ଦେଉଥିବା ଭାରତ ସରକାର ନୂଆ ଶିକ୍ଷା ନୀତି ମାଧ୍ୟମରେ ଢ଼ାଞ୍ଚାଗତ ପରିବର୍ତ୍ତନ ଆଣି ଛାତ୍ରଛାତ୍ରୀଙ୍କୁ ନୂଆ ସମ୍ଭାବନା ପାଇଁ ପ୍ରସ୍ତୁତ କରିବା ପାଇଁ ପଦକ୍ଷେପ ନେଉଛନ୍ତି। ଭାରତର ଦକ୍ଷତା ବୃଦ୍ଧିପାଇଁ ସ୍କିଲଡ୍ ଇଣ୍ଡିଆ ମହତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ସ୍କିଲ୍ ଇଣ୍ଡିଆ ପଦକ୍ଷେପ ଫଳରେ କାର୍ଲିଫର୍ଣ୍ଣିଆରେ ଥିବା ଚାଳକ ବିହୀନ କାର୍ କମ୍ପାନୀରେ ସର୍ଭର, ଯୋଜନା, ଜ୍ଞାନକୌଶଳର ସାହାଯ୍ୟ ପୂର୍ବ ଭାରତର ଭୁବନେଶ୍ୱର ଭଳି ସହରର ମାନବସମ୍ବଳ ସାହାଯ୍ୟ କରିଛି।
ବାସ୍ତବରେ ସମାଜରେ କିଭଳି ମାନବ ସମ୍ବଳର ଦକ୍ଷତା, ଆକାଂକ୍ଷା, ଜ୍ଞାନକୌଶଳ ଏବଂ ନିଯୁକ୍ତିର ବ୍ୟବହାର କରୁଛେ ତାହା ଉପରେ ମହାମାରୀ ସୁଯୋଗ ପ୍ରଦାନ କରିଛି। ଟେକ୍ନୋଲଜି, ଡିଜିଟାଲାଇଜେସନ୍ ତଥା ଇଣ୍ଟର୍ନେଟ୍ ସୁବିଧା ନୂଆ ତଥା ବର୍ତ୍ତମାନ ମାନବସମ୍ବଳକୁ ନୂଆ ଦକ୍ଷତାକୁ ଉପଯୋଗ କରିବାର ସୁବିଧା ଯୋଗାଇଛି। ସ୍କିଲିଂ, ଅପସ୍କିଲିଂ, ରିସ୍କିଲିଂ କରିବା ଆମ ସମସ୍ତଙ୍କ ଦାୟିତ୍ୱ। ମହାମାରୀ ପରବର୍ତ୍ତୀ ସମୟରେ ସରକାର, ଶିଳ୍ପ, ପ୍ରମୁଖ ବ୍ୟବସାୟୀ ତଥା ବ୍ୟକ୍ତିବିଶେଷଙ୍କ ମିଳିତ ଉଦ୍ୟମରେ କୌଶଳର ନୂଆ ରୂରେଖ ପ୍ରସ୍ତୁତ କରିବା ଦିଗରେ ଧର୍ମେନ୍ଦ୍ର ଗୁରୁତ୍ୱାରୋପ କରିଥିଲେ।
ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ