ଏକ୍ସ୍‌କ୍ଲୁସିଭ୍‌ ୱାଲ୍ଡ୍‌ ରେକର୍ଡସ୍‌ରେ ବଲାଙ୍ଗିରର ୨୩ ମାସର ଶିଶୁ


ବାପା,ମା’ଙ୍କ ସହ ଧର୍ମପଦ (ଫାଇଲ୍‌ ଫଟୋ)
ଭୁବନେଶ୍ବର: ବଲାଙ୍ଗିରର ବିସ୍ମୟ ବାଳକ ଧର୍ମପଦ। କଅଁଳ ବୟସରେ ମୁହେଁ ମୁହେଁ ଦେଶର ବିଭିନ୍ନ ରାଜ୍ୟ ଓ ରାଜଧାନୀର ନାଁ। କୁନି ବୟସରେ ଅସାଧାରଣ ଜ୍ଞାନର ଅଧିକାରୀ ବଲାଙ୍ଗିର ରାଜୀବନଗର ନିବାସୀ ଶିକ୍ଷକ ତଥା ବାଲୁକା ଶିଳ୍ପୀ ଓମ୍‌ପ୍ରକାଶ ସାହୁଙ୍କ ପୁଅ ଧର୍ମପଦ ସାହୁ। ତୁଳସୀ ଦୁଇ ପତ୍ରରୁ ବାସିଲା ପରି ତାଙ୍କ ଠାରେ ବାରି ହୋଇପଡ଼ୁଛି ବିଚକ୍ଷଣତା। ମାତ୍ର ୨୩ ମାସ ବୟସରେ ଦେଶର ସମସ୍ତ ରାଜ୍ୟ ଏବଂ ସେମାନଙ୍କ ରଜାଧାନୀର ନାଁ ପୁରା ପ୍ରାଞ୍ଜଳ ଭାବେ କହିପାରୁଛନ୍ତି ଧର୍ମପଦ। ଏଥିପାଇଁ ତାଙ୍କୁ ମିଳିଛି ଏକ୍ସ୍‌କ୍ଲୁସିଭ୍ ଓ୍ବାଲ୍ଡ୍‌ ରେକର୍ଡ ପୁରସ୍କାର।

ଭାରତର ୨୮ଟି ରାଜ୍ୟ ଓ ରାଜଧାନୀ ନାମ କହିବା ସହ ମନେ ରଖିପାରୁଛନ୍ତି ଅନେକ ପାଠ। ଯାହାକୁ ନେଇ ବେଶ ଖୁସି ପରିବାର ଲୋକଙ୍କ ସହ ସମଗ୍ର ଜିଲ୍ଲାରେ ଖୁସିର ଲହରି। ଆଗାମୀ ଦିନରେ ତାଙ୍କୁ ନେଇ ଢେର ସ୍ବପ୍ନ ପରିବାର ଲୋକ ଦେଖିଥିବା ବେଳେ ଆଗକୁ ଆହୁରି ରେକର୍ଡ କରିବା ସହ ଜିଲ୍ଲାର ନାଁ ରଖିବା ନେଇ ଆଶାରେ ପରିବାର ଲୋକ। ମା’ ଓ ବାପା ଦୁହେଁ ପଚାରି ଚାଲିଛନ୍ତି ଗୋଟିଏ ପରେ ଗୋଟିଏ ପ୍ରଶ୍ନ  ଓ କିଛି କ୍ଷଣ ମଧ୍ୟରେ ମିଳୁଛି ଉତ୍ତର। ତାଙ୍କୁ ଏକ୍ସକ୍ଲୁସିଭ୍‌ ୱାର୍ଡ ରେକର୍ଡସ୍‌ ପକ୍ଷରୁ ଏନେଇ ପ୍ରମାଣପତ୍ର ପ୍ରଦାନ କରାଯାଇଛି। ଅନ୍‌ଲାଇନ୍‌ ମୋଡରେ ଅନୁଷ୍ଠିତ ପ୍ରତିଯୋଗିତାରେ ଧର୍ମପଦ ଏହି ସଫଳତା ପାଇଥିବା ତାଙ୍କ ବାପା କହିଛନ୍ତି। ଗତ ଡିସେମ୍ବର ୨୪ ତାରିଖରେ ସେ ଏହି ରେକର୍ଡ ପ୍ରତିଷ୍ଠା କରି ପ୍ରମାଣପତ୍ର ପାଇଛନ୍ତି। ଦେଶର ସର୍ବକନିଷ୍ଠ ଶିଶୁ ଭାବେ ଧର୍ମପଦ ସମସ୍ତ ପ୍ରାଦେଶିକ ରାଜଧାନୀର ନାମ ଆବୃତ୍ତି କରି ଏହି ରେକର୍ଡ ପ୍ରତିଷ୍ଠା କରିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ