ପାଟି ସୁଆଦ
ଶୀତରେ ଖାଆନ୍ତୁ ଓ ଖୁଆନ୍ତୁ ରାଶି ଗୁଡ଼ ବର୍ଫି

ରାଶି ଗୁଡ଼ ବର୍ଫି
ନୂଆବର୍ଷର ଉତ୍ସାହ, ଶୀତର ମଜାଦାର ଜଳବାୟୁ ଓ ଲୋହଡୀ ପର୍ବରେ ରାଶି ଓ ଗୁଡ଼ର ମହକ ଜାନୁଆରୀ ମାସକୁ ଆହୁରି ସ୍ବତନ୍ତ୍ର କରିଦିଏ। ରାଶି ଓ ଗୁଡ଼ର ବର୍ଫି ସମସ୍ତଙ୍କୁ ପସନ୍ଦ ଆସିବ। ରାଶି ଓ ଗୁଡ଼ ବର୍ଫିକୁ ବିଶେଷକରି ଶୀତଦିନେ ତିଆରି କରାଯାଏ। କାରଣ ଗୁଡ଼ ଓ ରାଶିର ଗୁଣ ଗରମ ହୋଇଥାଏ। ଶୀତଦିନେ ଏହାର ସେବନ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ। ଚାଲନ୍ତୁ ଜାଣିବା ରାଶି ଓ ଗୁଡ଼ର ବର୍ଫି କିପରି ତିଆରି କରିବେ।
କ’ଣ ଦରକାର
୧ ଗିନା ଧଳା ରାଶି, ଏକ ଛୋଟ ଗିନା ଗୁଡ଼, ଆବଶ୍ୟକ ଅନୁସାରେ ଘିଅ।
ପ୍ରସ୍ତୁତି ପ୍ରଣାଳୀ
ରାଶିକୁ ଭଲ ଭାବେ ସଫା କରି ବ୍ରାଉନ ହେବା ଯାଏ ଭାଜି ଦିଅନ୍ତୁ। ଅନ୍ୟପଟେ ପ୍ୟାନରେ ଅଧକପ ପାଣି ଓ ଗୁଡ଼ ପକାଇ ତରଳାନ୍ତୁ। ଏହାକୁ ଲଗାତର ଗୋଳାନ୍ତୁ। ଗୁଡ଼ ଠିକ ଭାବେ ପାଗ ହୋଇଛି କି ନାହିଁ ତାହା ଜାଣିବା ଲାଗି ଏକ ଗିନାରେ ଥଣ୍ଡା ପାଣିରେ ଅଳ୍ପ ଗୁଡ଼ ପକାଇ ପରୀକ୍ଷା କରନ୍ତୁ। ହାତରେ ଦେଖନ୍ତୁ ଗୁଡ଼ରେ ଗୁଳା କରନ୍ତୁ। ଯଦି ଗୁଡ଼ ଗୁଳା ହୋଇପାରୁଛି ତେବେ ଗୁଡ଼ ଠିକ ଭାବେ ପାଗ ହୋଇଯାଇଛି। ଏବେ ଏଥିରେ ରାଶି ପକାଇ ମିଶାନ୍ତୁ। ଏହି ମିଶ୍ରଣକୁ ବାହାର କରି ସମାନ କରନ୍ତୁ। ଥଣ୍ଡା ହୋଇଗଲା ପରେ ବର୍ଫି ଶେପରେ କାଟନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ରାଶି ଓ ଗୁଡ଼ର ବର୍ଫି।
ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ