ବର୍ଜ୍ୟରୁ ଇନ୍ଧନ ଉତ୍ପାଦନ ପାଇଁ ଆଇଓସିଏଲ୍ ଓ ଏନ୍‌ଡିଏମ୍‌ସି ମଧ୍ୟରେ ଏମ୍‌ଓୟୁ

ଦୈନିକ ୨୫୦୦ ମିଲିୟନ୍‌ ଟନ୍‌ ବର୍ଜ୍ୟରୁ ଉତ୍ପାଦନ ହେବ ଇନ୍ଧନ

ଏମ୍‌ଓୟୁ ସ୍ବାକ୍ଷରିତ ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ବର୍ଜ୍ୟବସ୍ତରୁ ଉର୍ଜା ଉତ୍ପାଦନ କରିବା ପାଇଁ ଇଣ୍ଡିଆନ୍‌ ଅଏଲ୍‌ କର୍ପୋରେସନ୍‌ (ଆଇଓସିଏଲ୍‌) ଏବଂ ଉତ୍ତର ଦିଲ୍ଲୀ ମହାନଗର ନିଗମ(ଏନ୍‌ଡିଏମ୍‌ସି) ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ଏହି ବୁଝାମଣା ପତ୍ର ସ୍ବାକ୍ଷରିତ ହେବା ଫଳରେ ଇଣ୍ଡିଆନ୍‌ ଅଏଲ୍‌ ସହଯୋଗରେ ଉତ୍ତର ଦିଲ୍ଲୀ ମହାନଗର ନିଗମର ରାଣିଖେରାରେ ଏକ ପ୍ଲାଣ୍ଟ୍‌ ପ୍ରତିଷ୍ଠା କରାଯିବ। ଏହି ପ୍ଲାଣ୍ଟ୍‌ରେ ଉତ୍ତର ଦିଲ୍ଲୀର ସମସ୍ତ ବର୍ଜ୍ୟବସ୍ତୁ ବା କଠିନ ଅଳିଆ ଆବର୍ଜନାକୁ ଏକତ୍ରିତ କରାଯାଇ ଏଥିରୁ ଇର୍ଜା ଉତ୍ପାଦନ କରାଯିବ।

କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଏହି ଏମ୍‌ଓୟୁ ସ୍ବାକ୍ଷରିତ ହୋଇଛି। ଏହି ଅବସରରେ ଇଣ୍ଡିଆନ୍‌ ଅଏଲ୍‌ ଏବଂ ଏନଡିଏମ୍‌ସିକୁ ପ୍ରସ୍ତାବିତ ପ୍ରକଳ୍ପ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ଧର୍ମେନ୍ଦ୍ର। ଉର୍ଜାକୁ ଆତ୍ମନିର୍ଭର କରିବା ଓ ସ୍ୱଚ୍ଛ ଭାରତ ମିଶନ ଦିଗରେ ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ସେ କହିଛନ୍ତି। ଏହି ଏମ୍‌ଓୟୁ କାର୍ଯ୍ୟକ୍ରମରେ ଦିଲ୍ଲୀର ଉପରାଜ୍ୟପାଳ ଅନିଲ ବାଇଜଲ, ଏନ୍‌ଡିଏମ୍‌ସିର ମେୟର ଜୟ ପ୍ରକାଶ, ଏନ୍‌ଡିଏମ୍‌ସିର କମିଶନର ଜ୍ଞାନେଶ ଭାରତୀ, ଇଣ୍ଡିଆନ୍‌ ଅଏଲ୍‌ର ଅଧ୍ୟକ୍ଷ ଏସ୍‌ଏମ୍‌ ବୈଦ୍ୟ ଏବଂ ଇଣ୍ଡିଆନ୍‌ ଅଏଲ୍‌ ଓ ଏନ୍‌ଡିଏମ୍‌ସିର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଜୈବିକ ବର୍ଜ୍ୟରୁ ସିବିଜି ଉତ୍ପାଦନ କରାଯିବା ସହ ପ୍ଲାଷ୍ଟିକ୍‌ର ପୁନଃବ୍ୟବହାର କରାଯାଇ ପ୍ଲାଷ୍ଟିକ୍‌ କିମ୍ବା ସିନ୍‌ଗ୍ୟାସ୍‌ ଉତ୍ପାଦନରେ ବ୍ୟବହାର ହେଉଥିବା ରିଫ୍ୟୁଜ୍ ଡିରାଇଭଡ୍ ଫ୍ୟୁଏଲ୍‌(ଆରଡିଏଫ୍‌)ର ମଧ୍ୟ ଉତ୍ପାଦନ କରାଯିବ। ଏହି ପ୍ଲାଣ୍ଟ୍‌ରେ ଦୈନିକ ୨୫୦୦ ମିଲିୟନ ଟନ୍‌ର ବର୍ଜ୍ୟ ବସ୍ତୁ ପ୍ରକ୍ରିୟାକରଣ କରାଯାଇ ଉର୍ଜା ଉତ୍ପାଦନ ହେବ ବୋଲି ଜଣାପଡ଼ିଛି। ମହାନଗର ନିଗମର କଠିନ ବର୍ଜ୍ୟବସ୍ତୁ(ଏମ୍‌ଏସ୍‌ଡବ୍ଲ୍ୟୁ)ର ପରିଚାଳନା ଦିଲ୍ଲୀରେ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି ଏବଂ ପ୍ରସ୍ତାବିତ ଏହି ପ୍ଲାଣ୍ଟ୍‌ ଏହାର ସମାଧାନ କରିବା ସହ ଦିଲ୍ଲୀକୁ ସବୁଜ ଇନ୍ଧନ ମାର୍ଗରେ ନେବ। ସଙ୍କୋଚିତ ବାୟୋଗ୍ୟାସ୍ କିମ୍ବା ସିବିଜି ସମେତ ବିଭିନ୍ନ ରୂପରେ ବିକଳ୍ପ ଶକ୍ତି ଉତ୍ପାଦନ ପାଇଁ ଜୈବ ଇନ୍ଧନର ପୂର୍ଣ୍ଣ ସମ୍ଭାବନାକୁ ବ୍ୟବହାର କରି ଇନ୍ଧନ ଉପରେ ଆମଦାନୀ ନିର୍ଭରଶୀଳତା ହ୍ରାସ କରିବା ଉପରେ ଧର୍ମେନ୍ଦ୍ର ଗୁରୁତ୍ୱାରୋପ କରିଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ