ଏକବିଂଶ ଶତାବ୍ଦୀରେ ଦେଶରେ ଅତ୍ୟାଧୁନିକ ଭିତ୍ତିଭୂମି ନିର୍ମାଣ ପାଇଁ ବଦ୍ଧପରିକର ପ୍ରଧାନମନ୍ତ୍ରୀ: ଧର୍ମେନ୍ଦ୍


ୱେବିନାର କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାରତକୁ ୫ ଟ୍ରିଲିୟନ୍‌ ଆମେରିକୀୟ ଡଲାର ଅର୍ଥନୀତିରେ ପରିଣତ କରିବାର ଲକ୍ଷ୍ୟକୁ ହାସଲ କରିବା ଦିଗରେ ଦେଶ ଭିତ୍ତିଭୂମିର ବିକାଶ ଏକମାତ୍ର ଚାବିକାଠୀ। ଏକବିଂଶ ଶତାବ୍ଦୀରେ ଭାରତର ଅତ୍ୟାଧୁନିକ ଭିତ୍ତିଭୂମି ନିର୍ମାଣ କରିବା ପାଇଁ ମୋଦି ସରକାର ଗୁରୁତ୍ୱ ଦେଉଛନ୍ତି ବୋଲି ଶୁକ୍ରବାର ଇଣ୍ଡିଆନ୍‌ ଷ୍ଟିଲ୍‌ ଆସୋସିଏସନ୍‌(ଆଇଏସ୍‌ଏ) ପକ୍ଷରୁ ଆୟୋଜିତ ୱେବିନାରରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେହିପରି ଏହି ଅବସରରେ ଇସ୍ପାତ୍ ଶିଳ୍ପକୁ ରପ୍ତାନୀ କେନ୍ଦ୍ରିକ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି ଧର୍ମେନ୍ଦ୍ର।

‘ଇସ୍ପାତ ନିର୍ମାଣ ଏବଂ ଭିତ୍ତିଭୂମି ପାଇଁ ନୂଆ ସୁଯୋଗ’ ଶୀର୍ଷକ ଆଲୋଚନା ଚକ୍ରରେ ଯୋଗଦେଇ ଧର୍ମେନ୍ଦ୍ର କହିଛନ୍ତି, କୋଭିଡ୍‌-୧୯ ଆମ ପାଇଁ ଚ୍ୟାଲେଞ୍ଜ୍ ଆଣିଥିବା ବେଳେ ଭାରତ ଏହାକୁ ସୁଯୋଗରେ ପରିଣତ କରିଛି। ରାସ୍ତା, ରେଳ, ଘର ନିର୍ମାଣ ହେଉ କିମ୍ବା ତୈଳ ଓ ଗ୍ୟାସ୍‌ ଭିତ୍ତିଭୂମିକୁ ଅଧିକ ମଜବୁତ୍ କରାଯାଇଛି। ଆତ୍ମନିର୍ଭର ଭାରତରେ ୨୦ ଲକ୍ଷ କୋଟିର ପ୍ୟାକେଜ୍ ଦେଶର ସାମଗ୍ରିକ ଭିତ୍ତିଭୂମିକୁ ସୁଦୃଢ଼ କରିବା ସହ ଇସ୍ପାତ୍ କ୍ଷେତ୍ର ପାଇଁ ନୂଆ ସୁଯୋଗ ଆଣିଦେଇଛି।

ଦେଶରେ କୋରୋନା ଟୀକା ପ୍ରସ୍ତୁତି ହେବା ଭାରତର ଆଉ ଏକ ପ୍ରତିଭାର ଉଦାହରଣ। ବୃହତ ଘରୋଇ ବଜାର ଏବଂ ବିଭିନ୍ନ ରପ୍ତାନୀ ସମ୍ଭାବନା ସହ ଆମର ଇସ୍ପାତ କ୍ଷେତ୍ର ଅଧିକ ଅଭିବୃଦ୍ଧି, ବିଶ୍ୱ ପ୍ରତିଯୋଗିତା ଏବଂ ରପ୍ତାନୀ କେନ୍ଦ୍ରିକ ହୋଇପାରିବ। ଏଥିସହ ଦେଶରେ ଅଧିକ ଇସ୍ପାତର ବ୍ୟବହାର ଦ୍ୱାରା ସମାଜକୁ ବୃହତ ଭାବରେ ଶକ୍ତି ପ୍ରଦାନ କରାଯାଇପାରିବ ବୋଲି ଧର୍ମେନ୍ଦ୍ର କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ