ବାଣିଜ୍ୟ ଓ ଅର୍ଥନୀତି
କୋଇଲା ଉତ୍ପାଦନ ବୃଦ୍ଧିରେ ସହାୟକ ହେବ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ପୋର୍ଟାଲ୍: ଧର୍ମେନ୍ଦ୍ର

ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ପୋର୍ଟାଲ୍ର ଶୁଭାରମ୍ଭ କରୁଛନ୍ତି ଗୃହମନ୍ତ୍ରୀ ଅମିତ୍ ଶାହ
ବିଗତ କିଛି ବର୍ଷ ଧରି ମୋଦି ସରକାରଙ୍କ ଅମଳରେ କୋଇଲା କ୍ଷେତ୍ରରେ ଅନେକ ଗୁଡ଼ିଏ ସଂସ୍କାରମୂଳକ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି। ଏହି ପରିପ୍ରେକ୍ଷୀରେ କୋଇଲା ଖଣିର ସଞ୍ଚାଳନକୁ ସହଜ ଓ ସୁବ୍ୟବସ୍ଥିତ କରିବା ପାଇଁ କେନ୍ଦ୍ର ସରକାର କୋଇଲା କ୍ଷେତ୍ର ପାଇଁ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ପୋର୍ଟାଲ୍ର ଶୁଭାରମ୍ଭ କରିଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ପୋର୍ଟାଲ୍ ଆରମ୍ଭ ହେବା ଦ୍ବାରା ଖଣି ଲିଜ୍ ପ୍ରକ୍ରିୟାକରଣ ଶୀଘ୍ର ହୋଇପାରିବ। ଏଥିସହ କୋଇଲା ଖଣିର କାର୍ଯ୍ୟକାରିତା ମଧ୍ୟ ସହଜ ହେବ। ଓଡ଼ିଶା ସମେତ ଭାରତ ବର୍ଷରେ କୋଇଲା ଉତ୍ପାଦନରେ ବୃଦ୍ଧି ହେବା ସହ ଇଜ୍ ଅଫ୍ ଡୁଇଂ ବିଜନେସ୍କୁ ମଧ୍ୟ ପ୍ରାଥମିକତା ମିଳିବ ବୋଲି କହିଛନ୍ତି ଧର୍ମେନ୍ଦ୍ର।
ଧର୍ମେନ୍ଦ୍ର ଆହୁରି କହିଛନ୍ତି, କ୍ଲିୟରାନ୍ସର ଶୀଘ୍ର ଅନୁମୋଦନ କୋଇଲା କ୍ଷେତ୍ରକୁ ଲାଭ ଦେବ, ଅଧିକ ନିଯୁକ୍ତି ସୃଷ୍ଟି କରିବା ସହ ଆତ୍ମନିର୍ମାଣ ଭାରତ ନିର୍ମାଣରେ ସହାୟକ ହେବ। ଏଥିସହ ଦେଶର ଅର୍ଥନୀତିକୁ ମଧ୍ୟ କୋଇଲା କ୍ଷେତ୍ର ଗତି ଦେବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖଣି ଖଦାନ ଅଞ୍ଚଳ ତାଳଚେରର ବିକାଶ ପାଇଁ ଡିଏମ୍ଏଫ୍ ଫଣ୍ଡ୍ ସମେତ କୋଇଲା ଉତ୍ପାଦନକୁ ବଢ଼ାଇବା ପାଇଁ ଅନେକ ଯୋଜନା କରିଛନ୍ତି। ଆଗାମୀ ଦିନ ମାନଙ୍କରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଅନୁଗୁଳ ଜିଲ୍ଲାକୁ ସମୃଦ୍ଧ ଅଞ୍ଚଳ କରାଯିବ ବୋଲି ଅନୁଗୁଳ ଗସ୍ତ ବେଳେ କହିଥିଲେ ଧର୍ମେନ୍ଦ୍ର। ଅନୁଗୁଳରେ ବିଜେପିର ହାତମୁଠାକୁ ଅଧିକ ଟାଣ କରିବା ପାଇଁ କାର୍ଯ୍ୟକର୍ତ୍ତାଙ୍କୁ ଅକ୍ଳାନ୍ତ ପରିଶ୍ରମ କରିବାର ଆବଶ୍ୟକତା ରହିଛି। ପ୍ରଧାନମନ୍ତ୍ରୀଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଓ ବାର୍ତ୍ତାକୁ ଘରେ ଘରେ ପହଞ୍ଚାଇବା ସମେତ କାର୍ଯ୍ୟକର୍ତ୍ତାମାନେ ସାମାଜିକ ଓ ଲୋକଙ୍କ ସମସ୍ୟାକୁ ଉଠାଇବା ଦରକାର ବୋଲି ଏହି ଅବସରରେ କହିଥିଲେ ଧର୍ମେନ୍ଦ୍ର।
ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ