ଅପରାଧ
୨୨ କିଲୋ ଗଞ୍ଜେଇ ଜବତ, ଜଣେ ଗିରଫ

ପ୍ରତୀକାତ୍ମକ ଫଟୋ
ରବିବାର କନ୍ଧମାଳ ଜିଲା ଗୋଚ୍ଛାପଡା ଥାନାର ସୁନାମୁଦି ପୋଲ ଉପରୁ ବେଆଇନ ଭାବେ ଗଞ୍ଜେଇ ଚାଲାଣ କରାଯାଉଥିବା ବେଳେ ପୋଲିସ ୨୨ କିଲୋ ଗଞ୍ଜେଇ ଜବତ କରିଛି। ଏହି ଘଟଣାରେ ପ୍ରସନ୍ନ ରଣା ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ପୋଲିସ। ଗିରଫ ବ୍ୟକ୍ତିର ଘର ସଲାଗୁଡା ପଞ୍ଚାୟତ ପିନିକିମେଣ୍ଡି ବୋଲି ଜଣାପଡିଛି।
ସୂଚନା ମୁତାବକ, ଗୋଚ୍ଛାପଡା ପୋଲିସ କୌଣସି ସୂତ୍ରରୁ ଖବର ପାଇ ସୁନାମୁଦି ପୋଲଠାରେ ଅପେକ୍ଷା କରିଥିବା ବେଳେ ସେହି ରାସ୍ତା ଦେଇ ଯାଉଥିବା ଏକ ବାଇକକୁ ଅଟକାଇ ଥିଲା। ବାଇକକୁ ଯାଂଚ କରିବାରେ ସେଥିରେ ୨୨ କିଲୋ ଗଞ୍ଜେଇ ରହିଥିବା ଦେଖିବାକୁ ମିଲିଥିଲା। ପୋଲିସ ଗଞ୍ଜେଇ ସହ ବାଇକକୁ ଜବତ କରିଛି। ଏହି ଗଞ୍ଜେଇ ସଲାଗୁଡାରୁ ଫୁଲବାଣୀ ଚାଲାଣ କରାଯାଉଥିବା ଜଣାଯାଇଛି।
ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ