ପୁଣି ସ୍ମିଥଙ୍କ ଅଣଖେଳୁଆଡ ମନୋଭାବ, ପନ୍ତଙ୍କ ଗାର୍ଡ ମାର୍କ ଲିଭାଇ ଦେଲେ


ପନ୍ତଙ୍କ ଗାର୍ଡ ମାର୍କ ଲିଭାଉଛନ୍ତି ସ୍ମିଥ
ଭାରତ-ଅଷ୍ଟ୍ରେଲିଆ ୩ୟ ଟେଷ୍ଟ ଡ୍ର’ରେ ଶେଷ ହୋଇଥିଲା ବେଳେ ଅନେକ ବିବାଦ ଛିଡ଼ା କରିଛି। ଅଷ୍ଟ୍ରେଲିଆ ଦର୍ଶକ ଭାରତୀୟ ଖେଳାଳିଙ୍କ ପ୍ରତି ଜାତିଆଣ ଆରୋପ ଲଗାଇବାକୁ ନେଇ ମାମଲା ଆଇସିସି କୋର୍ଟକୁ ଯାଇଛି। ଏହାରି ଭିତରେ ଦୁଇ ଦଳ ମଧ୍ୟରେ ଅନ୍ତିମ ଦିନର ରୋମାଞ୍ଚକର ମୁକାବିଲା ଜାରି ରହିଥିଲା ବେଳେ ଭାରତୀୟ ଦଳର ଯୁବ ୱିକେଟ କିପର ଋଷଭ ପନ୍ତ ଧୂଆଁଧାର ବ୍ୟାଟିଂ ପ୍ରଦର୍ଶନ କରି ଅଷ୍ଟ୍ରେଲିଆ ହାତରୁ ମ୍ୟାଚ ଛଡ଼ାଇ ଆଣିବାକୁ ପ୍ରଶଂସନୀୟ ଉଦ୍ୟମ କରିଥିଲେ। ନିକଟ ଅତୀତରେ କୌଣସି ଜଣେ ଭାରତୀୟ ବ୍ୟାଟ୍ସମ୍ୟାନ ବିଦେଶୀ ପିଚରେ ଏପରି ପ୍ରଦର୍ଶନ କରିବା ଉଲ୍ଲେଖନୀୟ ଘଟଣା ଥିଲା। ଏହିପରି ସ୍ଥିତିରେ ମ୍ୟାଚ ବିଜୟ ନେଇ ମାନସିକ ସ୍ତରରେ ଧରି ନେଇଥିବା ଅଷ୍ଟ୍ରେଲିଆ ଖେଳାଳି ପନ୍ତଙ୍କୁ ଆଉଟ କରି ବିପଦ ଦୂର କରିବା ପାଇଁ ସବୁ ରଣନୀତି ଆପଣାଇ ବିଫଳ ହେବା ପରେ ଅଣଖେଳୁଆଡ ଆଚରଣର ଆଶ୍ରୟ ନେଇଥିଲେ। ଆଉ ଏହାର ନେତୃତ୍ବ ନେଇଥିଲେ ଅତୀତରେ ବଲ ଟାମ୍ପରିଂ ପାଇଁ ବାସନ୍ଦ ହୋଇଥିବା ଷ୍ଟିଭ ସ୍ମିଥ।

ଅନ୍ତିମ ଦିନର ଦ୍ବିତୀୟ ସେସନରେ ଡ୍ରିଙ୍କ୍ସ ଚାଲିଥିଲା ବେଳେ ସ୍ମିଥ ଚୁପଚାପ ପିଚକୁ ଚାଲିଆସି ପନ୍ତଙ୍କ ବ୍ୟାଟିଂ ଗାର୍ଡ ମାର୍କକୁ ଲିଭାଇ ଥିଲେ। ମାତ୍ର ଏହାର ଛବି ଷ୍ଟମ୍ପ କ୍ୟାମେରାରେ ରେକର୍ଡ ହୋଇଯାଇଥିଲା। ଯଦିଓ କ୍ୟାମେରାରେ ସ୍ମିଥଙ୍କ ମୁହଁର ଛବି ରେକର୍ଡ ହୋଇ ନ ଥିଲା ତଥାପି ସେ ଗୋଡ଼ରେ ଗାର୍ଡ ମାର୍କ ଲିଭାଇବା ରେକର୍ଡ ହୋଇଥିଲା। ସ୍ମିଥ୍ ପିନ୍ଧିଥିବା ଜର୍ସି ନମ୍ବର-୪୯ ଷ୍ଟମ୍ପ କ୍ୟାମେରାରେ ସ୍ପଷ୍ଟ ହୋଇଥିଲା। ଯେ କୌଣସି ପ୍ରକାରେ ପନ୍ତଙ୍କ ଲକ୍ଷ୍ୟ ଭ୍ରଷ୍ଟ କରିବା ପାଇଁ ଅଷ୍ଟ୍ରେଲିଆ ଖେଳାଳି ଯେ ଲାଗି ପଡ଼ିଥିଲେ ତାହା ବାରି ହୋଇ ପଡୁଥିଲା। କେହି କେହି ଫିଲ୍ଡର ପନ୍ତଙ୍କ ଶରୀରକୁ ଲକ୍ଷ୍ୟ କରି ଫିଲ୍ଡରୁ ବଲ ଥ୍ରୋ କରୁଥିବା ଦେଖିବାକୁ ମିଳିଥିଲା। କାରଣ ଅଷ୍ଟ୍ରେଲିଆ ଦଳ ବୁଝି ସାରିଥିଲା ଯେ ପନ୍ତ ଆଉଟ ନ ହେଲେ ଅଷ୍ଟ୍ରେଲିଆର ପରାଜୟ ନିଶ୍ଚିତ।

ମାତ୍ର ପନ୍ତ ସିଡନୀରେ ୯୭ ରନ କରି ଆଉଟ ହୋଇଥିଲେ ବି ଅନେକ କ୍ରିକେଟ ବିଶେଷଜ୍ଞଙ୍କ ମନ ଜିଣିଥିଲେ। ପନ୍ତଙ୍କ ନିକଟରେ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାର ସବୁ ଦକ୍ଷତା ରହିଛି ବୋଲି ଅନେକ ମତ ଦେଇଛନ୍ତି। ସେହିପରି ଭାବେ ଅଷ୍ଟ୍ରେଲିଆ ଖେଳାଳିଙ୍କ ସେହି ପୁରୁଣା ବଦଗୁଣ ଯେ ଦୂର ହୋଇନି ତାହା ପୁଣି ଥରେ ପ୍ରମାଣିତ ହୋଇଛି ବୋଲି ସୋସାଲ ମିଡିଆ ଜରିଆରେ କହିଛନ୍ତି। ଯେ କୌଣସି ପ୍ରକାରେ ମ୍ୟାଚ ଜିତିବାକୁ ସେମାନେ ପ୍ରାଥମିକତା ଦିଅନ୍ତି ବୋଲି ଆଉ କେତେକ ସମୀକ୍ଷକ କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ